Sonu Sood: ପୁଣି ଚର୍ଚ୍ଚାରେ ସୋନୁସୁଦ୍, ଗ୍ରାଜୁଏଟ ଚାଏବାଲିକୁ କଲେ ଏପରି ସାହାଯ୍ୟ
Advertisement
Article Detail0/zeeodisha/odisha1451419

Sonu Sood: ପୁଣି ଚର୍ଚ୍ଚାରେ ସୋନୁସୁଦ୍, ଗ୍ରାଜୁଏଟ ଚାଏବାଲିକୁ କଲେ ଏପରି ସାହାଯ୍ୟ

Sonu Sood: ବଲିଉଡ୍ ଅଭିନେତା ସୋନୁସୁଦ୍ । ରିଲରେ ଭିଲେନ୍ ସାଜୁଥିବା ସୋନୁ ରିୟଲ ଲାଇଫରେ ହିରୋ ସାଜିଛନ୍ତି । ମହାମାରୀ ସମୟରେ ନିଜର ଉଦାର ମନୋଭାବ ଓ ମହତ୍‌ କାର୍ଯ୍ୟ ଯୋଗୁ ସୋନୁ ସୁଦ ଅନେକ ଲୋକପ୍ରିୟତା ସାଉଁଟି ପାରିଛନ୍ତି। ଅନ୍ୟମାନଙ୍କ ଲାଗି ପ୍ରେରଣା ଉତ୍ସ ଭାବରେ ଉଭା ହୋଇଛନ୍ତି ସୋନୁ।

Sonu Sood: ପୁଣି ଚର୍ଚ୍ଚାରେ ସୋନୁସୁଦ୍, ଗ୍ରାଜୁଏଟ ଚାଏବାଲିକୁ କଲେ ଏପରି ସାହାଯ୍ୟ

Sonu Sood: ବଲିଉଡ୍ ଅଭିନେତା ସୋନୁସୁଦ୍ । ରିଲରେ ଭିଲେନ୍ ସାଜୁଥିବା ସୋନୁ ରିୟଲ ଲାଇଫରେ ହିରୋ ସାଜିଛନ୍ତି । ମହାମାରୀ ସମୟରେ ନିଜର ଉଦାର ମନୋଭାବ ଓ ମହତ୍‌ କାର୍ଯ୍ୟ ଯୋଗୁ ସୋନୁ ସୁଦ ଅନେକ ଲୋକପ୍ରିୟତା ସାଉଁଟି ପାରିଛନ୍ତି। ଅନ୍ୟମାନଙ୍କ ଲାଗି ପ୍ରେରଣା ଉତ୍ସ ଭାବରେ ଉଭା ହୋଇଛନ୍ତି ସୋନୁ। କୋରୋନା ସମୟରୁ ଲୋକଙ୍କୁ ସହାୟତା ହାତ ବଢାଉ ଥିବା ସୋନୁ ଏବେବି ସେଭଳି କାର୍ଯ୍ୟ ଜାରି ରଖିଛନ୍ତି । ନିକଟରେ ଜଣେ ଗ୍ରାଜୁଏଟ କରି ଚା ବିକ୍ରି କରୁଥିବା ଯୁବତୀ (Graduate Chaiwali) ସୋସିଆଲ ମିଡିଆରେ ସାହାର୍ଯ୍ୟ ପାଇଁ ନିବେଦନ କରିଥିଲେ । ଆଉ ଦେବ ଦୂତ ପରି ତାଙ୍କ ଗୁହାରୀ ଶୁଣିଛନ୍ତି ସୋନୁ । ତେବେ, ଆସନ୍ତୁ ଜାଣିବା ଗ୍ରାଜୁଏଟ୍ ଚାଏୱାଲି କିଏ ? ଏବଂ ସୋନୁ ସୁଦ ତାଙ୍କୁ କିପରି ସାହାଯ୍ୟ କରିଛନ୍ତି।

'ଗ୍ରାଜୁଏଟ ଚାଏବାଲି' ସାହାଯ୍ୟ ପାଇଁ ନିବେଦନ କରିଥିଲେ :
ବିହାରର ବାସିନ୍ଦା ପ୍ରିୟଙ୍କା ଗୁପ୍ତା ।  ଗ୍ରାଜୁଏଟ ହେବା ପରେ ପ୍ରିୟଙ୍କାଙ୍କୁ କୌଣସି ଚାକିରୀ ମିଳି ନ ଥିଲା । ପରେ ସେ ନିଜ ସମ୍ଭଳରେ ଏକ ଚା' ଦୋକାନ ଖୋଲିଥିଲେ।  ହେଲେ କିଛି ମାସ ପରେ ପାଟନା ମ୍ୟୁନିସିପାଲିଟି କର୍ପୋରେସନ ତାଙ୍କ ଷ୍ଟଲକୁ ଜବରଦଖଲ ବିରୋଧୀ ଅଭିଯାନର ବନ୍ଦ କରି ଦେଇଥିଲା।  ଏହି କାରଣରୁ ଭାଙ୍ଗି ପଡିଥିଲେ ପ୍ରିୟଙ୍କା । ଏନେଇ ସେ ସୋସିଆଲ ମିଡିଆରେ କାନ୍ଦି ସାହାଯ୍ୟ ପାଇଁ ନିବେଦନ କରିଥିଲେ।

ପ୍ରିୟଙ୍କାଙ୍କ ପାଇଁ ସପୁର ହିରୋ ସାଜିଲେ ସୋନୁ ସୁଦ :

ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ଏକ ଜାତୀୟ ଗଣମାଧ୍ୟମ ନିଜ ଟ୍ବିଟରେ ପ୍ରିୟଙ୍କାଙ୍କ ଏହି ଭିଡିଓଟିକୁ ସେୟାର କରିଥିଲା । ପ୍ରିୟଙ୍କାଙ୍କ ଏହି ଭାଇରାଲ ଭିଡିଓ ସୋନୁସୁଦଙ୍କ ପାଖରେ ପହଞ୍ଚିଥିଲା। ଭିଡିଓଟିକୁ ସୋନୁ ଦେଖି , ଏଥିରେ ସେ ରି ଟୁଇଟ୍ ମଧ୍ୟ କରିଥିଲେ। ସୋନୁ ସୁଦ ନିଜ ଟୁଇଟରେ ଲେଖିଥିଲେ ଯେ-ପ୍ରିୟଙ୍କାଙ୍କ ଚା ’ଦୋକାନ ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କେହି ତାଙ୍କୁ ସେଠାରୁ ଉଠାଇ ପାରିବେ ନାହିଁ। ମୁଁ ମଧ୍ୟ ଶୀଘ୍ର ବିହାର ଆସି ଆପଣଙ୍କ ଚା' ପିଇବି ।' ସେପଟେ 'ଗ୍ରାଜୁଏଟ ଚାଏବାଲି' ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେ, ବିହାରର ଗୋପାଳଗଞ୍ଜରେ ତାଙ୍କ ଦୋକାନର ପ୍ରଥମ ଫ୍ରାଞ୍ଚାଇଜ୍ ଖୁବ ଶୀଘ୍ର ଖୋଲିବାକୁ ଯାଉଛି।' ତେବେ,ଏହା ସୋନୁଙ୍କ ଉଦ୍ୟମରେ ସମ୍ଭବ ହୋଇ ପାରିଛି । 

ଏହାବି ପଢନ୍ତୁ : Drishyam 2 Ott Release: ସୁପରହିଟ୍ 'ଦୃଶ୍ୟମ ୨' ! ଏହି ଦିନ ଓଟିଟିରେ ହେବ ରିଲିଜ୍

ଏହାବି ପଢନ୍ତୁ : Bholaa Motion Poster: 'ଭୋଲା'ର ମୋସନ ପୋଷ୍ଟର ରିଲିଜ୍ ପରେ ଅଜୟଙ୍କୁ ଟ୍ରୋଲ କଲେ ୟୁଜର୍ସ, କହିଲେ ବନ୍ଦ କର...

ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ କେଉଁ ଅଭିନେତ୍ରୀ ବଞ୍ଚାଇ ରଖିଛନ୍ତି ? କଙ୍ଗନା କଲେ ଖୁଲାସା

ଏହାବି ପଢନ୍ତୁ : Celebs Bungalows: ସେଲିବ୍ରେଟିଙ୍କ ବଙ୍ଗଳାର ନାଁ ପଛରେ ରହିଛି ଅନେକ ରହସ୍ୟ, ଜାଣନ୍ତୁ ତାହା କ'ଣ ?