ଏହି ଭାଇରାଲ ଭିଡିଓଟି ବ୍ରାଜିଲର ସାଓ ପାଉଲୋ ଗୁଆରୁଲହୋସ ଅନ୍ତର୍ଜାତୀୟ ବିମାନବନ୍ଦରର ବୋଲି କୁହାଯାଉଛି । ସେଠାରେ ଏକ ବ୍ରିଟିଶ ଏୟାରୱେଜ୍ ବିମାନ ବଜ୍ରପାତର ଶିକାର ହୋଇଥିଲା। କୁହାଯାଉଛି ଯେ, ସହରର ପାଗ ପୂର୍ବରୁ ଖରାପ ଥିଲା ଏବଂ ଏହି ସମୟରେ ପ୍ରବଳ ଝଡ଼ ଏବଂ ବର୍ଷା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା।
Trending Photos
Lightning Struck Plane: ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟ କରିବେ । ଉକ୍ତ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ସ୍ଥିର ବିମାନ ଉପରେ ଆକାଶରୁ ବଜ୍ରପାତ ହେଉଛି । ବିଜୁଳି ମାରିବା ମାତ୍ରେ ଆଲୋକ ଚାରିଆଡ଼େ ବ୍ୟାପିଯାଉଛି । ଏହି ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଖୁବ ସ୍ତବ୍ଧ ହୋଇଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଏହି ଭାଇରାଲ ଭିଡିଓଟି ବ୍ରାଜିଲର ସାଓ ପାଉଲୋ ଗୁଆରୁଲହୋସ ଅନ୍ତର୍ଜାତୀୟ ବିମାନବନ୍ଦରର ବୋଲି କୁହାଯାଉଛି । ସେଠାରେ ଏକ ବ୍ରିଟିଶ ଏୟାରୱେଜ୍ ବିମାନ ବଜ୍ରପାତର ଶିକାର ହୋଇଥିଲା। କୁହାଯାଉଛି ଯେ, ସହରର ପାଗ ପୂର୍ବରୁ ଖରାପ ଥିଲା ଏବଂ ଏହି ସମୟରେ ପ୍ରବଳ ଝଡ଼ ଏବଂ ବର୍ଷା ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା। ଏପରି ଭୟଙ୍କର ଘଟଣାର ଭିଡିଓ ଏବେ ଇଣ୍ଟରନେଟରେ ଘୁରିବୁଲୁଛି । ଯାହାକୁ ଦେଖି ଲୋକେ ଭୟଭୀତ ହୋଇଯାଇଛନ୍ତି। ଭିଡିଓଟି ଦେଖିବା ପରେ ଅନେକ ଲୋକ ଜାଣିବାକୁ ଚାହୁଁଛନ୍ତି ଯେ, ସେହି ସମୟରେ ବିମାନରେ ବସିଥିବା ଯାତ୍ରୀମାନଙ୍କର ଅବସ୍ଥା କ’ଣ ରହିଥିଲା? ସେମାନେ ଭଲ ଅଛନ୍ତି ତ?
ବଜ୍ରପାତ ପରେ, ଉକ୍ତ ବିମାନଟିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । ଏଥିସହ ପ୍ରାୟ ୬ ଘଣ୍ଟା ବିଳମ୍ବରେ ଉଡ଼ାଣ ପାଇଁ ବିମାନକୁ ଅନୁମତି ପ୍ରଦାନ କରାଯାଇଥିଲା। ଆପଣଙ୍କୁ କହିରଖୁଛୁ ଯେ, ୨୪ ଜାନୁଆରୀରେ ବ୍ରାଜିଲର ସାଓ ପାଓଲୋରେ ମୁସଳଧାର ବର୍ଷା କାରଣରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସହରର ଅନେକ ରାସ୍ତାରେ ପାଣି ଜମି ରହିଥିଲା । ଲୋକଙ୍କ ଘରକୁ ବିଦ୍ୟୁତ୍ ଯୋଗାଣ ମଧ୍ୟ ବନ୍ଦ କରାଯାଇଥିଲା । ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଲୋକମାନଙ୍କୁ ନିଜକୁ ବଞ୍ଚାଇବା ପାଇଁ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।
ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ କମେଣ୍ଟ ବକ୍ସରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜଣେ ବ୍ୟବହାରକାରୀ ଲେଖିଥିଲେ ଯେ, ଘଟଣାରେ କେହି ଆହତ ହୋଇ ନାହାଁନ୍ତି ତାହା ଭାଗ୍ୟର କଥା । ପ୍ରକୃତି ପ୍ରକୃତରେ ଅନିଶ୍ଚିତ ବୋଲି ଜଣେ ବ୍ୟକ୍ତି ଲେଖିଥିଲେ । ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଏହି ଦୃଶ୍ୟ ଭୟଙ୍କର ହେବା ସହ ଆଶ୍ଚର୍ଯ୍ୟଜନକ ମଧ୍ୟ। ବିମାନରେ ବଜ୍ରପାତ ଦେଖିବା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଯେତେବେଳେ ବିମାନରେ ବଜ୍ରପାତ ହୁଏ, ସାଧାରଣତଃ ଯାତ୍ରୀମାନଙ୍କର କୌଣସି ପ୍ରକାରର କ୍ଷତି ହୁଏ ନାହିଁ। କାରଣ ବିମାନ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ବଜ୍ରପାତର ପ୍ରଭାବକୁ ମଧ୍ୟ ସହଜରେ ସହ୍ୟ କରିପାରିବ।
Also Read- Top 10 News: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଓ ଅନ୍ୟାନ୍ୟ ଅପଡେଟ୍
Also Read- ଓ୍ୱାକଫ୍ ସଂଶୋଧନ ବିଧେୟକରେ ଜେପିସି ଆଣିଲା ୧୪ ସ୍ଥାନରେ ୨୫ ସଂଶୋଧନ