Advertisement
Photo Details/zeeodisha/odisha2618848
photoDetails0hindi

Actress Sofia Alam: 'ଭାଗ୍ୟ ବିଧାତା'ରୁ ଯାତ୍ରା ଆରମ୍ଭ କରିଥିବା ରାଜନେତ୍ରୀ ସୋଫିଆ ଆଲମଙ୍କ ୮ ଟି ଫଟୋ ଭାଇରାଲ

Actress Sofia Alam:ସୋଫିଆ ଆଲାମ ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କର ବଡ଼ ଝିଅ । ତାଙ୍କ ମାଆ ନାଇମା ଆଲାମ ଜଣେ ସୁଗାୟିକା ତଥା ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର । ତାଙ୍କ ସାନ ଭଉଣୀ ନାଜିଆ ଆଲାମ ମଧ୍ୟ ଜଣେ ସୁନାମଧନ୍ୟା କଣ୍ଠଶିଳ୍ପୀ ।

1/8

ଓଡ଼ିଶା ସଂଗୀତ ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ମହମ୍ମଦ ସିକନ୍ଦର ଆଲାମଙ୍କ ବଡ଼ ଝିଅ ହେଉଛନ୍ତି ସୋଫିଆ। ସୋଫିଆ ଏବେ ରାଜ୍ୟ ରାଜନୀତିରେ ସକ୍ରିୟ ରାଜନେତା ମାନଙ୍କ ମଧ୍ୟରୁ ଅନ୍ୟତମ। 

2/8

ସୋଫିଆ ପ୍ରଥମେ ଟିଭି ପରଦା ଓ ପରେ ସିନେମାରେ ଅଭିନୟ କରି ପ୍ରଶଂସା ସାଉଣ୍ଟିବାରେ ସଫଳ ହୋଇଥିଲେ। ସେ ଏକାଧିକ ଟିଭି ସିରିଏଲରେ ଅଭିନୟ କରିଥିଲେ। 

3/8

ବେଶ ଲୋକପ୍ରିୟତା ହାସଲ କରିଥିବା ଭାଗ୍ୟ ବିଧାତାରୁ ସେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହା ପରେ ଗାୟତ୍ରୀ, ସଂସ୍କାର ଭଳି ଟେଲି ସିରିୟଲରେ କାମ କରିବା ଆରମ୍ଭ କରିଦେଇଥିଲେ। 

4/8

୨୦୦୯ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଡ୍ରିମ୍ ଗାର୍ଲ । 

5/8

ପରେ ସେ ସୁନା ଚଢ଼େଇ ମୋ ରୂପା ଚଢ଼େଇ, ଏସିପି ରଣବୀର, ଗଞ୍ଜା ଲଢ଼େଇ, ପ୍ରେମ ସବୁଠୁ ବଳବାନ, ଆଶିକ୍ ଭଳି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

6/8

ସୋଫିଆ ବିଧାତାର ଖେଳ ବ୍ୟତୀତ ଦୁହିତା, ମହାଯଜ୍ଞ, ଭାଗ୍ୟବିଧାତା, ସଂସ୍କାର ଆଜି ଲୋକପ୍ରିୟ ଟେଲି ସିରିଏଲରେ ମଧ୍ୟ ନଜର ଆସି ସାରିଛନ୍ତି। 

7/8

ଏହା ବ୍ୟତୀତ ସେ ସୁନା ଚଢେଇ ମୋ ରୁପା ଚଢେଇ, ଏସିପି ରଣବୀର, ପ୍ରେମ ସବୁଠୁ ବଳବାନ, ଗଞ୍ଜା ଲଢେଇ ଆଦି ସିନେମାରେ ମଧ୍ୟ ନଜର ଆସିଛନ୍ତି। 

8/8

ଅଭିନୟ ବ୍ୟତୀତ ତାଙ୍କୁ ରାଜନୀତିରେ ମଧ୍ୟ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି। ସେ ବିଜେଡିରେ ଯୋଗ ଦେଇ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରନ୍ତି। ଏହା ବ୍ୟତୀତ ଦଳର ବିଭିନ୍ନ ପଦପଦବୀରେ ମଧ୍ୟ ରହି କାର୍ଯ୍ୟ କରିସାରିଛନ୍ତି।