Science News: କ'ଣ ହୋଇଥାନ୍ତା, ଯଦି ଚନ୍ଦ୍ର ନଥାନ୍ତା? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ
Advertisement
Article Detail0/zeeodisha/odisha1753870

Science News: କ'ଣ ହୋଇଥାନ୍ତା, ଯଦି ଚନ୍ଦ୍ର ନଥାନ୍ତା? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

importance of moon for earth: କ'ଣ ହୋଇଥାନ୍ତା ଯଦି ଚନ୍ଦ୍ର ମହଜୁଦ ନ ଥାନ୍ତା? ଏହି ପ୍ରଶ୍ନର ଉତ୍ତର ବୈଜ୍ଞାନିକ ଗବେଷଣାରୁ ମିଳିସାରିଛି।

Science News: କ'ଣ ହୋଇଥାନ୍ତା, ଯଦି ଚନ୍ଦ୍ର ନଥାନ୍ତା? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

what science says about moon: ପୃଥିବୀର ଏକ ମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର। ହେଲେ କ'ଣ ଆପଣ ଜାଣିଛନ୍ତି ଯଦି ପୃଥିବୀର ଏକ ମାତ୍ର ଉପଗ୍ରହ ଚନ୍ଦ୍ର ନଥାନ୍ତା, ତାହଲେ କ'ଣ ହୋଇଥାନ୍ତା?  ଏହା ହେଉଛି ଏପରି ଏକ ପ୍ରଶ୍ନ ଯେଉଁଥିରେ ବୈଜ୍ଞାନିକ ଉତ୍ତର ରହିପାରେ। ଯଦି ଚନ୍ଦ୍ର ଆଦୌ ବିଦ୍ୟମାନ ନଥାନ୍ତେ, ତାହେଲେ ଏଭଳି ପରିସ୍ଥିତିରେ ଆମ ଜୀବନ ଯାପନ ଆଜିରୁ ସମୟରୁ କେତେ ଭିନ୍ନ ହୋଇଥାନ୍ତା? ନା ଦୁନିଆ ସେପରି ହୋଇଥାନ୍ତା  ଯେପରି  ଆଜି ରହିଛି। ତାହେଲେ ଜାଣନ୍ତୁ ବିଜ୍ଞାନ ଏ ବିଷୟରେ କ’ଣ କହୁଛି?

ଯଦି ଚନ୍ଦ୍ର ବିଦ୍ୟମାନ ନ ଥାନ୍ତା, ତାହେଲେ ବୋଧହୁଏ କିଛି ଅଧିକ ଭିନ୍ନ ହୋଇନଥାନ୍ତା। ରାତି ସବୁବେଳେ ତାରା ଯୁକ୍ତ ହୋଇଥାନ୍ତା କିମ୍ବା ମେଘ ସେଥିରେ କିଛି ପାର୍ଥକ୍ୟ ଆଣିବା ପାଇଁ କାର୍ଯ୍ୟ କରିଥାନ୍ତା। ଆମେ ପିଲାଦିନରୁ ଚନ୍ଦ୍ର ଦେଖି ଆସୁଛେ। ଚନ୍ଦ୍ର ଅନେକ କଥା କାହାଣୀ ଶୁଣି ସାରିଛେ।

କିପରି ହୋଇଥିଲା ଚନ୍ଦ୍ରର ସୃଷ୍ଟି?
ପୃଥିବୀ ପ୍ରାୟ ୩ କୋଟି ବର୍ଷ ପୁରୁଣା ହୋଇଥିବା ବେଳେ, ଚନ୍ଦ୍ର ସୃଷ୍ଟି ହୋଇଥିଲା। ପ୍ରଚଳିତ ବୈଜ୍ଞାନିକ ମାନ୍ୟତା ଅନୁଯାୟୀ, ସେହି ସମୟରେ ପୃଥିବୀ ସହିତ ଏକ ବିଶାଳ ଗ୍ରହ ଭଳି ପିଣ୍ଡ ପୃଥିବୀ ସହିତ ଧକ୍କା ହୋଇଥିଲା। ଯେଉଁଥିପାଇଁ ପୃଥିବୀର ଏକ ଅଂଶ ପୃଥିବୀ ଠାରୁ ଅଲଗା ହୋଇଥିଲା। ଯାହା ଫଳରେ ଚନ୍ଦ୍ର ସୃଷ୍ଟି ହୋଇଥିଲା। ଏହି ଘଟଣା ଘଟିବାର ପ୍ରାୟ ଏକ ବିଲିୟନ ବର୍ଷ ପରେ ଚନ୍ଦ୍ରର ଭୌଗୋଳିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ହୋଇଗଲା।

ଦୃଶ୍ୟମାନ ହୋଇ ନ ଥାନ୍ତା ଉଚ୍ଚ ତରଙ୍ଗ 
ଆମକୁ ଅନୁଭବ ହେଉଛି ଯେ ଚନ୍ଦ୍ର ଆମ ପାଇଁ କିଛି କରୁନାହିଁ। ଚନ୍ଦ୍ର ଅଦୃଶ୍ୟ ହେବା କିମ୍ବା ନ ହେବାର ଗୋଟିଏ ପ୍ରଭାବ ହୋଇଥାନ୍ତା। ତାହା ହେଉଛି ଚନ୍ଦ୍ର ପାଖରେ ଜୁଆର ପ୍ରଭାବ ନ ଥାନ୍ତା। ଯାହାର ପ୍ରଭାବରେ ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ସମୁଦ୍ରରେ ଜୁଆର କିମ୍ବା ଭଟ୍ଟା ଆସନ୍ତି ନାହିଁ। ଏପରିକି ସମୁଦ୍ର କିମ୍ବା ମହାସାଗରରେ ଅଧିକ ଉଚ୍ଚତା ବିଶିଷ୍ଟ ଲହରୀ ଦୃଶ୍ୟମାନ ହୁଅନ୍ତ ନାହିଁ। ଅଧିକ ଉଚ୍ଚତା ବିଶିଷ୍ଟ ତରଙ୍ଗ କେବଳ ସାମୁଦ୍ରିକ ଝଡ଼ ତୋଫାନ ଏବଂ ସୁନାମୀ ବେଳେ ଦେଖିବାକୁ ମିଳନ୍ତା। ଜ୍ୟୋତିର୍ବିଜ୍ଞାନୀୟ ଜୁଆର ଶକ୍ତି କ୍ଷେତ୍ରରେ ପୃଥିବୀ କେବଳ ସୂର୍ଯ୍ୟ ପ୍ରଭାବରେ ରହିଥାନ୍ତା।

କେବଳ ୬ ଘଣ୍ଟା ପାଇଁ ହୋଇଥାନ୍ତା ଆମର ଦିନ
ଜୁଆର ଶକ୍ତି ହେତୁ ଚନ୍ଦ୍ର ସୂର୍ଯ୍ୟଙ୍କ ଶକ୍ତି ହ୍ରାସ କରିଛି। ଆଜି ଆମ ପୃଥିବୀର ଘୂର୍ଣ୍ଣନ ବେଗ ଅଧିକ ହୋଇଥାନ୍ତା ଯଦି ଚନ୍ଦ୍ର ନଥାନ୍ତା। ଏପରିକି ଆମର ଦିନ ସମୟ ମଧ୍ୟ କମ୍ ହୋଇଥାନ୍ତା। ଚନ୍ଦ୍ରର ପ୍ରଭାବ ପୃଥିବୀର ଘୂର୍ଣ୍ଣନ ବେଗକୁ ମନ୍ଥର କରିଥାଏ। ଯଦି ଚନ୍ଦ୍ର ନ ଥାନ୍ତା, ତାହେଲେ ଆମର ଦିନ କେବଳ ମାତ୍ର ୬ ଘଣ୍ଟା ପାଇଁ ହୋଇଥାନ୍ତା। ଆମେ ଦିନ ରାତି ମିଶି ୨୪ ଘଣ୍ଟା ମଧ୍ୟରେ ୪ ଥର ସୂର୍ଯ୍ୟୋଦୟ ଏବଂ ୪ ଥର ସୂର୍ଯ୍ୟୋସ୍ତ ଦେଖି ପାରୁଥାନ୍ତେ।

ବଦଳି ଯାଇଥାନ୍ତା ପୁରା ଦୁନିଆ
ଯଦି ଚନ୍ଦ୍ର ମହଜୁଦ ନଥାନ୍ତା ଅଜବ ତାହେଲେ ଦୁନିଆ ପୁରା ବଦଳି ଯାଇଥାନ୍ତ। ହୁଏତ ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ଦୁନିଆରେ ପବନ ଏବଂ ଝଡର ଗତି ଅତି ଦ୍ରୁତ ହୋଇଥାନ୍ତା। ଆମ ଶରୀରର ଆଭ୍ୟନ୍ତରୀଣ ସମୟ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ଏହି କାରଣରୁ କୌଣସି ପ୍ରାଣୀର ବିକାଶ ଏବଂ ଜୀବନ ଅଲଗା ହୋଇଥାନ୍ତା। କାରଣ ଉଭୟ ଦିନର ଆଲୋକ ଏବଂ ରାତିର ଅନ୍ଧକାର ସମୟ ବହୁତ କମ୍ ହୋଇଥାନ୍ତା।

ପୃଥିବୀ ମଧ୍ୟଭାଗରୁ ଫୁଲି ନ ଥାନ୍ତା 
ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ହେତୁ ପୃଥିବୀର ମଧ୍ୟ ଭାଗରେ ରହିଥିବା ଜଳ ଯେପରି ବେଲୁନ୍ ଆକାରରେ ଫୁଲି ରହିଛି ତାହା ସମ୍ଭବ ହୋଇପାରି ନ ଥାନ୍ତା। ପୃଥିବୀର ବିଷୁବରେଖା ଅଞ୍ଚଳ ତୁଳନାରେ ମେରୁ ମଣ୍ଡଳ କମ୍ ଜଳ ମହଜୁହ ରହିଛି। ଯଦି ଚନ୍ଦ୍ର ନ ଥାନ୍ତା ତାହେଲେ ବିଷୁବରେଖା ଠାରେ କମ ଏବଂ ମେରୁ ଠାରେ ଅଧିକ ଜଳ ରହିଥାନ୍ତା। ଏହା ବ୍ୟତୀତ ଚନ୍ଦ୍ରର ଅନୁପସ୍ଥିତି ହେତୁ ପୃଥିବୀର ଅକ୍ଷରେ ଏକ ବଡ଼ ପରିବର୍ତ୍ତନ ହୋଇଥାନ୍ତା। ବର୍ତ୍ତମାନ ପୃଥିବୀ ଏହାର ଅକ୍ଷରେ ୨୩ ଡିଗ୍ରୀ ଝୁଲି ହୋଇରହିଛି। ଯେଉଁଥିରେ ଚନ୍ଦ୍ରର ମାଧ୍ୟାକର୍ଷଣ ସହାୟକ ହେଉଛି। ଚନ୍ଦ୍ର ଅନୁପସ୍ଥିତିରେ ପୃଥିବୀ ଝୁଲି ରହି ନ ଥାନ୍ତା କିମ୍ବା ୟୁରେନସ୍ ଭଳି ୯୭ ଡିଗ୍ରୀ ଆକାରରେ ରହିଥାନ୍ତା। ଯେତେବେଳେ ଶୂନ ଡିଗ୍ରୀ ଝୁଲି ରହିବା ଦ୍ୱାରା ମେରୁ ମଣ୍ଡଳରେ କଦାପି ସୂର୍ଯ୍ୟକିରଣ ଦୃଶ୍ୟମାନ ହୁଅନ୍ତା ନାହିଁ। ଯଦି ୯୭ ଡିଗ୍ରୀ  ଝୁଲି ରହିଥାନ୍ତା ତାହେଲେ ଗୋଟିଏ ଭାଗରେ ୪୨ ବର୍ଷ ଦିନ ଏବଂ ଅନ୍ୟ ଭାଗରେ ୪୨ ବର୍ଷ ରାତି ହୋଇଥାନ୍ତା।