Pathaan Controversy: ପୁଣି ଚର୍ଚ୍ଚାରେ 'ପଠାନ',ବଦଳିଲା ଟାଇଟେଲ,ଫିଲ୍ମରେ ହେଲା ବଡ ପରିବର୍ତ୍ତନ !
Advertisement
Article Detail0/zeeodisha/odisha1513032

Pathaan Controversy: ପୁଣି ଚର୍ଚ୍ଚାରେ 'ପଠାନ',ବଦଳିଲା ଟାଇଟେଲ,ଫିଲ୍ମରେ ହେଲା ବଡ ପରିବର୍ତ୍ତନ !

Pathaan Controversy: ଶାହରୁଖ ଖାନ ତାଙ୍କ ଚଳଚ୍ଚିତ୍ର 'ପଠାନ' ସହିତ ଚାରି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି। ଗୋଟିଏ ପଟେ ଫିଲ୍ମକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଫିଲ୍ମଟି ବିବାଦ ଘରେରେ ବୁଡି ରହିଛି ।

Pathaan Controversy:  ପୁଣି ଚର୍ଚ୍ଚାରେ 'ପଠାନ',ବଦଳିଲା ଟାଇଟେଲ,ଫିଲ୍ମରେ ହେଲା ବଡ ପରିବର୍ତ୍ତନ !

Pathaan Controversy: ଶାହରୁଖ ଖାନ ତାଙ୍କ ଚଳଚ୍ଚିତ୍ର 'ପଠାନ' ସହିତ ଚାରି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି।  ଗୋଟିଏ ପଟେ ଫିଲ୍ମକୁ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଫିଲ୍ମଟି ବିବାଦ ଘରେରେ ବୁଡି ରହିଛି । 'ପଠାନ' ବିବାଦ ଏହି ସମୟରେ ଦେଶ ପାଇଁ ଏକ ପ୍ରସଙ୍ଗ ପାଲଟିଛି। ପ୍ରତିଦିନ ଏହି ବିଷୟରେ କିଛି ନା  କିଛି ବିବାଦ ସାମ୍ନାକୁ ଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଦୁଇଟି ଗୀତ ରିଲିଜ୍ ହୋଇଛି ଏବଂ ଏହି ଦୁଇ ଗୀତକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଚାଲିଛି। ଏହା ସତ୍ତ୍ବ ଶାହରୁଖଙ୍କ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାରଙ୍କ ଫିଲ୍ମ ଦେଖିବାକୁ ଉତ୍ସାହିତ ଅଛନ୍ତି। ତେବେ, ଫିଲ୍ମକୁ ନେଇ ବଡ ଅପଡେଟ ସାମ୍ନାକୁ ଆସିଛି । ଯାହା ଶାହରୁଖଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଛି ।

ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ବୋଲି ବୋଲି ଖବର ରହିଛି। ଏହା ବ୍ୟତୀତ ଫିଲ୍ମର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି। କେବଳ ଏତିକି ନୁହେଁ,'ପଠାନ'ର ପ୍ରଥମ ଗୀତ 'ବେସରମ ରଙ୍ଗ'ରୁ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ଦୃଶ୍ୟକୁ ମଧ୍ୟ ହଟାଇ ଦିଆଯାଇଛି। ତେବେ ଏ-ପର୍ଯ୍ୟନ୍ତ କୌଣସି ପ୍ରକାରର ଅଫିସିଆଲ ଘୋଷଣାକରାଯାଇ ନାହିଁ । ଅଭିନେତା ତଥା ସିନେ କ୍ରିଟିକ୍ କମଲ ଆର ଖାନ ତାଙ୍କର ଏକ ଟ୍ୱିଟରେ ଏଭଳି ଦାବି କରିଛନ୍ତି।

ଏହାବି ପଢନ୍ତୁ : Gadar 2:' ଗଦର ୨'କୁ ନେଇ ଆସିଲା ବଡ ଅପଡେଟ୍, Iconic Sceneରେ ହୋଇଛି ବଡ ପରିବର୍ତ୍ତନ

ସିନେ କ୍ରିଟିକ୍ କମଲ ଆର ଖାନ (KRK) ନିକଟରେ ଏକ ଟୁଇଟରେ ଲେଖିଛି, 'ଏହା ନିଶ୍ଚିତ ହୋଇଛି ଯେ' ପଠାନ'ର ଟାଇଟେଲ ପରିବର୍ତ୍ତନ କରାଯାଇଛି, ବେସରାମ ରଙ୍ଗ ଗୀତରେ ଦୀପିକାଙ୍କ ଗେରୁଆ ରଙ୍ଗର ବିକିନି ଦୃଶ୍ୟକୁ ମଧ୍ୟ ହଟାଯାଇଛି । ଏହା ବ୍ୟତୀତ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି କିମ୍ବା ଆସନ୍ତାକାଲି ସରକାରୀ ଘୋଷଣା ଆସିପାରେ ।

 

ଏହି ଟୁଇଟ୍ ସାମ୍ନାକୁ ଆସିବା ପରେ ଗୋଟିଏ ପଟେ  ଅନେକ ଲୋକ ଏହି ଖବରକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହୁଥିବା ବେଳେ ଅନ୍ୟପଟେ କିଙ୍ଗ ଖାନଙ୍କ କିଛି ପ୍ରଶଂସକ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ଆମେ ଆପଣଙ୍କୁ କହିରଖୁଛୁ ଯେ ନିକଟରେ ସେନ୍ସର ବୋର୍ଡ 'ପଠାନ'ର ନିର୍ମାତାମାନଙ୍କୁ ରିଲିଜ୍ ପୂର୍ବରୁ ଫିଲ୍ମରେ କିଛି ପରିବର୍ତ୍ତନ କରି ସଂଶୋଧିତ ସଂସ୍କରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ବ୍ୟତୀତ ବୋର୍ଡ ଫିଲ୍ମର ଗୀତରେ କିଛି ପରିବର୍ତ୍ତନ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲା। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଭୟ କରୁଛନ୍ତି ଯେ କେଆରକେଙ୍କର ଟ୍ବିଟ ପ୍ରକୃତରେ ସତ କି ନୁହେଁ ? ଏହି କାରଣରୁ ତାଙ୍କ ଟୁଇଟ୍ ଏହି ସମୟରେ ଆଲୋଚନାର ବିଷୟ ପାଲଟିଛି। ସୂଚନାନୁସାରେ, ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ 'ପଠାନ୍' ଫିଲ୍ମ ଜାନୁଆରୀ ୨୫ ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ଶାହରୁଖ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଜନ୍ ଅବ୍ରହାମ ମଧ୍ୟ ନଜର ଆସିବେ।