Advertisement
Photo Details/zeeodisha/odisha2572248
photoDetails0hindi

Allu Arjun: ପୁଷ୍ପା-୨ ପ୍ରିମିୟର ଦଳାଚକଟା ମାମଲା, ଆଜି ହାଜର ହେବେ ଅଲ୍ଲୁ

Allu Arjun: ପୁଣି ଚର୍ଚ୍ଚାରେ ସାଉଥ୍ ଷ୍ଟାର ଅଲ୍ଲୁ ଅର୍ଜୁନ । ପୁଷ୍ପା-୨ ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ଅଲ୍ଲୁଙ୍କ ବେଲ୍ ମିଳିଛି ସତ । ହେଲେ ସେଥିରୁ ସେ ବିବାଦ ଏବେ ପିଛା ଅଲ୍ଲୁଙ୍କ ପିଛା ଛାଡୁନି। ତାଙ୍କୁ ଏହି ଘଟଣାରେ ପଚରାଉଚରା ପାଇଁ ହ୍ରାଇଦ୍ରାବାଦ ପୋଲିସ୍ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିବା ଜଣାପଡିଛି।

1/10
ଏନେଇ ଆଜି ସକାଳ ୧୧ଟାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ଥିବା କୁହାଯାଉଛି। ହାଇଦ୍ରାବାଦ ପୋଲିସର ସମନ ପରେ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ ବଢ଼ିଛି।

 

ALSO READ: Gold Rate Today: ସୁନା ଦରରେ ହ୍ରାସ, ଭୁବନେଶ୍ବରରେ ଭରି ପିଛା ଏତେ ଶହ ଟଙ୍କା କମିଲା ରେଟ୍

ALSO READ: Shani Budh Yuti 2024: ୨୦୨୫, ଜାନୁଆରୀ ୩ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ଶନି-ବୁଧ କରିବେ ଟଙ୍କା ବର୍ଷା

2/10

ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ଚିକଡ଼ପଲ୍ଲୀ ପୋଲିସ ସୋମବାର ସମନ ଜାରି କରିଥିଲା । 

3/10

‘ପୁଷ୍ପା ୨’ର ସ୍କ୍ରିନିଂ ବେଳେ ଦେଖାଦେଇଥିବା ଦଳାଚକଟାକୁ ନେଇ ଏହି ସମନ ଜାରି କରାଯାଇଥିବା କୁହାଯାଉଛି ।

4/10

ସୂଚନା ଅନୁସାରେ, ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାକୁ ନେଇ ତେଜୁଛି ବିବାଦ । ଅଭିନେତାଙ୍କୁ ଗିରଫ କରିବାକୁ ଜୋର ଦାବି ହେଉଛି। 

 

5/10

ସୂଚନା ଅନୁସାରେ,  ଗତ ଡିସେମ୍ବର ୪ ତାରିଖ ଦିନ ସନ୍ଧ୍ୟା ପ୍ରେକ୍ଷାଳୟରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

 

6/10

କେବଳ ସେତିକି ନୁହେଁ, ମୃତ୍ୟୁ ବରଣ କରିଥିବା ମହିଳାଙ୍କ ୮ ବର୍ଷର ପୁଅ ମରଣ ସହ ସଂଘର୍ସ କରୁଛି।  ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ ।ଏନେଇ ଅଲ୍ଲୁ ଗୋଟିଏ ରାତି ଜେଲରେ ରହିଥିଲେ। 

 

7/10

ପରେ ତେଲଙ୍ଗାନା ହାଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇ ଡିସେମ୍ବର ୧୪ରେ ମୁକୁଳିଥିଲେ ।  ଜେଲରୁ ଆସିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ। 

 

8/10

ଏତିକିରେ କଥା ଶେଷ ହୋଇନ ଥିଲା। ମୃତ ମହିଳାଙ୍କ କ୍ଷତି ପୂରଣ ବାବଦକୁ ଅଲ୍ଲୁ ୨୫ ଲକ୍ଷ ଟଙ୍କା ଦେଇଥିବା ବେଳେ  ପୁଷ୍ପା-୨ ଫିଲ୍ମର ନିର୍ମାତା ମଧ୍ୟ ୫୦ ଲକ୍ଷର ସହାୟତା ପ୍ରଦାନ କରିଥିଲେ। 

 

9/10

କିନ୍ତୁ ମାମଲା , ଥମି ନଥିଲା। । ଅଲ୍ଲୁଙ୍କୁ ଗିରଫ ସହ ମୃତ ମହିଳାଙ୍କୁ ନ୍ୟାୟ ଦାବି କରି କିଛି ଲୋକେ  ଅଲ୍ଲୁଙ୍କ ଜୁବୁଲି ହିଲ୍ସ ବାସଭବନ ଉପରେ ଆକ୍ରମଣ କରିଥିଲେ। 

10/10

ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ପରେ ସେମାନଙ୍କୁ ହାଇଦ୍ରବାଦ୍ କୋର୍ଟ ଜାମିନ୍ ପ୍ରଦାନ କରିଥିଲେ ।