dolphin counting: ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ, ଦେବୀ ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ, ଯାହାନିଆଠାରୁ ଗଙ୍ଗା ଦେବୀ ପର୍ୟ୍ୟନ୍ତ ଗୋଟିଏ ଟିମ, ଯାହାନିଆଠାରୁ ବେଲେଶ୍ବର ପର୍ୟ୍ୟନ୍ତ ସମୁଦ୍ର କୂଳେ କୂଳେ ଦୁଇଟି ଟିମ୍ ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି। ତେବେ ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ ପ୍ରଜାତିର ଇରାବାଡି ଡଲଫିନ ଦୁଇଟି ଦେଖିବାକୁ ପାଇଥିଲେ।
Trending Photos
କାକଟପୁର: ଅସ୍ତରଙ୍ଗ ବନାଞ୍ଚଳ ଅଞ୍ଚଳରେ ଚାଲିଛି ଡଲଫିନ ଗଣନା। ସମୁଦ୍ର ଓ ନଦୀ ମଧ୍ୟରେ ରହୁଥିବା ଡଲଫିନଙ୍କ ଗଣନା କରୁଛି ବନ ବିଭାଗ। ସୋମବାରଠାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଏହା ତିନି ଦିନ ଧରି ଚାଲିବ। ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ଵରେ ଚାରୋଟି ଟିମ ଗଠନ କରାଯାଇ ଏହି ଡଲଫିନ ଗଣନା କାର୍ଯ୍ୟ ଆରମ୍ଭ କରାଯାଇଛି।
ତେବେ ଅସ୍ତରଙ୍ଗ-ଚନ୍ଦ୍ରଭାଗା ମୁହାଣ ନିକଟରେ ଡେରା ପକାଇଥିବା ଟିମ୍ ଗୋଟିଏ ହେଲେ ଡଲଫିନ ଦେଖିବାକୁ ପାଇ ନ ଥିବା କହିଛନ୍ତି ଅସ୍ତରଙ୍ଗ ବନ ଅଧିକାରୀ ମୋନାଲିସା ମହାପାତ୍ର। ଅସ୍ତରଙ୍ଗ ସାମୁଦ୍ରିକ ଅଞ୍ଚଳରେ କେତେ ଡଲଫିନ ଅଛନ୍ତି ତାହାର ସମ୍ପୂର୍ଣ ତଥ୍ୟ ଗଣନା ସରିବା ପରେ ଜଣାପଡ଼ିବ।
ଟିମ ମଧ୍ୟରୁ ଦେବୀ ନଦୀର ଶାଖା ନଦୀ କାଦୁଆ ନଦୀ ମଧ୍ୟରେ ଗୋଟିଏ ଟିମ, ଦେବୀ ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗୋଟିଏ ଟିମ, ଯାହାନିଆଠାରୁ ଗଙ୍ଗା ଦେବୀ ପର୍ୟ୍ୟନ୍ତ ଗୋଟିଏ ଟିମ, ଯାହାନିଆଠାରୁ ବେଲେଶ୍ବର ପର୍ୟ୍ୟନ୍ତ ସମୁଦ୍ର କୂଳେ କୂଳେ ଦୁଇଟି ଟିମ୍ ଗଣନା କାର୍ୟ୍ୟରେ ସାମିଲ ହୋଇଛନ୍ତି। ତେବେ ଅସ୍ତରଙ୍ଗ ମୁହାଣ ନିକଟରେ ଗଣନା କରୁଥିବା ଟିମ ବିରଳ ପ୍ରଜାତିର ଇରାବାଡି ଡଲଫିନ ଦୁଇଟି ଦେଖିବାକୁ ପାଇଥିଲେ। ସେହିପରି ସମୁଦ୍ର ମଧ୍ୟରେ ବଟଲ ନୋଜ ଡଲଫିନର ଗୋଟିଏ ଦଳ ଜଳ କ୍ରିଡା କରୁଥିବାର ଦେଖିବାକୁ ମିଳିଥିଲା।