Actress Death: ଶୋକରେ ବୁଡ଼ିଲା କଳାଜଗତ, ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ
Advertisement
Article Detail0/zeeodisha/odisha2652410

Actress Death: ଶୋକରେ ବୁଡ଼ିଲା କଳାଜଗତ, ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ

Actress Death: ଅଭିନେତ୍ରୀଙ୍କ ଘନିଷ୍ଠ ଲୋକଙ୍କ କହିବା ଅନୁଯାୟୀ, କିମ୍ ଦୀର୍ଘ ଦିନ ଧରି ଅଭିନୟକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ତାହା ହେଉନଥିଲା। ସେ ଟ୍ରୋଲର ସମ୍ମୁଖୀନ ହେଉଥିଲେ। ଏକ ପ୍ରକାରେ ତାଙ୍କୁ ଏକ ଘରିକିଆ କରି ରଖାଯାଉଥିଲା। ସେ ଅବସାଦ ସହ ସଂଘର୍ଷ କରୁଥିଲେ। 

 

Actress Death: ଶୋକରେ ବୁଡ଼ିଲା କଳାଜଗତ, ୨୪ ବର୍ଷ ବୟସରେ ଜୀବନ ହାରିଲେ ଅଭିନେତ୍ରୀ

Actress Death: ଦକ୍ଷିଣ କୋରିଆର ପ୍ରସିଦ୍ଧ ଅଭିନେତ୍ରୀ କିମ୍ ସାଏ ରୋନ୍ (Kim Sae Ron) ୨୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୬ ଫେବୃଆରୀରେ ସିଓଲ ସ୍ଥିତ ଘରେ ତାଙ୍କର ମୃତଦେହ ମିଳିଥିଲେ। ତାଙ୍କର ମୃତ୍ୟୁର ପ୍ରାରମ୍ଭିକ ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଛି ଯେ ସେ ସୁଇସାଇଡ୍ କରିଛନ୍ତି। କକିମ୍ ସାଏ ରୋନ୍ ମୃତ୍ୟୁ K-Industry ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ଇଣ୍ଡଷ୍ଟ୍ରୀ ଓ ଏଠାରେ ଥିବା ଟକ୍ସିକ୍ ମାହୋଲ ବିଷୟରେ ଅଧିକ କଥା ହୁଏନି ସତ, କିନ୍ତୁ ଅଭିନେତ୍ରୀଙ୍କର ଏହି ପଦକ୍ଷେପ ପରେ ଏହା ଉପରେ ନେଇ ଏବେ ଚର୍ଚ୍ଚା ଚାଲିଛି।

ଅଭିନେତ୍ରୀ ଶେଷଥର ନେଟଫ୍ଲିକ୍ସର ସିରିଜ୍ 'ବ୍ଲଡହାଉଣ୍ଡସ୍' (Bloodhounds)ରେ ଦର୍ଶକଙ୍କୁ ଦେଖାଦେଇଥିଲେ। ସେ କେବଳ ୯ ବର୍ଷ ହେବ ଅଭିନୟ ଜଗତକୁ ଆସିଥିଲେ ଏବଂ ୨୪ ବର୍ଷରେ ଏହି ଦୁନିଆକୁ ଅଲବିଦା କହିଥିଲେ। ଅଭିନେତ୍ରୀଙ୍କର ମୃତ୍ୟୁ ପରେ ତାଙ୍କର ଫ୍ୟାନ୍ସ ଶୋକରେ ଅଛନ୍ତି। କିମ୍ ସାଏ ରୋନ୍ ଙ୍କ ସୁଇସାଇଡ୍ ବାହାରକୁ ଚକାଚକ୍ ଦିଶୁଥିବା ସିନେଜଗତର ପୂରା ଚେହେରାର ପୋଲ୍ ଖୋଲିଦେଇଛି।

କ'ଣ ଏକ ଭୁଲ ରେ ଅଭିନେତ୍ରୀଙ୍କ ଜୀବନ ଚାଲିଗଲା? 
କେ-ଇଣ୍ଡଷ୍ଟ୍ରିରେ ସଂସ୍କୃତି ଓ ଦ୍ୱିଗୁଣିତ ମାନଦଣ୍ଡକୁ ବାତିଲ କରିବା ନେଇ ଦୀର୍ଘ ବର୍ଷ ଧରି ବିତର୍କ ଚାଲିଛି। ରିପୋର୍ଟ ଅନୁଯାୟୀ, କିମ୍ ଏପରି ଏକ ଭୁଲ କରିଥିଲେ, ଯାହା ଫଳରେ ତାଙ୍କୁ କାମ ମିଳିବା କଷ୍ଟକର ହୋଇପଡ଼ିଥିଲା। ୨୦୨୨ରେ ଡିୟୁଆଇ ବିବାଦ କାରଣରୁ କିମ୍ ଙ୍କୁ ତୀବ୍ର ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବାସ୍ତବରେ କିମ୍ ଥରେ ଗାଡ଼ି ଚଳାଉଥିଲେ ଏବଂ ଏକ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ବକ୍ସରେ ଧକ୍କା ହେବା ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ୨୦ ମିଲିୟନ୍ ୱାନ୍ ବା ୧୩,୮୫୦ ଆମେରିକୀୟ ଡଲାର ଜରିମାନା କରାଯାଇଥିଲା।fallback

କିମ୍ କେବଳ ଆର୍ଥିକ ଦୃଷ୍ଟିରୁ ନୁହେଁ, ଭାବନାତ୍ମକ ଓ ମାନସିକ ଆଘାତ ମଧ୍ୟ ସହି ଅଭିନୟ ଦୁନିଆକୁ ଫେରିବାକୁ ଚାହୁଁଥିଲେ। ତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା। ତାଙ୍କ ସହ କେହି କାମ କରିବାକୁ ଚାହୁଁନଥିଲେ। ଅଭିନେତ୍ରୀଙ୍କ ଘନିଷ୍ଠ ଲୋକଙ୍କ କହିବା ଅନୁଯାୟୀ, କିମ୍ ଦୀର୍ଘ ଦିନ ଧରି ଅଭିନୟକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ତାହା ହେଉନଥିଲା। ସେ ଟ୍ରୋଲର ସମ୍ମୁଖୀନ ହେଉଥିଲେ। ଏକ ପ୍ରକାରେ ତାଙ୍କୁ ଏକ ଘରିକିଆ କରି ରଖାଯାଉଥିଲା। ସେ ଅବସାଦ ସହ ସଂଘର୍ଷ କରୁଥିଲେ। 

Also Read: KIIT University Viral Photos: ମୃତ ନେପାଳୀ ଛାତ୍ରୀଙ୍କୁ ନିର୍ଯାତନା ଦେଉଥିବା ବୟଫ୍ରେଣ୍ଡ ର ଫଟୋ ଭାଇରାଲ

Also Read: KIIT Tragedy: ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବଏଫ୍ରେଣ୍ଡ ଆଦଭିକ୍ ଙ୍କୁ ନେଇ ଆସିଲା ବଡ଼ ଅପଡେଟ୍