ଝିଅଙ୍କ ବିଷୟରେ ଏମିତି କହି ବିବାଦରେ ପପୁ ପମ୍ ପମ୍ !
Advertisement
Article Detail0/zeeodisha/odisha2625648

ଝିଅଙ୍କ ବିଷୟରେ ଏମିତି କହି ବିବାଦରେ ପପୁ ପମ୍ ପମ୍ !

Ollywood News: ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ପପୁଙ୍କୁ ବିବାଦ ଘେରକୁ ଆଣିଛି। ସେ କହିଛନ୍ତି ଆରେଞ୍ଜ୍ ବିବାହ କରୁଥିବା ବ୍ୟକ୍ତି ଅନ୍ୟର ବାନ୍ଧବୀ (girl friend)ଙ୍କୁ ବିବାହ କରନ୍ତି ।

ଝିଅଙ୍କ ବିଷୟରେ ଏମିତି କହି ବିବାଦରେ ପପୁ ପମ୍ ପମ୍ !

Ollywood News: ପୁଣି ବିବାଦରେ କମେଡି କିଙ୍ଗ୍ ପପୁ ପମ୍  ! ସେ ସବୁ ବେଳେ ନିଜ କମେଡିକୁ ନେଇ ବିବାଦ ଘେରରେ ରହିଥାନ୍ତି। କମେଡି କରିବା ସମୟରେ ସେ ଏମିତି କିଛି କଥା କହିଦିଅନ୍ତି ଯେ, ଯାହାକୁ ନେଇ ପର ମୁହୂର୍ତ୍ତରେ ବିବାଦ ସୃଷ୍ଟି ହୁଏ। ଏଭଳି ତାଙ୍କ ସହ ଅନେକ ଘଟଣା ଘଟିଥିବା ଆମେ ଦେଖିଛେ। ସେ କେତେବେଳେ କଳିମାଡର ଶିକାର ହୋଇଛନ୍ତି ତ କେତେବେଳେ ଜେଲ୍ ଯାଇଛନ୍ତି। ସେହିପରି ଏକ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟ ପପୁଙ୍କୁ ବିବାଦ ଘେରକୁ ଆଣିଛି। ସେ କହିଛନ୍ତି ଆରେଞ୍ଜ୍ ବିବାହ କରୁଥିବା ବ୍ୟକ୍ତି ଅନ୍ୟର ବାନ୍ଧବୀ (girl friend)ଙ୍କୁ ବିବାହ କରନ୍ତି । ଝିଅଙ୍କ ଚରିତ୍ରକୁ ଆକ୍ଷେପ କରି ଏଭଳି ବିବାଦୀୟ ମନ୍ତବ୍ୟ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଯୁବ ସମାଜ । ଲୋକଙ୍କ କହିବା କଥା ଯେପରି ସବୁ ପୁଅ ସମାନ ନୁହଁନ୍ତି ସେପରି ସବୁ ଝିଅ ମଧ୍ୟ ସମାନ ନୁହଁନ୍ତି। ଆମ ରାଜ୍ୟରେ ଏବେବି ବହୁ ଜଣ ଭଲ ଝିଅ ମଧ୍ୟ ଅଛନ୍ତି । କେବଳ ଝିଅଙ୍କୁ ଆକ୍ଷେପ କରି ଏମିତି କହିବା ଠିକ୍ ନୁହେଁ। 

କମେଡି କିଙ୍ଗ୍ ପପୁ ପମପମଙ୍କୁ ବା କିଏ ସେ ନ ଜାଣିଛି। ସେ କେବେ ଲୋକଙ୍କୁ ନିଜ କମେଡି ମାଧ୍ୟମରେ ହସି ହସି ବେଦମ୍ କରିଦିଅନ୍ତି ତ ଆଉ କେବେ ଗୀତ ଗାଈ ଲୋକଙ୍କ ମନୋରଞ୍ଜନ କରନ୍ତି। ସେ ସବୁବେଳେ ପରିସ୍ଥିତି ଓ ପରିବେଶକୁ ଦେଖି କମେଡି କରଥାଆନ୍ତି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । 

ମୟୂରଭଞ୍ଜ କପ୍ତିପଦାରେ ଜନ୍ମିତ ପପୁ ପାଠପଢା ସରିବା ପରେ ଭୁବନେଶ୍ୱର ଆସି ବିଭିନ୍ନ ଆଲବମରେ ଗୀତ ବୋଲୁଥିଲେ । କିନ୍ତୁ ଏଥିରେ ତାଙ୍କୁ ସେତେଟା ସଫଳତା ମିଳି ନ ଥିଲା । ପରବର୍ତ୍ତୀ ସମୟରେ ସେ ରେଡିଓ ଜକି ଭାବେ ଯୋଗ ଦେଇଥିଲେ । ଏହାପରେ ଘରୋଇ ଚ୍ୟାନେଲରେ ପ୍ରସାରିତ ଏକ ହାସ୍ୟାତ୍ମକ କାର୍ଯ୍ୟକ୍ରମ ଜରିଆରେ ସେ ଘରେ ଘରେ ପରିଚିତ ହୋଇ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । 

ପପୁ ୧୫ଟିରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଓଲିଉଡରେ ପାଦ ଦେବା ପରେ ସେ ‘ତୁ ମୋ ଆଖିର ତାରା’, ‘ତୋ ଆଖିରେ ମୁଁ’, ‘ପ୍ରଥମ ପ୍ରେମ’, ‘ସଂଜୁ ଆଉ ସଂଜନା’, ‘ଦେ ମା ଶକ୍ତି ଦେ’, ‘ଛାତିରେ ଲେଖିଛି ତୋରି ନାଁ’, ‘ମୋଷ୍ଟ ୱାଣ୍ଟେଡ’, ‘ଦିୱାନା’, ‘ବାଳୁଙ୍ଗା ଟୋକା’, ‘ଏସିପି ସାଗରିକା’, ‘ଚଉକା ଛକା’, ‘ଲଭ୍ ଷ୍ଟେସନ’ ପରି ଚଳଚ୍ଚିତ୍ରରେ ନିଜ କମେଡିର ଯାଦୁ ଦେଖାଇଛନ୍ତି । ସିନେମା ‘ରଙ୍ଗିଲା ଟୋକା’ ଓ ‘ଆମେ ତ ଟୋକା ଷଣ୍ଢ ମାର୍କା’ରେ ସେ ମୁଖ୍ୟ ଅଭିନେତା ଭାବେ ନଜର ଆସିଥିଲେ । ଚଳଚ୍ଚିତ୍ର ‘ଚିରକୁଟ୍‌ରେ’ ଜଣେ ନବାଗତାଙ୍କୁ ନାୟକ ଭୂମିକାରେ ନେଇ ସେ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଆପଣଙ୍କୁ କହିରଖୁଛୁ ଯେ, କେବଳ ଅଭିନୟ ନୁହେଁ ରାଜନୀତିକୁ ମଧ୍ୟ ଓହ୍ଲାଇଥିଲେ ପପୁ ।  ୨୦୧୪ ସାଧାରଣ ନିର୍ବାଚନରେ ସେ କେନ୍ଦୁଝର ଚମ୍ପୁଆ ଆସନରୁ ବିଜେଡି ଟିକେଟରେ ଲଢି ପରାସ୍ତ ହୋଇଥିଲେ ।

Also Read- ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଥିମ୍ ସଂଗ ଉନ୍ମୋଚନ

Also Read- ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ନୂଆ ସିନେମା "ଆଞ୍ଜେଲ"