Rajnikanth : ବ୍ୟାଡମ୍ୟାନରୁ କିପରି ଗୁଡମ୍ୟାନ ହେଲେ 'ଥଲାଇଭା'? ଫ୍ୟାନ୍ସଙ୍କ ଆଗରେ ଖୋଲିଲେ ସିକ୍ରେଟ୍
Advertisement
Article Detail0/zeeodisha/odisha1546622

Rajnikanth : ବ୍ୟାଡମ୍ୟାନରୁ କିପରି ଗୁଡମ୍ୟାନ ହେଲେ 'ଥଲାଇଭା'? ଫ୍ୟାନ୍ସଙ୍କ ଆଗରେ ଖୋଲିଲେ ସିକ୍ରେଟ୍

Rajnikanth : ସାଉଥ ସୁପରଷ୍ଟାର ରଜନୀକାନ୍ତ । ତାଙ୍କୁ କିଏବା ନ ଜାଣେ । ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବହୁତ ସରଳ । ଭେଟେରାନ୍ ଅଭିନେତାଙ୍କ ପତ୍ନୀ ହେଉଛନ୍ତି ଲତା ରଜନୀକାନ୍ତ । ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । କେବେବି ତାଙ୍କ ପ୍ରଶଂସା କରିବାକୁ ରଜନୀକାନ୍ତ ଭୁଲନ୍ତି ନାହିଁ । ନିକଟରେ ରଜନୀକାନ୍ତ ଏକ ସାକ୍ଷାତକାର ଦେଇଥିଲେ । ସେ କହିଥିଲେ ଯେ,ତାଙ୍କ ଜୀବନରେ ଏପରି ଏକ ସମୟ ଥିଲା , ଯେତେବେଳେ ସେ ଖୁବ ଅଧିକ ମଦ୍ୟପାନ , ଧୂମ୍ରପାନ ସହ ମାଂସାହାରୀ ମଧ୍ୟ ଥିଲେ ।

ସୌଜନ୍ୟ- ସୋସିଆଲ ମିଡିଆ

Rajnikanth : ସାଉଥ ସୁପରଷ୍ଟାର ରଜନୀକାନ୍ତ । ତାଙ୍କୁ କିଏବା ନ ଜାଣେ । ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବହୁତ ସରଳ । ଭେଟେରାନ୍ ଅଭିନେତାଙ୍କ ପତ୍ନୀ ହେଉଛନ୍ତି ଲତା ରଜନୀକାନ୍ତ । ସେ ତାଙ୍କ ପତ୍ନୀଙ୍କୁ ବହୁତ ଭଲ ପାଆନ୍ତି । କେବେବି ତାଙ୍କ ପ୍ରଶଂସା କରିବାକୁ ରଜନୀକାନ୍ତ ଭୁଲନ୍ତି ନାହିଁ । ନିକଟରେ ରଜନୀକାନ୍ତ ଏକ ସାକ୍ଷାତକାର ଦେଇଥିଲେ । ସେ କହିଥିଲେ ଯେ,ତାଙ୍କ ଜୀବନରେ ଏପରି ଏକ ସମୟ ଥିଲା , ଯେତେବେଳେ ସେ ଖୁବ ଅଧିକ ମଦ୍ୟପାନ , ଧୂମ୍ରପାନ ସହ ମାଂସାହାରୀ ମଧ୍ୟ ଥିଲେ । ଏବଂ ପୁରା ଦିନ ସେ ନିଶାରେ ଚୁର ରହୁଥିଲେ । ବସ କଣ୍ତକ୍ଟର ଥିବା ସମୟରେ ସେ ଏପରି ଅଭ୍ୟାସରେ ପଡି ଯାଇଥିଲେ।  ନନଭେଜ ବିନା ତାଙ୍କ ଦିନ ହିଁ ଆରମ୍ଭ ହେଉ ନ ଥିଲା । ପ୍ରତ୍ୟକ ଦିନ ସେ ଅତି କମରେ ଦୁଇ ଥର ନନଭେଜ ଖାଉଥିଲେ।  କଣ୍ତକ୍ଟରରୁ ଅଭିନେତା ହୋଇସାରିବା ପରେ ମଧ୍ୟ ଏହି ଅଭ୍ୟାସରେ ତାଙ୍କର ରହିଥିଲା । ଆଉ ତାଙ୍କର ଏପରି ଅଭ୍ୟାସକୁ ତାଙ୍କର ପତ୍ନୀ ଲତା ପରିବର୍ତ୍ତନ କରିଥିଲେ । ଝଗଡା କରି ନୁହେଁ, ଭଲପାଇବା ମାଧ୍ୟମରେ । ବର୍ତ୍ତମାନ ସେ ଏକ ସରଳ ଓ ଶୃଙ୍ଖଳିତ ଜୀବନ ଝିଉଁଛନ୍ତି । 

ଜାନୁଆରୀ ୨୬ରେ, ତାମିଲ ନାଟକ ଚାରୁକେସିର ୫୦ତମ ଉତ୍ସବ(Tamil drama Charukesi) ପାଇଁ ରଜନୀକାନ୍ତଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ସେ ଏଭଳି ଭାବରେ ନିଜ ଅତୀତ ବିଷୟରେ ଖୋଲାଖୋଲି କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି,'ମୋ ମତରେ, ଯେଉଁମାନେ ଏହି ତିନୋଟି ଜିନିଷ ସର୍ବଦା ଖାଇଥାନ୍ତି  । ସେମାନେ ୬୦ ପରେ ସୁସ୍ଥ ଜୀବନଯାପନ କରିପାରିବେ ନାହିଁ । ମୋ ପତ୍ନୀ ଲତାଙ୍କ ପ୍ରେମ ମୋତେ ଏସବୁଠୁ ଦୂରେଇକୁ ନେଇ ଯାଇଥିଲା । 

Also Read: Malaika Arora: 'ସଲମାନ ଖାନ ମୋତେ ତିଆରି କରି ନାହାଁନ୍ତି'

ପିଲାଦିନରେ ବହୁ ଘାତପ୍ରତିଘାତ ଦେଇ ସେ ଆଗକୁ ବଢ଼ିଥିଲେ ରଜନୀକାନ୍ତ । ବାପା ତାଙ୍କର ପୋଲିସ୍ କନେଷ୍ଟବଳ ଥିଲେ, ମା’ ଗୃହିଣୀ। ମା’ ଅକାଳରେ ଚାଲିଯିବା ପରେ ତାଙ୍କ ପରିବାରର ଅନ୍ୟ ଲୋକମାନେ ନିଷ୍ପତ୍ତି ନେଇ ରଜନୀଙ୍କୁ ରାମକୃଷ୍ଣ ମିସନ୍ ଦ୍ବାରା ପରିଚାଳିତ ଏକ ମଠରେ ଛାଡ଼ିଲେ। ସେଇଠି ପାଠ ପଢ଼ି ସେ ବଡ଼ ହେଲେ। ପେଟ ପୋଷିବା ପାଇଁ ସେ ବସ୍‌ରେ କଣ୍ଡକ୍ଟର କାମ କରିଲେ। ସେଇ ସମୟରେ କେତେ‌ଜଣ ସାଙ୍ଗ ତାଙ୍କୁ ସିନେପାଠ୍ୟକ୍ରମ ପଢ଼ିବାକୁ ପରାମର୍ଶ ଦେଲେ, ‌ଜଣେ ସାଙ୍ଗ ରଜନୀଙ୍କୁ ଅର୍ଥ ସହାୟତା ମଧ୍ୟ କରିଥିଲେ। ପାଠ ପଢ଼ିବା ସମୟରେ ତାମିଲ ଚଳଚ୍ଚିତ୍ର ନିର୍ଦେଶକ କେ.ବାଲଚନ୍ଦରଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେଲା। ଦକ୍ଷିଣ ସିନେଜଗତରେ ଶୀର୍ଷରେ ପହଞ୍ଚିବା ପରେ ସେ ହିନ୍ଦୀ ସିନେଜଗତରେ ମଧ୍ୟ ତାଙ୍କ ଅଭିନୟର ପରାକାଷ୍ଠା ଦେଖାଇଥିଲେ। ରଜନୀକାନ୍ତ ତାମିଲ, ହିନ୍ଦୀ, ମାଲାୟାଲମ୍, କନ୍ନଡ, ତେଲୁଗୁ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ତାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ଅନ୍ଧା କାନୁନ’।