ନୋବେଲ ଶାନ୍ତି ସମ୍ମାନ ବିଜେତାଙ୍କୁ ୩୩ ବର୍ଷ କାରାଦଣ୍ଡ ସହ ୧୫୪ ଚାବୁକ ମାଡ଼ !
Advertisement
Article Detail0/zeeodisha/odisha1904441

ନୋବେଲ ଶାନ୍ତି ସମ୍ମାନ ବିଜେତାଙ୍କୁ ୩୩ ବର୍ଷ କାରାଦଣ୍ଡ ସହ ୧୫୪ ଚାବୁକ ମାଡ଼ !

ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଇରାନର ମାନବାଧିକାର କାର୍ମୀ ନର୍ଗିସ ମୋହମ୍ମଦି । ଇରାନୀ ମହିଳାଙ୍କ ଅଧିକାର ପାଇଁ କାମ କରୁଥିବା ନିର୍ଗିସ ହେଉଛନ୍ତି ସତ୍ତା ବିରୋଧରେ ସଂଘର୍ଷର ପ୍ରତୀକ । ଇରାନର ମୁଲ୍ଲା ମୋଲବୀ ସରକାର ବିରୋଧରେ ବିଗତ ଦୁଇ ଦଶନ୍ଧି ଧରି ସେ ମୋର୍ଚ୍ଚା ଖୋଲିଛନ୍ତି । ଏଥିପାଇଁ ତାଙ୍କୁ ବାରମ୍ବାର ଜେଲ ଯିବାକୁ ପଡ଼ିଛି । ବର୍ତ

SOCIAL MEDIA

ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି ଇରାନର ମାନବାଧିକାର କାର୍ମୀ ନର୍ଗିସ ମୋହମ୍ମଦି । ଇରାନୀ ମହିଳାଙ୍କ ଅଧିକାର ପାଇଁ କାମ କରୁଥିବା ନିର୍ଗିସ ହେଉଛନ୍ତି ସତ୍ତା ବିରୋଧରେ ସଂଘର୍ଷର ପ୍ରତୀକ । ଇରାନର ମୁଲ୍ଲା ମୋଲବୀ ସରକାର ବିରୋଧରେ ବିଗତ ଦୁଇ ଦଶନ୍ଧି ଧରି ସେ ମୋର୍ଚ୍ଚା ଖୋଲିଛନ୍ତି । ଏଥିପାଇଁ ତାଙ୍କୁ ବାରମ୍ବାର ଜେଲ ଯିବାକୁ ପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କୁ ୧୩ ଥର ଗିରଫ କରାଯାଇଛି । ୫ ଥର ତାଙ୍କୁ ଦୋଷୀ ସାବ୍ଯସ୍ତ କରି ଦଣ୍ଡିତ କରାଯାଇଛି । ଜୀବନର ୩୧ ବର୍ଷ ସେ ଜେଲରେ ବିତାଇଛନ୍ତି । କେବଳ ଜେଲର ଚାରିକାନ୍ଥ ଭିତରେ ବନ୍ଦ କରି ତାଙ୍କ ଆତ୍ମବିଶ୍ୱାସକୁ ଭାଙ୍ଗିବାର ଉଦ୍ୟମ ସରକାର କରିନାହାନ୍ତି । ଏହି ମହିଳା କର୍ମୀଙ୍କୁ ଇସଲାମିକ ଅଦାଲତର ଆଦେଶରେ ୧୫୪ ଥର ଚାବୁକ ମାଡ଼ ମଧ୍ଯ ହୋଇଛି ।

ନୋବେଲ ଶାନ୍ତି ପୁରସ୍କାର ପାଇଁ ନରୱେ ନୋବେଲ କମିଟି ଯେତେବେଳେ ନର୍ଗିସଙ୍କ ନାମ ଘୋଷଣା କଲା ସେତେବେଳେ ସେ ଜେଲରେ ଥିଲେ । ଏବେ ମଧ୍ଯ ଜେଲରେ ଅଛନ୍ତି । ନିକଟ ଭବିଷ୍ୟତରେ ସେ ଜେଲରୁ ମୁକୁଳିବା ସମ୍ଭାବନା ଖୁବ କମ । କାରଣ ସେ୩୩ ବର୍ଷର କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ସେପ୍ଟେମ୍ବର ୨୦୨୨ରେ ଇରାନ ଅଚାନକ କୁହୁଳିବାକୁ ଲାଗିଥିଲା । ଇରାନର ଯୁବତୀ ଓ ମହିଳା ରାସ୍ତାକୁ ଆସି ସରକାର ବିରୋଧରେ ପ୍ରଦର୍ଶନ କରିଥିଲେ ।ଏହାପଛରେ ଥିଲା ମହସା ଜିନା ଅମିନି ନାମ୍ନୀ ଯୁବତୀଙ୍କୁ ପୋଲିସ ହେପାଜତରେ ସନ୍ଦିଗ୍ଧ ମୃତ୍ୟୁ । ହିଜବ ପିନ୍ଧିନଥିବାରୁ ଇରାନର ଧାର୍ମିକ ପୋଲିସ ତାଙ୍କୁ ଗିରଫ କରିଥିଲା । ପୋଲିସ ହେପାଜତରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହା ଇରାନର ମହିଳାଙ୍କ ମଧ୍ଯରେ ବିଦ୍ରୋହର ଅଗ୍ନି ଜଳାଇଥିଲା ।

 

ଇରାନୀ ମହିଳା ବିକ୍ଷୋଭକାରୀଙ୍କ ପାଇଁ ପ୍ରେରଣା ସାଜିଥିଲେ ନର୍ଗିସ । ବିକ୍ଷୋଭରେ ପୋଲିସ ସହିତ ସଂଘର୍ଷରେ ୫ଶହ ଜଣ ମହିଳା ମୃତ୍ଯୁ ବରଣ କରିଥିଲେ ୨୦ ହଜାରରୁ ଅଧିକଙ୍କୁ ଗିରଫ କରାଯାଇଥିଲା ।ଇରାନୀ ବିପ୍ଲବ ପରେ ଏହା ଥିଲା ଦେଶ ବ୍ୟାପୀ ସବୁଠାରୁ ବଡ଼ ଜନବିଦ୍ରୋହ । ମହିଳାଙ୍କ ଏହି ବିଦ୍ରୋହ ସରକାରକୁ ଡରାଇ ଦେଇଥିଲା ।  ଆନ୍ଦୋଳନକାରୀଙ୍କ ପାଇଁ ପ୍ରେରଣାସ୍ରୋତ ଥିଲେ ନର୍ଗିସ ।

ଇରାନୀ ସରକାରଙ୍କ ବିରୋଧରେ ମିଥ୍ୟା ପ୍ରଚାର ଓ ଷଡ଼ଯନ୍ତ୍ରରେ ନର୍ଗୀସ ସାମିଲ ଅଛନ୍ତି ବୋଲି ଇରାନୀ ପୋଲିସର ଅଭିଯୋଗ । ନର୍ଗିସ ଡିଫେଣ୍ଡର ଅଫ୍ ହ୍ୟୁମନ ରାଇଟ୍ ସେଣ୍ଟରର ଉପସଭାପତି ଅଟନ୍ତି । ଏହା ଏକ ବେସରକାରୀ ମାନବାଧିକାର ସଂଗଠନ ଅଟେ  । ଯାହାର ଅଧ୍ୟକ୍ଷ ହେଉଛନ୍ତି ଶିରିନ ଏବାଦି । ସୂଚନାଯୋଗ୍ୟ ଯେ, ଏବାଦିଙ୍କୁ ୨୦୦୩ରେ ନୋବେଲ ଶାନ୍ତି ସମ୍ମାନ ମିଳିଥିଲା ।ମହିଳାଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ଦମନ ବିରୋଧରେ ନର୍ଗିସ ସବୁବେଳେ ମୁହଁ ଖୋଲିଛନ୍ତି । ଯାହା ଇରାନର ଇସଲାମିକ ସରକାରଙ୍କୁ ପସନ୍ଦ ଆସେନାହିଁ । ୧୯୯୦ ମସିହାରେ ନର୍ଗିସ ଫିଜିକ୍ସର  ବିଦ୍ୟାର୍ଥୀ ଥିଲେ । ଆଉ ସେହି ସମୟରେ ସେ ମହିଳାଙ୍କ ଅଧିକାରକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ । ଯାହା ଆଜି ମଧ୍ଯ ଜାରି ରହିଛି । ଜେଲରେ ଥିଲେ ମଧ୍ଯ ବାହାରେ ତାଙ୍କ ସମର୍ଥକ ନର୍ଗିସଙ୍କୁ ଆନ୍ଦୋଳନକୁ ଚଲାଇ ରଖିଛନ୍ତି ।