Box office collection Day 3 : ପୋନିୟିନ୍ ସେଲଭାନ୍ ୧ ଓ ବିକ୍ରମ ବେଧାର ବକ୍ସ ଅଫିସ୍ କଲେକସନ୍ କେତେ ଜାଣନ୍ତୁ ?
Advertisement
Article Detail0/zeeodisha/odisha1378384

Box office collection Day 3 : ପୋନିୟିନ୍ ସେଲଭାନ୍ ୧ ଓ ବିକ୍ରମ ବେଧାର ବକ୍ସ ଅଫିସ୍ କଲେକସନ୍ କେତେ ଜାଣନ୍ତୁ ?

Ponniyin Selvan box office collection Day 3 :ଦଶହରା ପୂଜାରେ ପରଦାକୁ ଆସିଛି ଦୁଇଟି ଫିଲ୍ମ ପୋନିୟିନ୍ ସେଲଭାନ୍(Ponniyin Selvan:I) ଓ ବିକ୍ରମ ବେଧା (Vikram Vedha) । ବିକ୍ରମ ବେଧା ଓ ପୋନିୟିନ୍ ସେଲଭାନ୍-୧ର ବକ୍ସ ଅଫିସ ଭଲ କଲେକସନ୍ କରୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

Ponniyin Selvan one and Vikram Vedha box office collection Day 3 : ଦଶହରା ପୂଜାରେ ପରଦାକୁ ଆସିଛି ଦୁଇଟି ଫିଲ୍ମ ପୋନିୟିନ୍ ସେଲଭାନ୍(Ponniyin Selvan:I) ଓ ବିକ୍ରମ ବେଧା (Vikram Vedha) । ବିକ୍ରମ ବେଧା ଓ ପୋନିୟିନ୍ ସେଲଭାନ୍-୧ର ବକ୍ସ ଅଫିସ ଭଲ କଲେକସନ୍ କରୁଛି । ରବିବାର ଛୁଟି ଦିନ ଥିଲେ ବି ଦୁଇଟି ଫିଲ୍ମ ଭଲ ରୋଜଗାର କରିପାରିଛି । ପୋନିୟିନ୍ ସେଲଭାନ୍ ତିନି ଦିନରେ ମୋଟ ଶହେ କୋଟି କଲେକସନ୍‌ ଅତିକ୍ରମ କରିଥିବାବେଳେ ବିକ୍ରମ ବେଧାଙ୍କ ସଂଗ୍ରହରେ ମଧ୍ୟ ଏକ ଧମାଲ କରିଥିବାର ଦେଖିବାକୁ ମିଳିଛି।  ପ୍ରଥମ ଦୁଇ ଦିନରେ ପ୍ରାୟ ୨୩ କୋଟି ଟଙ୍କା ଆୟ କରିଥିବା ବେଳେ ରବିବାର ଦିନ ୧୪.୫ କୋଟି ଟଙ୍କା କଲେକସନ କରିଛି। ଏହାର ତିନି ଦିନ ଫିଲ୍ମର ମୋଟ କଲେକସନ ୩୭.୫୯ କୋଟି ଟଙ୍କା ବୋଲି କୁହାଯାଉଛି। କହିବାକୁ ଗଲେ ବିକ୍ରମ ବେଧା ଚଳିତ ବର୍ଷର ଲୋକପ୍ରିୟ ଚଳଚ୍ଚିତ୍ରରେ ସାମିଲ୍‌ ହୋଇଛି। କିନ୍ତୁ ୧୭୫ କୋଟି ବଜେଟ୍ ସହିତ ପ୍ରସ୍ତୁତ ଏହି ଚଳଚ୍ଚିତ୍ର କଲେକସନ୍‌ ଦୃଷ୍ଟିରୁ ନିରାଶ ହୋଇଛି।ଉଭୟ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ‘ବିକ୍ରମ ବେଧା’ ହେଉଛି ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍। ଏହା ଏକ ଆକ୍ସନ୍-ଥ୍ରୀଲର୍ । 

ଯାହା ତାମିଲ ଭର୍ସନ ୨୦୧୭ ରେ ମୁକ୍ତିଲାଭ କରିଥିଲା । ଅନ୍ୟପଟେ ପୋନିୟିନ୍ ସେଲଭାନ୍ ହେଉଛି ଏକ ପାନ୍ ଇଣ୍ଡିଆ ଚଳଚ୍ଚିତ୍ର। ଯାହା ଚୋଳ ସାମ୍ରାଜ୍ୟର ସୁବର୍ଣ୍ଣ ଇତିହାସ ଦର୍ଶାଉଛି । ବହୁ ରିସର୍ଚ ପରେ ଚଳଚ୍ଚିତ୍ରଟି ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି।  ପୋନିୟିନ୍ ସେଲଭାନ୍ (Ponniyin Selvan: I) ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ(Aishwarya Rai Bachchan), ବିକ୍ରମ (Vikram), ଜୟରାମ ରବି(Jayam Ravi), କର୍ଥି (Karthi), ତ୍ରିଶା (Trisha), ଐଶ୍ବର୍ଯ୍ୟା ଲକ୍ଷ୍ମୀ(Aishwarya Lekshmi) ଓ ପ୍ରକାଶ ରାଜ(Prakash Raj) ପ୍ରମୁଖ ଅଭିନେତା ଅଭିନୟ କରିଛନ୍ତି । ଯଦି ଆମେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  କାମର କଥା କହିବା ତେବେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ  ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଆଗାମୀ ଦିନରେ ଓ୍ବୋ କୈନ ଥି ରିମେକ,  ରାତ୍ ଔର ଦିନ୍ ରିମେକ୍ ଓ ସଞ୍ଚୟ ଘୋଷଙ୍କ ଫିଲ୍ମ ମଧ୍ୟ ରହିଛି । 

ଏହାବି ପଢନ୍ତୁ : Bollywood : Brahmastra 2 ରେ ନଜର ଆସିବେ ଆର୍ଯ୍ୟନ ଖାନ୍ ! 

ସେହିପରି ବିକ୍ରମ ବେଧା ଫିଲ୍ମରେ ହ୍ରିତିକ୍ ରୋଶନ,ସୈଫ୍ ଅଲ୍ଲୀ ଖାନ୍ , ରାଧିକା ରାଧିକା ଆପତେ ,ରୋହିକ ସରାଫ,ୟୋଗିତା ବିହାନୀ,ସରିବ୍ ହାସମି ଓ ସତ୍ୟଦୀପ ମିଶ୍ରା ଅଭିନୟ କରିଛନ୍ତି। ହ୍ରିତିକ ବେଧାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ତାଙ୍କୁ ଫିଲ୍ମରେ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ବିକ୍ରମର ଭୂମିକାରେ ନଜର ଆସିଛନ୍ତି ସୈଫ୍ ।  ଫିଲ୍ମରେ ବିକ୍ରମ ଜଣେ ସଚ୍ଚୋଟ ପୋଲିସ୍ ଇନ୍ସପେକ୍ଟର , ଯିଏ ଗ୍ୟାଙ୍ଗଷ୍ଟର ବେଦକୁ ଧରିବାକୁ ଚେଷ୍ଟା କରନ୍ତି। ଯେତେବେଳେ ବେଦ ଆତ୍ମସମର୍ପଣ କରେ, ଯେତେବେଳେ ବେଦ ତାଙ୍କୁ ତିନିଟି କାହାଣୀ ବର୍ଣ୍ଣନା କରନ୍ତି । ସେତେବେଳେ ବିକ୍ରମଙ୍କର ଭଲ ଏବଂ ମନ୍ଦ ବିଷୟରେ ଧାରଣା ପରିବର୍ତ୍ତନ ହେବାକୁ ଲାଗେ । ଆକ୍ସନ ଭରା ଏ ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।