Odisha News: ୬ ଅକ୍ଟୋବରରୁ ମେ ଫେୟାର ହୋଟେଲରେ ବିରାଟ ଦାଣ୍ଡିଆ ରାସ୍ ଇଭେଣ୍ଟର ଆରମ୍ଭ
Advertisement
Article Detail0/zeeodisha/odisha2461227

Odisha News: ୬ ଅକ୍ଟୋବରରୁ ମେ ଫେୟାର ହୋଟେଲରେ ବିରାଟ ଦାଣ୍ଡିଆ ରାସ୍ ଇଭେଣ୍ଟର ଆରମ୍ଭ

Odisha News: ସାରେଗାମାପାର ନାମୀ କଣ୍ଠଶିଳ୍ପୀ ତଥା ଓଲିଉଡ଼ ତାରକାମାନଙ୍କୁ ନେଇ ମେ ଫେୟାର ଚଳିତ ବର୍ଷ ଏହି ଦାଣ୍ଡିଆ ରାସ୍ ମାଧ୍ୟମରେ ରାଜଧାନୀ ବାସୀଙ୍କୁ ଦଶହରାର ମଜ୍ଜା ଯୋଗାଇଦେବ। ଟିକଟର ମୂଲ୍ୟ ମାତ୍ର ଏକ ହଜାର ପାଞ୍ଚ ଶହ ଟଙ୍କା ରଖାଯାଇଥିବା ବେଳେ ପ୍ରାୟ ପଚିଶ ପ୍ରକାରର ଖାଦ୍ୟ ମନ ଭରି ଅସୀମିତ ଖାଇପାରିବେ। ନବରାତ୍ରୀ ଚାଲିଥିବାରୁ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ରୁଚିର ଖାଦ୍ୟ ପ୍ରସ୍ତୁତି ହେବାର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଫୁଡ୍ ସହିତ ଇଟାଲିଆନ୍ ଫୁଡ୍ ମଧ୍ୟ ପ୍ରସ୍ତୁତ ହେବ। ୬ ବର୍ଷର ଶିଶୁଙ୍କ ପାଇଁ ପ୍ରବେଶ ନିଃଶୁଳ ଥିବା ବେଳେ ବୟସ୍କ ଲୋକମାନଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ ବ୍ୟବସ୍ଥା ହୋଇଛି।

Odisha News: ୬ ଅକ୍ଟୋବରରୁ ମେ ଫେୟାର ହୋଟେଲରେ ବିରାଟ ଦାଣ୍ଡିଆ ରାସ୍ ଇଭେଣ୍ଟର ଆରମ୍ଭ

Odisha News: ରାଜଧାନୀର ମଧ୍ୟ ଭାଗରେ ଥିବା ହୋଟେଲ ମେ ଫେୟାର ରେ ୬ ଅକ୍ଟୋବର ରୁ ୧୩ ପର୍ଯ୍ୟନ୍ତ ବିରାଟ ଦାଣ୍ଡିଆ ରାସ୍ ଆୟୋଜନ ହୋଇଛି ଯାହା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ମେ ଫେୟାର ହୋଟେଲ ର ମ୍ୟାନେଜିଂ ପାର୍ଟନର, ଇଭେଣ୍ଟ ଏବଂ ପ୍ରମୋସନ ର ସରୋଜ ମଲିଆ ଜଣାଇଛନ୍ତି। ମେ ଫେୟାର ହୋଟେଲ ସହିତ ଏଣ୍ଟରଟେନ୍ ଇଭେଣ୍ଟର ମିଳିତ ସହଯୋଗରେ ଏହି ବିରାଟ ଦାଣ୍ଡିଆ ରାସ୍ ଆୟୋଜନ କରାଯାଇଛି। ଓଲିଉଡ଼ ତଥା ବଲିଉଡର ସେଲିବ୍ରିଟି ମାନେ ଏହି ଦାଣ୍ଡିଆ ରାସ୍ ରେ ଯୋଗଦେବେ। 

ସାରେଗାମାପାର ନାମୀ କଣ୍ଠଶିଳ୍ପୀ ତଥା ଓଲିଉଡ଼ ତାରକାମାନଙ୍କୁ ନେଇ ମେ ଫେୟାର ଚଳିତ ବର୍ଷ ଏହି ଦାଣ୍ଡିଆ ରାସ୍ ମାଧ୍ୟମରେ ରାଜଧାନୀ ବାସୀଙ୍କୁ ଦଶହରାର ମଜ୍ଜା ଯୋଗାଇଦେବ। ଟିକଟର ମୂଲ୍ୟ ମାତ୍ର ଏକ ହଜାର ପାଞ୍ଚ ଶହ ଟଙ୍କା ରଖାଯାଇଥିବା ବେଳେ ପ୍ରାୟ ପଚିଶ ପ୍ରକାରର ଖାଦ୍ୟ ମନ ଭରି ଅସୀମିତ ଖାଇପାରିବେ। ନବରାତ୍ରୀ ଚାଲିଥିବାରୁ ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ଭିନ୍ନ ଭିନ୍ନ ରୁଚିର ଖାଦ୍ୟ ପ୍ରସ୍ତୁତି ହେବାର ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ ଫୁଡ୍ ସହିତ ଇଟାଲିଆନ୍ ଫୁଡ୍ ମଧ୍ୟ ପ୍ରସ୍ତୁତ ହେବ। ୬ ବର୍ଷର ଶିଶୁଙ୍କ ପାଇଁ ପ୍ରବେଶ ନିଃଶୁଳ ଥିବା ବେଳେ ବୟସ୍କ ଲୋକମାନଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ ବ୍ୟବସ୍ଥା ହୋଇଛି।

ଦାଣ୍ଡିଆ ରାସ୍ ର ଭରପୁର ମନୋରଞ୍ଜନ ସହିତ ମହିଳା ଏବଂ ଛୋଟ ଛୋଟ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ପ୍ରତିଯୋଗିତା ମଧ୍ୟ ରହିଛି। ମେ ଫେୟାର ହୋଟେଲ ରେ ଦାଣ୍ଡିଆ ରାସ୍ ରେ ସବୁବେଳେ ଲୋକମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥାଏ। ମେ ଫେୟାର ହୋଟେଲ ରେ ବର୍ଷା, ଝଡ଼ ତୋଫାନ ର ଭୟ ନ ଥାଏ। ତେଣୁ ସମ୍ପୂର୍ଣ୍ଣ ପରିବାର ଏହି ଦାଣ୍ଡିଆ ରାସ୍ ରେ ଯୋଗଦେଇ ଭରପୁର ମନୋରଞ୍ଜନ ନେଇପାରିବେ। ଟିକେଟ ସଂଗ୍ରହ ଏବଂ ଅଧିକ ଜାଣିବା ପାଇଁ ୯୩୩୮୨୧୧୮୪୨ ନମ୍ବର ରେ ଯୋଗାଯୋଗ କରିବାକୁ କର୍ତ୍ତୃପକ୍ଷ ଜଣାଇଛନ୍ତି।