Rourkela city Fest 2023: ରାଜ୍ୟରେ ଆରମ୍ଭ ହୋଇଛି ହକି ମହାକୁମ୍ଭ । ଦ୍ଵିତୀୟ ଥର ଲାଗି ଆୟୋଜନ କରିଛନ୍ତି ଓଡିଶା ସରକାର । ଚଳିତ ବର୍ଷ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସମେତ ,ହକିର ଏନ୍ତୁଡ଼ିଶାଳ ବୋଲାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ଆୟୋଜିତ ହେଉଛି। ଯାହାକୁ ନେଇ ରାଉରକେଲା ରେ ବିଶାଳ ୨୦୦୦୦ରୁ ଉର୍ଦ୍ଧ ଦର୍ଶକ କ୍ଷମତା ବିଶିଷ୍ଟ ନୂତନ ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ କରାଯାଇଥିବା ବେଳେ, ସୁନ୍ଦର୍ ଆଲୋକ ମାଳା,ବିଭିନ୍ନ କଳାକୃତି ଆଦିରେ ରାଉରକେଲାକୁ ନବବଧୂ ରୂପେ ସଜାଯାଇଛି।
Trending Photos

ବିଶ୍ୱକପ ପାଇଁ ରାଉରକେଲାକୁ ଜିଲ୍ଲା,ରାଜ୍ୟ,ଦେଶ ତଥା ଦେଶ ବାହାର ଦର୍ଶକଙ୍କ ଆଗମନକୁ ଆଖି ଆଗରେ ରଖି ସହରରେ ଭୁବନେଶ୍ୱରରୁ ରାଉରକେଲା ବିମାନ ସେବା,ପୁରୀ ଏବଂ ଭୁବନେଶ୍ଵର ରୁ ଦୁଇଟି ସ୍ଵତନ୍ତ୍ର ଟ୍ରେନ ଓ ୨୫ରୁ ଉର୍ଦ୍ଧ୍ବ ମୋ ବସ୍ ଚଳାଚଳ ମଧ୍ୟ ଆରମ୍ଭ କରିଛି। ଅନ୍ୟପଟେ ହକି ବ୍ୟତୀତ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପାର୍କ ଆଦିକୁ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ଶନିବାର ଠାରୁ ଆରମ୍ଭ ହୋଇଛି ୯ ଦିନିଆ ରାଉରକେଲା ସିଟି ଫେଷ୍ଟ୍ 2023 କାର୍ଯ୍ୟକ୍ରମ। ଯେଉଁଠାରେ ପ୍ରତିଦିନ ରାଜ୍ୟ ତଥା ଦେଶ ଏବଂ ଦେଶ ବାହାରୁ ବହୁ ପ୍ରତିଷ୍ଠିତ ନାମୀଦାମୀ କଳାକାର ନିଜ କଳା ପ୍ରଦର୍ଶନ କରୁଛନ୍ତି । ଉଦଘାଟନୀ ଦିବସରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି ଓଡ଼ିଆ ରାପର ରାପ୍ ଡ଼ିଲଙ୍କ ଗୀତ । କେବଳ ରାପରଙ୍କ ଗୀତ ନୁହେଁ, ବଲିଉଡ୍ ଅଭିନେତ୍ରୀ ଦିଶା ପାଟାନୀଙ୍କ ଦମଦାର ଡ୍ୟାନ୍ସ ମଧ୍ୟ ଲୋଙ୍କୁ ଦିର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଦେଶ ବିଦେଶର ମହିଳା କଳାକାରଙ୍କୁ ନେଇ ଗଠିତ କୋରିଆନ ବ୍ଲାକ ସ୍ବାନ ଗ୍ରୁପ ଏବଂ ବଲିଉଡ୍ ସିଙ୍ଗର ସୁଖବିନ୍ଦର୍ ସିଂଙ୍କ ଗୀତ ଉଦଘାଟନୀ ଉତ୍ସବକୁ ଚାରଚାନ୍ଦ ଲଗାଇଥିଲା । ସୁନ୍ଦର ମଞ୍ଚ ସଜ୍ଜା,ଆକର୍ଷଣୀୟ ସାଉଣ୍ଡ ସମେତ କଳାକାରଙ୍କ ଦମଦାର ଡ୍ୟାନ୍ସରେ ବେଶ୍ ଝୁମିଥିଲେ ଦର୍ଶକ। ଏଥିସହିତ ପରିସରରେ 'ଗଳ୍ପ କଥନ' ସେଲଫି ପଇଣ୍ଟ, ଲୋକ ଗୀତ ,ସଙ୍ଗୀତ କାର୍ଯ୍ୟକ୍ରମ ସାଙ୍ଗକୁ ସୁସ୍ୱାଦୁ ବ୍ୟଞ୍ଜନ ଏବଂ ବିଭିନ୍ନ ହାତ ତିଆରି ସାମଗ୍ରୀ ର ଏକାଠି ସମାହାର ହଜାର ହଜାର ଲୋକଙ୍କୁ କରୁଛି ଆକୃଷ୍ଟ। ତେବେ ଆଗାମୀ ୮ଦିନରେ କୈଳାଶ ଖେର,ସୋନୁ ନିଗମ ଙ୍କ ଭଳି ସିଙ୍ଗର ଦର୍ଶକଙ୍କୁ ନିଜ ଗୀତର ଯାଦୁରେ ବାନ୍ଧି ରଖିବ।
ଏହାବି ପଢନ୍ତୁ : Bollywood vs South: ‘RRR ବଲିଉଡ ମୁଭି ନୁହେଁ’
ବୁଧବାର ଦିନ କଟକର ବାରବାଟୀ ଷ୍ଟାଡି଼ୟମରେ ହକିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆରମ୍ଭ ହୋଇଥିଲା ପୁରୁଷ ହକି ବିଶ୍ୱକପ ୨୦୨୩ର ଉଦଘାଟନୀ ଉତ୍ସବ । ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ବଲିଉଡ ସେଲିବ୍ରିଟ ଦିଶା ପାଟାନୀ ଓ ରଣବୀର ସିଂଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠା ବଢିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦେଶବିଦେଶର ଅତିଥି ଯୋଗ ଦେଇଥିଲେ ।
ରାଉରକେଲାରୁ ସୁଶାନ୍ତ ଦାଶ, ଜି ଓଡ଼ିଶା ନ୍ୟୁଜ୍