Top 10 News Headlines: କ୍ରବାର ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି କମିଟିର ୧୦ ଜଣ ସାଂସଦଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 23 January 2025: H1. SBI ATM heist in Bhubaneswar: ରାଜଧାନୀ ଭୁବନେଶ୍ବରରେ ମାତିଲେ ଲୁଟେରା। ତାଡି ନେଇଗଲେ ଏଟିଏମ ମେସିନ। ଭୁବନେଶ୍ୱର ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା। ଗତକାଲି ବିଳମ୍ବିତ ରାତିରେ ଏଟିଏମ ତାଡି ଛୁ ମାରିଥିଲେ ଲୁଟେରା। ଆଜି ସକାଳୁ ଗଙ୍ଗୁଆ ନାଳରୁ ମିଳିଲା ଏଟିଏମ ମେସିନ। ଲୁଟେରାମାନେ ଏଟିଏମରୁ ଟଙ୍କା ନେଇ ମେସିନ ଗଙ୍ଗୁଆ ନାଳରେ ଫୋପାଡିଦେଇଥିବା ପୁଲିସ ସୂଚନା ଦେଇଛି।
H2. Odisha Budget Session 2025: ୧୭ ଫେବ୍ରୁଆରୀ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଆର୍ଥିକବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଆଗତ କରିବେ। ବଜେଟ ଆକଳନ ଗତ ଆର୍ଥିକବର୍ଷରୁ ଅଧିକ ରହିବ ବୋଲି କୁହାଯାଉଛୁ। ବଜେଟ୍ ଆଗତ ପୂର୍ବରୁ ଅଂଶୀଦାରଙ୍କ ମୋହନ ସରାକାର ମଧ୍ୟ ପରାମର୍ଶ ଲୋଡିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ବୌଠକ ଡାକିଥିଲେ।
H3. Jajpur private college Case: ଯାଜପୁରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିବା ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର କରଯାଇଛି। ଯାଜପୁର ବରୀ ଅଞ୍ଚଳର ଏକ ସରକାରୀ କଲେଜର ଥିବା ଏହି ଅଧ୍ୟାପକ ବିଦ୍ୟାଧର ଧଳଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର କୌଣସି ଉତ୍ତର ନ ମିଳିବାରୁ ଉପଜିଲ୍ଲାପାଳ ଚାକିରିରୁ ବହିଷ୍କାର କରିଛନ୍ତି।
H4. CM majhi reviewed Utkarsh Odisha Summit-2025: ଜନତା ମଇଦାନରେ ଠାରେ 'ଉତ୍କର୍ଷ ଓଡ଼ିଶା ସମ୍ମିଳନୀ-୨୦୨୫' ନିମନ୍ତେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ଏହା ସମେତ ମୁଖ୍ୟମନ୍ତ୍ରୀ ସୁରକ୍ଷା ବ୍ୟବସ୍ଥା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ସମ୍ମିଳନୀ ଜରିଆରେ ରାଜ୍ୟରେ ମୋଟ ୫ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶର ସମ୍ଭାବନା ରହିଛି। ଯାହାକି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ରାଜ୍ୟର ସାମଗ୍ରିକ ବିକାଶରେ ବିଶେଷ ସହାୟକ ହେବ।
H5. 10 Opposition MPs suspended: ଶୁକ୍ରବାର ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି କମିଟିର ୧୦ ଜଣ ସାଂସଦଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ।
H6. Amul Milk Price Cut: ସାଧାରଣତଃ କ୍ଷୀର ମୂଲ୍ୟ ବୃଦ୍ଧିର ଖବର ବହୁତ ଦିନ ଧରି ଆସୁଛି। କିନ୍ତୁ ଏବେ ଦେଶର ସବୁଠାରୁ ବଡ଼ ଦୁଗ୍ଧ ବ୍ରାଣ୍ଡ ଅମୂଲ କ୍ଷୀରର ମୂଲ୍ୟ ହ୍ରାସ କରି ମୁଦ୍ରାସ୍ଫୀତିରୁ ମୁକ୍ତି ଦେଇଛି। ହଁ ଆଜ୍ଞା ଅମୂଲ ଗୁଜରାଟରେ କ୍ଷୀରର ମୂଲ୍ୟ ହ୍ରାସ କରିଛି। ବର୍ତ୍ତମାନ AMUL ଅମୂଲ ଗୋଲ୍ଡ, ଅମୂଲ ତାଜା ଏବଂ ଟି ସ୍ପେଶାଲ କ୍ଷୀରର ମୂଲ୍ୟ ହ୍ରାସ କରିଛି।
H7. Maharashtra Ordnance Factory Blast: ମହାରାଷ୍ଟ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଭଣ୍ଡାରା ଜିଲ୍ଲାରେ ଏକ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ଅପରାହ୍ନରେ ଭଣ୍ଡାରାର ଜବାହରନଗରରେ ଥିବା ଗୋଳାବାରୁଦ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। କାରଖାନାରେ ଏହି ବଡ଼ ବିସ୍ଫୋରଣର ଶବ୍ଦ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।
H8. Randhir Jaiswal On illegal immigration: ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଶୁକ୍ରବାର ଦିନ କହିଛନ୍ତି ଯେ ଭାରତ ସବୁବେଳେ ଅବୈଧ ପ୍ରବାସୀ ବିରୋଧରେ ରହିଛି। ଯଦି କୌଣସି ଭାରତୀୟ ନାଗରିକ ଅବୈଧ କାଗଜପତ୍ର ସାହାଯ୍ୟରେ କେବଳ ଆମେରିକା ନୁହେଁ, ବିଶ୍ୱର ଯେକୌଣସି ଦେଶକୁ ଯାଇଛନ୍ତି, ତେବେ ଆମେ ସେମାନଙ୍କୁ ଫେରାଇ ନେବାକୁ ସର୍ବଦା ପ୍ରସ୍ତୁତ ଅଛୁ। ଗଣମାଧ୍ୟମକୁ ଦେଇଥିବା ଏକ ବିବୃତ୍ତିରେ ସେ କହିଛନ୍ତି ଯେ ଭାରତ ବିଶ୍ୱାସ କରେ ଯେ ଅବୈଧ ପ୍ରବାସ ଏକ ପ୍ରକାର ସଂଗଠିତ ଅପରାଧ।
H9. MEA Slams Disruption Of Kangana's 'Emergency' Film: ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ଯୁକ୍ତରାଜ୍ୟରେ 'ଏମର୍ଜେନ୍ସି' ଚଳଚ୍ଚିତ୍ରର ପ୍ରଦର୍ଶନ ସମୟରେ ଘଟିଥିବା ହିଂସାତ୍ମକ ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଆଶା କରିଛି ଯେ ବ୍ରିଟିଶ ସରକାର ଏହି ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ କରିବେ।
H10. IND vs ENG 2nd T20I Playing 11: ଭାରତୀୟ କ୍ରିକେଟ ଦଳ ଏବଂ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୫ରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି-୨୦ ପାଇଁ ଇଂଲଣ୍ଡ ନିଜର ପ୍ଲେଇଂ ୧୧ ଦଳ ଘୋଷଣା କରିଛି। ଇଂଲଣ୍ଡ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗସ୍ ଆଟକିନସନ୍ଙ୍କୁ ବେଞ୍ଚରେ ରଖାଯାଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ବ୍ରାଇଡନ୍ କାର୍ସେଙ୍କୁ ଦଳରେ ସାମିଲ କରାଯାଇଛି।