Tiger 3 First Show: ସକାଳ ୭ଟାରେ ଆରମ୍ଭ ହେବ 'ଟାଇଗର-୩'ର ପ୍ରଥମ 'ସୋ', ଏହି ତାରିଖରୁ କରିପାରିବେ ଟିକେଟ ବୁକ୍
Advertisement
Article Detail0/zeeodisha/odisha1939776

Tiger 3 First Show: ସକାଳ ୭ଟାରେ ଆରମ୍ଭ ହେବ 'ଟାଇଗର-୩'ର ପ୍ରଥମ 'ସୋ', ଏହି ତାରିଖରୁ କରିପାରିବେ ଟିକେଟ ବୁକ୍

Tiger 3 First Show: ଦୀପାବଳି ଅବସରରେ ରିଲିଜ୍ ହେବ ବଲିଉଡ ସୁପରଷ୍ଟାର ​​ସଲମାନ ଖାନଙ୍କ 'ଟାଇଗର-୩' । ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ।

Tiger 3 First Show: ସକାଳ ୭ଟାରେ ଆରମ୍ଭ ହେବ 'ଟାଇଗର-୩'ର ପ୍ରଥମ 'ସୋ', ଏହି ତାରିଖରୁ କରିପାରିବେ ଟିକେଟ ବୁକ୍

Tiger 3 First Show: ବଲିଉଡ ସୁପରଷ୍ଟାର ସଲମନ ଖାନ (salman khan)ଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । କାରଣ ଦୀର୍ଘ ସମୟର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଲମ୍ୱା ସମୟ ବ୍ୟବଧାନ ପରେ ବଡ ପରଦାରେ ଫେରିବାକୁ ଯାଉଛନ୍ତି ସଲମାନ । ଦୀପାବଳି ଅବସରରେ ତାଙ୍କ ଫିଲ୍ମ 'ଟାଇଗର-୩' ରିଲିଜ୍ ହେବାକୁ ଯାଉଛି। ଦୀପାବଳିରେ ଭାଇଜାନ୍ ଏକ ବିସ୍ଫୋରଣ ସୃଷ୍ଟି କରିବାକୁ ଯାଉଛନ୍ତି। 'ଟାଇଗର-୩' ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ସୋ ବିଷୟରେ ସୂଚନା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରର ପ୍ରଥମ ସୋ ଦୀପାବଳିରେ ସକାଳ ୭ ଟାରେ ହେବାକୁ ଯାଉଛି । ପ୍ରଶଂସକମାନେ ସକାଳ ୭ ଟାରେ 'ଟାଇଗର-୩' ଦେଖିପାରିବେ ।

'ଟାଇଗର-୩' ରେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ଦର୍ଶକେ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଇମ୍ରାନ୍ ହାଶମୀଙ୍କୁ ଖଳନାୟକ ଭୂମିକାରେ ଆପଣ ଦେଖିବାକୁ ପାଇବେ । ଇମ୍ରାନ ହାଶମୀଙ୍କ ନୂଆ ଲୁକ୍ ଓ ଡାଏଲଗ ଶୁଣିବାକୁ ପ୍ରଶଂସକଙ୍କ ମନରେ ଅନେକ କ୍ରେଜ୍ ରହିଛି ।

ଆଡଭାନ୍ସ ବୁକିଂ ତାରିଖ
ତାରନ ଆଦର୍ଶ ଫିଲ୍ମ 'ଟାଇଗର-୩' ପ୍ରଥମ ସୋ ଏବଂ ଆଡଭାନ୍ସ ବୁକିଂ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ସିନେମାର ପ୍ରଥମ ସୋ ସକାଳ ୭ ଟାରୁ ଆରମ୍ଭ ହେବ । ୧୨ ନଭେମ୍ବର ରବିବାର ଦିନ ସକାଳ ୭ ଟାରେ ପ୍ରଥମ ପ୍ରିମିୟର ସୋ ଆରମ୍ଭ ହେବା ନେଇ ୟଶ ରାଜ ଫିଲ୍ମସ୍ ନିଷ୍ପତ୍ତି ନେଇଛି । ସିନେମା ଦେଖିବା ପାଇଁ ଅଗ୍ରୀମ ଟିକଟ୍ ବୁକିଂ ନଭେମ୍ବର ୫ରୁ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି ।

ୟଶ ରାଜ ଫିଲ୍ମସ୍ (yash raj films) ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର ହେଉଛି 'ଟାଇଗର-୩' । ଏହାପୂର୍ବରୁ, 'ଟାଇଗର ଜିନ୍ଦା ହେ', 'ଏକ ଥା ଟାଇଗର', ଏବଂ 'ପଠାନ' ପରି ସିନେମା ତିଆରି କରାଯାଇଥିଲା । 'ଟାଇଗର-୩' ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଟାଇଗର ଏବଂ ଜୋୟାଙ୍କ ଯୋଡି 'ଟାଇଗର-୩' ରେ ପୁଣି ଥରେ ଦେଖିବାକୁ ମିଳିବ ।

ଆନ୍ତର୍ଜାତୀୟ ବଜାରରେ 'ଟାଇଗର-୩' ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ବ୍ରିଟେନ, ୟୁଏଇ ଏବଂ ଯୁକ୍ତରାଷ୍ଟ୍ରରେ ବହୁତ ଭଲ ବୁକିଂ ହୋଇସାରିଛି । ଯଦି ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ ତେବେ ଏହାକୁ ଭାରତର ଗୋଟିଏ ଦିନ ପୂର୍ବରୁ ଆମେରିକା ଏବଂ କାନାଡାରେ ରିଲିଜ୍ କରିବାକୁ ଯୋଜନା ରଖାଯାଇଛି ।

Also Read- Karwa Chauth 2023: ସଚିନଙ୍କ ପାଇଁ କରୱା ଚୌଥ ବ୍ରତ କଲେ ସୀମା ହାଇଦର

Also Read- କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଲକ୍ଷ୍ଣୀ ବସ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ