Trending Photos
Paris Climate Change Deal: ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଜଳବାୟୁ ପରିବର୍ତ୍ତନ ଚୁକ୍ତିରୁ ଓହରିଛି ଯୁକ୍ତରାଷ୍ଟ୍ର ଆମେରିକା। ରାଷ୍ଟପ୍ରତି ଜୋ ବାଇଡେନ୍ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ଦୃଷ୍ଟିରେ ରଖି ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ରାଷ୍ଟ୍ରପତି ଭାବେ ଦ୍ୱିତୀୟଥର କ୍ଷମତାକୁ ଆସିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କର ପ୍ରଥମ ନିଷ୍ପତ୍ତି ସ୍ୱରୂପ ସରକାରଙ୍କୁ ଏହି ଆଦେଶ ଦେିଛନ୍ତି। ଠିକ୍ ସେହିପରି ଆହୁରି ୭ଟି ଆଦେଶକୁ ଶପଥ ପାଠର ଠିକ୍ ପରେ ପରେ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
୨୦୨୧ ମସିହା ଜାନୁୟାରୀ ୬ରେ କ୍ୟାପିଟଲ ଦଙ୍ଗା ମାମଲାରେ ଅ୍ରଭିଯୁକ୍ତ ସମସ୍ତ ୧୫୦୦ଙ୍କୁ ମୁକ୍ତ କରିଛନ୍ତି ଟ୍ରମ୍ପ। ଏହି ମାମଲାରେ ଖୋଦ ଟ୍ରମ୍ପ ମଧ୍ୟ ଅଭିଯୁକ୍ତ ଥିଲେ। ଏହା ଯୁକ୍ତ ରାଷ୍ଟ୍ର ଆମେରିକାରେ ଏକ ରାଜନୀତିକ ଦଙ୍ଗା ଥିଲା।
ବିଦାୟର କିଛି ଦିନ ପୂର୍ବରୁ ଚୀନ୍ ମୋବାଇଲ୍ ଆପ୍ଲିକେସନ୍ ତଥା ଶର୍ଟ ଭିଡିଓ ଆପ୍ ଟିକ୍ ଟକ୍କୁ ଟ୍ରମ୍ପ ପ୍ରଶାସନ ଆଉ କିଛି ସମୟ ଅଧିକ ମହଲତ ଦେଇଛନ୍ତି। ଆହୁରି ୭୫ ଦିନ ପାଇୋ ଟିକ୍ ଟକ୍ର କାର୍ଯ୍ୟ ଜାରି ରହିବ। ଏହି ସମୟ ମଧ୍ୟ ଟ୍ରମ୍ପ ପ୍ରଶାସନ ରଖିଥିବା ସର୍ତ୍ତକୁ ପୂରଣ କରିବ ଟିକ୍ ଟକ୍। ସର୍ତ୍ତ ଭିତରେ ପ୍ରମୁଖ ରହିଛି ଟିକ୍ ଟକ୍ ଅପରେସନ୍ରେ ୫୦ ପ୍ରତିଶତ ଆମେରିକୀୟଙ୍କ ନିଯୁକ୍ତି। ଏହାକୁ ଗ୍ରହଣ କରିଛି ଟିକ୍ ଟକ୍।
ସେହିପରି ଜୋ ବାଇଡେନ୍ଙ୍କ ସମୟରେ ଆରମ୍ଭ ହୋଇଥିବା ସମସ୍ତ ସଙ୍ଘୀୟ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରାଯାଇଛି। ସେନା ନିଯୁକ୍ତି ଏହି ରଦ୍ଦ ନିଷ୍ପତ୍ତିରେ ନାହିଁ।
ଯୁକ୍ତରାାଷ୍ଟ୍ର ଆମେରିକାର ପ୍ରଥମ ଅପରାଧୀ ସାବ୍ୟସ୍ତ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଟ୍ରମ୍ପ। ଭାରତୀୟ ସମୟ ସେମାବାର ରାତିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅତ୍ୟଧିକ ଥଣ୍ଡାକୁ ଆଖିରେ ରଖି କ୍ୟାପିଟର କୋଠା ପରିସରରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ୪୭ ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ବ୍ୟକ୍ତି ଭାବେ ଦୁଇଟି ଭିନ୍ନ ଭିନ୍ନ ସମୟରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ନୀତିକୁ ସାରା ବିଶ୍ୱ ଅନାଇ ବସିଛି।