Education policy: ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର।
Trending Photos
ଭୁବନେଶ୍ଵର: ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ କରିବା ନେଇ କର୍ମଶାଳା। ରାଜ୍ୟରେ ଶିକ୍ଷାନୀତି ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କର୍ମଶାଳା ଜରିଆରେ ବିଶେଷଜ୍ଞଙ୍କ ମତାମତ ନିଆଯିବ। ଆଜିଠୁ ୩ ଦିନ ଧରି ଚାଲିବ କର୍ମଶାଳା। ଲୋକସେବାଭବନରେ ଆୟୋଜିତ ହୋଇଛି କର୍ମଶାଳା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ। ଏନ୍ଇପି କାର୍ଯ୍ୟକାରିତା ନେଇ ତିନି ଦିନିଆ ଜାତୀୟ କର୍ମଶାଳାରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ପୁରୁଣା ସରକାର କେବଳ ଲୋକ ଦେଖାଣିଆ ଭାବେ ଏନଇପିକୁ ଗ୍ରହଣ କରିଥିଲା । କିନ୍ତୁ ମୋହନ ସରକାର ଏହାକୁ କରିକି ଦେଖାଇଛନ୍ତି । ଓଡ଼ିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି।
ଅତୀତ ସରକାର ନାଚ ଗୀତରେ ପଇସା ଖର୍ଚ୍ଚ କରୁଥିଲେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏପ୍ରିଲରୁ ପିଲାଙ୍କୁ ଜାତୀୟ ଶିକ୍ଷା ନୀତିର ଖଡ଼ି ଛୁଆଁଯିବ। ପିଲାଙ୍କୁ ଖେଳନା ଆଦି ଦିଆଯିବ। ମେ ଓ ଜୁନ ମାସରେ ଓଡ଼ିଶାର ୫୦ ହଜାର ଗାଁକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ମିଶିକି ଯାଇ ଡ୍ରପ ଆଉଟ ପିଲାଙ୍କୁ ଖୋଜି ପାଠ ପଢ଼ାଇବା ପାଇଁ ଆହ୍ୱାନ କରିବେ। ଏନଇ ପିରେ ମାତୃଭାଷା ସହ ବହୁଭାଷାରେ ଶିକ୍ଷାଦାନ କରାଯିବ। ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯିବ। ପିଲାମାନେ ଯେମିତି ଆତ୍ମନିର୍ଭରଶୀଳ ହେବେ ସେନେଇ ଶିକ୍ଷା ଦିଆଯିବ। ଶିକ୍ଷାରେ ଏଆଇର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଅନ୍ୟପଟେ ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ଏ ନେଇ ରାଜ୍ୟ ସରକାର ସୋମବାର ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଆଗାମୀ ଶିକ୍ଷାବର୍ଷରେ ନାମ ଲେଖା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ରାଜ୍ୟ ସରକାର ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର।Z