Bargard strike: ଆଜି କୋର୍ଟ ଖୋଲିବାବେଳେ ଏହାକୁ ବିକ୍ଷୋଭକାରୀ ମାନେ ବିରୋଧ କରିଥିଲେ। ପୁଲିସ୍ ଏମାନଙ୍କୁ ଅଟକାଇବାବେଳେ ପରିସ୍ଥିତି ବିଗିଡିଥିଲା। ତେବେ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ଘଟଣାକୁ ନେଇ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତକୁ ଧରିବା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡର ସମସ୍ତ ଦୋକାନବଜାର ଏବଂ ଗାଡି ମୋଟର ଚଳାଚଳ ରହିଛି।
Trending Photos
ବରଗଡ଼: ବରଗଡ଼ ବନ୍ଦ ବେଳେ ଉତ୍ତେଜନା। ପୁଲିସ ସହ ଧସ୍ତାଧସ୍ତି ପରେ ଉତ୍ତେଜନା ଦେଖାଦେଇଛି। ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୁଲିସ। ମୂର୍ମୁଶୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ବରଗଡ଼ ପୁଲିସ ଅବହେଳା ଓ ଏହାକୁ ୮ଦିନରୁ ଅଧିକ ବିତି ଯାଇଥିଲେ ମଧ୍ୟ ଏବେ ପର୍ୟ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରି ପାରିନାହିଁ ପୁଲିସ, ଏହାର ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ଏହାକୁ ନେଇ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରରେ ଥିବା ସମସ୍ତ ଦୋକାନ ବଜାର, ସ୍କୁଲ , କଲେଜ ଆଦି ବନ୍ଦ ଡାକରା ଦେଇଛି ବରଗଡ଼ ନାଗରିକ ମଞ୍ଚ। ବନ୍ଦ ପାଳନ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ବରଗଡ କୋର୍ଟ ସମ୍ମୁଖରେ ପୁଲିସ୍ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆଜି କୋର୍ଟ ଖୋଲିବାବେଳେ ଏହାକୁ ବିକ୍ଷୋଭକାରୀ ମାନେ ବିରୋଧ କରିଥିଲେ। ପୁଲିସ୍ ଏମାନଙ୍କୁ ଅଟକାଇବାବେଳେ ପରିସ୍ଥିତି ବିଗିଡିଥିଲା। ତେବେ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ହେବା ଏବଂ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର ଘଟଣାକୁ ନେଇ ଆଜି ବରଗଡରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ପୀଡିତାଙ୍କୁ ନ୍ୟାୟ ଏବଂ ମୁଖ୍ୟ ଅଭିଯୁକ୍ତକୁ ଧରିବା ଦାବିରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡର ସମସ୍ତ ଦୋକାନବଜାର ଏବଂ ଗାଡି ମୋଟର ଚଳାଚଳ ରହିଛି।