Elephants Rucks: ଭଞ୍ଜନଗରରେ ହାତୀ ଉପଦ୍ରବ, ଭୟରେ ଲୋକେ
Advertisement
Article Detail0/zeeodisha/odisha1424084

Elephants Rucks: ଭଞ୍ଜନଗରରେ ହାତୀ ଉପଦ୍ରବ, ଭୟରେ ଲୋକେ

ଚାଷୀଙ୍କ ପାଚିଲା ଧାନ, ପନିପରିବା ବିଲରେ ପଶି ହାତୀପଲ ଦଳା ଚକୁଡ଼ା କରୁଥିବା ବେଳେ ଲୋକେ ରାତି ସାରା ଉଜାଗର ରହି ଫସଲ ଜଗୁଛନ୍ତି।ତଥାପି ହାତୀଙ୍କ ଦ୍ଵାରାତ୍ମ ଲାଗି ରହିଥିବା ବେଳେ ସାମରଡା,ବାଲିସାହି, ନିଛାଟିଆ, ଲେମ୍ଭାଇ, ଗରୁଡ଼ପଥ, ବାରଦଣ୍ଡା ଆଦି ଗାଁର ଲୋକଙ୍କ ଫସଲ ଅଧିକ ନଷ୍ଟ ହୋଇଛି।

Elephants Rucks: ଭଞ୍ଜନଗରରେ ହାତୀ ଉପଦ୍ରବ, ଭୟରେ ଲୋକେ

Elephants Rucks: ଭଞ୍ଜନଗର (ମନୋଜ ଗୌଡ଼): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ହାତୀ ପଲ ଉପଦ୍ରବ। ମାସାଧିକାଳ କଲବଲ କଲେଣି ୧୮ ଟିକିଏ ହାତୀ ପଲ। ବ୍ୟାପକ ଫସଲ ନଷ୍ଟ ଆଶଙ୍କାରେ ଚାଷୀ ମନରେ ଛନକା। ଘଉଡ଼ାଇବାକୁ ବନ ବିଭାଗ ନୟାନ୍ତ। ଭୟରେ ଗ୍ରାମବାସୀ, ଚିନ୍ତାରେ ଚାଷୀ। ରାତି ନ ହେଉନୁ ଲୋକେ ଘରେ ତାଟି କବାଟ ପକାଇ ରହୁଛନ୍ତି।

ହାତୀ ପଲ ଉଭୟ ଚାଷୀ ଓ ବନ ବିଭାଗର ନିଦ ହଜାଇ ଦେଇଛି।ହାତୀଙ୍କ ଦାଉରୁ ନିଜ ଫସଲ ରକ୍ଷା କରିବା ପାଇଁ ଲୋକେ ପାଳି କରି ରାତି ସାରା କ୍ଷେତରେ ଭାଡ଼ି କରି ଜଗି ରହୁଛନ୍ତି। ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଗ୍ରାମରେ ଦୀର୍ଘ ଦିନ ହେଲାଣି ହାତୀ ପଲ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବନଖଣ୍ଡ ଅଧିନ ମୁଜାଗଡ଼, ଜଗନ୍ନାଥ ପ୍ରସାଦ ଓ ତାରସିଂହ ବନାଞ୍ଚଳରେ ହାତୀଙ୍କ ଗତି ବିଧି ଜାରି ରହିଥିବା ବେଳେ ତାରସିଙ୍ଗିରେ ହାତୀ ପଲ ଦ୍ୱାରା ଅଧିକ ଫସଲ ନଷ୍ଟ ହୋଇଥିବା ସୂଚନା ରହିଛି। 

ଚାଷୀଙ୍କ ପାଚିଲା ଧାନ, ପନିପରିବା ବିଲରେ ପଶି ହାତୀପଲ ଦଳା ଚକୁଡ଼ା କରୁଥିବା ବେଳେ ଲୋକେ ରାତି ସାରା ଉଜାଗର ରହି ଫସଲ ଜଗୁଛନ୍ତି।ତଥାପି ହାତୀଙ୍କ ଦ୍ଵାରାତ୍ମ ଲାଗି ରହିଥିବା ବେଳେ ସାମରଡା,ବାଲିସାହି, ନିଛାଟିଆ, ଲେମ୍ଭାଇ, ଗରୁଡ଼ପଥ, ବାରଦଣ୍ଡା ଆଦି ଗାଁର ଲୋକଙ୍କ ଫସଲ ଅଧିକ ନଷ୍ଟ ହୋଇଛି।

୧୮ ଟିକିଆ ଏହି ହାତୀ ପଲକୁ ନେଇ ଏବେ ଭୟ ଓ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ। ନିଜ ଫସଲ ଓ ଘରକୁ କିଭଳି ସୁରକ୍ଷା ଦେବେ ତାକୁ ନେଇ ସନ୍ଧ୍ୟା ହେଲେ ଲୋକଙ୍କ ମନରେ ଖେଳିଯାଏ ଯାଏ ଭୟ। ହାତୀ ପଲ କାଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯିବେ ସେ ଭୟରେ ସନ୍ଧ୍ୟା ହେଲେ ବିଦ୍ୟୁତ କଟା ଯିବାକୁ ନେଇ ମଧ୍ୟ ବିଭିନ୍ନ ଗ୍ରାମରେ ଲୋକେ ଉତେଜିତ ହେଉଛନ୍ତି। 

ଅନ୍ୟପଟେ ଲୋକେ ରାତି ସାରା ଉଜାଗର ରହି ହାତୀଙ୍କୁ ଘଉଡାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ରାତି ଅଧିଆ ହାତୀ ପଲ ପଶି ବ୍ୟପକ ଫସଲ ନଷ୍ଟ କରିବା ସହ ଚାଷୀଙ୍କ ଏକର ଏକର ଜମିର ଧାନ ଫସଲ ଦଳି ଚକଟି ଦେଇଛନ୍ତି। ନିଜ ସୁନାର ଫସଲକୁ ହାତୀଙ୍କ ଉପଦ୍ରବରୁ ରକ୍ଷା ପାଇଁ ଲୋକେ କ୍ଷେତ ନିକଟରେ ଗଛ ଉପରେ ଭାଡ଼ି କରି ରାତି ତମାମ ଜଗି ରହୁଛନ୍ତି। ଏପରିକି ଫସଲର ସୁରକ୍ଷା ପାଇଁ ବାଜା ବଜାଇ, ନିଆଁ ହୁଳା କରି ପାଟି କରି ହାତୀ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି।ଏପଟେ ବନବିଭାଗ ପକ୍ଷରୁ ମଧ୍ୟ ହାତୀ ପଲର ଗତି ବିଧି ଉପରେ ନଜର ରଖି ଲୋକଙ୍କ ଧନଜୀବନ ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ହାତୀ ଫସଲ ନଷ୍ଟ କଲେ ବନ ବିଭାଗ ତରଫରୁ କ୍ଷୟକ୍ଷତି ଭାରଣ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ସମସ୍ତେ ଏହାର ସୁଫଳ ପାଇଁ ପାରୁନଥିବା ବେଳେ କ୍ଷତି ପାଇଁ ମିଳୁଥିବା ଅର୍ଥ ମଧ୍ୟ ନଷ୍ଟ ହେଉଥିବା ଫସଲ ତୁଳନାରେ କିଛି ନୁହେଁ ବୋଲି ଲୋକ କହିଛନ୍ତି। ଏପଟେ କ୍ଷତି ହୋଇଥିବା ଚାଷୀଙ୍କ ଜମିର କ୍ଷତି ଆକଳନ ବନବିଭାଗ ଦ୍ୱାରା ମଧ୍ୟ ଜାରି ରହିଛି।