ଭାଗ୍ୟଶ୍ରୀ ନିକଟରେ ଗଣମାଧ୍ୟମକୁ କହିଛନ୍ତି, ମୁଁ କ'ଣ ନଷ୍ଟ କଲି, ତମ ଓଡ଼ିଆ ଅସ୍ମିତାକୁ ମୁଁ କୋଉଠି ନଷ୍ଟ କରିଛି । ଭାଡ୍ ମେ ଯାଉ ତମ ଓଡ଼ିଆ ଅସ୍ମିତା । ବହୁତ୍ ଜଣ କହୁଛନ୍ତି ମୁଁ ଓଡ଼ିଆ ଅସ୍ମିତାକୁ ଖରାପ କରୁଛି। ମୁଁ କିଛି କରିନି। ମୋ ପାଖରେ ଦକ୍ଷତା ଅଛି ସେଥିପାଇଁ ମତେ ଲୋକେ ଦେଖିବାକୁ ଆସୁଛନ୍ତି।
Trending Photos
Jollywood News: ଓଡ଼ିଆ ଅସ୍ମିତାକୁ ନିନ୍ଦିଲେ ସାହୁ ଭାଉଜ। ଓଡ଼ିଆ ଅସ୍ମିତା ଭାଡ୍ ମେ ଯାଉ। ଏମିତି କିଛି କହି ଏବେ ପୁଣି ଚର୍ଚ୍ଚାରେ ସାହୁ ଭାଉଜ। ନିଶା ମହାରଣା ଓ ସାହୁ ଭାଉଜ ଅନେକ ସମୟରେ ନିଜର ଅଶ୍ଳୀଳ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରାୟତଃ ସେ ଡିଜିଟାଲ ଗଣମାଧ୍ୟମରେ ଅଶ୍ଳୀଳ ମନ୍ତବ୍ୟ ରଖୁଥିବା ଦେଖିବାକୁ ମିଳେ। ଯାହା ଆମ ଯୁବ ସମାଜ ଉପରେ ଖରାପ ପ୍ରଭାବ ପକାଉଛି ବୋଲି ଲୋକମାନେ କହୁଛନ୍ତି । ଏହି ଭଳି କିଛି ମନ୍ତବ୍ୟ ଦେଇ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି ସାହୁ ଭାଉଜ ବା ଶ୍ରୀ। ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ତାଙ୍କୁ କାହିଁକି ସବୁ ଦିନ ପାଇଁ ବ୍ୟାନ୍ କରାଯାଉନି ବୋଲି ଲୋକମାନେ କମେଣ୍ଟରେ ପ୍ରଶ୍ନ କରିଛନ୍ତି। କେହି କେହି ରାଗିଯାଇ ଗାଳି ମଧ୍ୟ କରିଛନ୍ତି।
ସେ ନିକଟରେ ଏକ ଗଣମାଧ୍ୟମକୁ କହିଛନ୍ତି, ମୁଁ କ'ଣ ନଷ୍ଟ କଲି, ତମ ଓଡ଼ିଆ ଅସ୍ମିତାକୁ ମୁଁ କୋଉଠି ନଷ୍ଟ କରିଛି । ଭାଡ୍ ମେ ଯାଉ ତମ ଓଡ଼ିଆ ଅସ୍ମିତା । ବହୁତ୍ ଜଣ କହୁଛନ୍ତି ମୁଁ ଓଡ଼ିଆ ଅସ୍ମିତାକୁ ଖରାପ କରୁଛି। ମୁଁ କିଛି କରିନି। ମୋ ପାଖରେ ଦକ୍ଷତା ଅଛି ସେଥିପାଇଁ ମତେ ଲୋକେ ଦେଖିବାକୁ ଆସୁଛନ୍ତି। ଆଇଟମ୍ ନାଚିବା ବନ୍ଦ କରିବା ଉପରେ ସେ କହିଛନ୍ତି, ଯାତ୍ରା ବନ୍ଦ ହେଲେ ଆଇଟମ୍ ବନ୍ଦ୍ ହେବ। ତେବେ ଏହାକୁ ପେଶା କରିବା ଉପରେ ସେ କୁହନ୍ତି, ମୁଁ ଗୋଟେ ଭଲ ଝିଅ ଥିଲି ଧିରେ ଧିରେ ସମାଜ ମତେ ଏମିତି ଆଜି ସଜେଇ ଦେଇଛି। ଯଦି ମୁଁ ଏଥିରୁ ଭଲ ରୋଜଗାର କରୁଛି ତେବେ କାହିଁକି ଏସବୁ ବନ୍ଦ କରିବି।
ମଣିଷ ଜୀବନ କେତେବେଳେ ତାଳି ତ କେତେବେଳେ ଗାଳି ଶୁଣିବାକୁ ପଡ଼େ। ଯେତେବେଳେ ତାଳି ମିଳୁଥିଲା ସେତେବେଳେ ତାଙ୍କ ପାଖରେ ପଇସା ନଥିଲା। ହେଲେ ଏବେ ଯେତେବେଳେ ଗାଳି ମିଳୁଛି ଟଙ୍କାର କମି ନାହିଁ। କିନ୍ତୁ ନିଜକୁ ଏକ ବଦନାମ୍ ଝିଅ ସଜାଇ ଟଙ୍କା ରୋଜଗାର କରିବାରେ ସେ ଆତ୍ମ ସନ୍ତୋଷ ମିଳି ନଥାଏ।
ଶ୍ରୀ ଓରଫ୍ ସାହୁ ଭାଉଜ । ଜୀବନରେ କିଛି କରି ଦେଖେଇବା ପାଇଁ ଶ୍ରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଛି । ଝାଳ ବୁହା ପରିଶ୍ରମ କରିବା ସହ ଅନେକ ସମୟରେ ଲୋକଙ୍କ ଗାଳୁ ଗୁଲଜ ଶୁଣିବାକୁ ପଡ଼ିଛି । ଦିନେ ସେ କମେଡି ମାଧ୍ୟମରେ ଳୋକଙ୍କୁ ହସାଉଥିଲେ। ପରିଚୟ ମଧ୍ଯ ପାଇଥିଲେ, କିନ୍ତୁ ତାହା ତାଙ୍କ ପେଟ ପୋଷି ପାରିନଥିଲା।
ଶ୍ରୀଙ୍କ ନୃତ୍ୟ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ବେଶ୍ ଆଗ୍ରହ ଦେଖିବାକୁ ମିଳେ । ତେବେ ଅଧିକ ମାତ୍ରାରେ ଯୁବକ ଓ ପୁରୁଷମାନେ ହିଁ ଷ୍ଟେଜରେ ତାଙ୍କ ନାଚ ଦେଖିବା ପାଇଁ ଯାଇଥାନ୍ତି । ନାଚରୁ ମିଳୁଥିବା ଟଙ୍କା ତାଙ୍କ ନିଜର ଏବଂ ପରିବାରର ଅସୁବିଧା ସବୁକୁ ଦୂର କରିଛି । ଯାହାକୁ ସେ ଛାଡ଼ିବାକୁ ଚାହୁଁ ନାହାନ୍ତି । କିନ୍ତୁ ଆଗାମୀ ୫ ବର୍ଷ ଭିତରେ ନିଜ ଟାର୍ଗେଟ୍ ପୂରା କରିବା ପରେ ଆଇଟମ୍ ଡାନ୍ସରୁ ବିଦାୟ ନେଇ କିଛି ବ୍ୟବସାୟ ଆରମ୍ଭ କରିବେ ବୋଲି ସେ କହିଛନ୍ତି ।
ତେବେ ତାଙ୍କର ପ୍ରଥମେ ଏକ ଭିଡ଼ିଓ ଷ୍ଟେଜରୁ ଭାଇରାଲ୍ ହୋଇଥିଲା। ଏଭଳି ଅଶ୍ଳୀଳ ନାଚକୁ ନେଇ ପ୍ରଶ୍ନ ଉଠିବା ପରେ ସେ ନିଜେ ସୋସିଆଲ ମିଡ଼ିଆକୁ ଆସି କ୍ଷମା ପ୍ରାର୍ଥନା କରିଥିଲେ। କିନ୍ତୁ ଏହା ପରେ ମଧ୍ୟ ସେ ବାରମ୍ବାର ଏପରି ଭୁଲ୍ କରୁଥିବା ଦେଖିବାକୁ ମିଳିଥିଲା। ଯାତ୍ରା ଷ୍ଟେଜରେ ଅଶ୍ଳୀଳ ନାଚକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ଯୁବ ସମାଜକୁ ଏହା ଖରାପ କରୁଥିବାରୁ କେବେ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଲୋକେ ଅପେକ୍ଷା କରିଛନ୍ତି।
Also Read- Gold Price Prediction: ୧ ଲକ୍ଷ ଟଙ୍କାରେ ପହଞ୍ଚିବ ସୁନା ଦର ! ୨୦୨୫ ବଜେଟରେ ହେବ କି ପରିବର୍ତ୍ତନ ?