କାର୍ ଭିତରେ ମୁଣ୍ଡବିନ୍ଧା ! ସ୍ମାର୍ଟଫୋନ- ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ କନେକ୍ସେନ୍ ଫେଲ୍
Advertisement
Article Detail0/zeeodisha/odisha1316139

କାର୍ ଭିତରେ ମୁଣ୍ଡବିନ୍ଧା ! ସ୍ମାର୍ଟଫୋନ- ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ କନେକ୍ସେନ୍ ଫେଲ୍

ଆପଣଙ୍କ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ କନେକ୍ସେନ୍ ହେଉନାହିଁ କି ? ବାରମ୍ବାର ପେୟାର ଉଦ୍ୟମ ପରେ ବି ଡିଭାଇସ ସଂଯୋଗ ନହେବାର କାରଣ ହେଉଛି ଗୁଗଲର ନୂଆ ଅପଡେଟ । କିଛିଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବା ଆଶା ରହିଛି । 

କାର୍ ଭିତରେ ମୁଣ୍ଡବିନ୍ଧା !  ସ୍ମାର୍ଟଫୋନ- ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ କନେକ୍ସେନ୍ ଫେଲ୍

Android Auto: କାର୍ ରେ ଆଉ ଚାଲୁନି ଆଣ୍ଡ୍ରଏଡ୍ ଅଟୋ ସିଷ୍ଟମ । ଗୁଗଲର ନୂଆ ଅପଡେଟ ରୋଲଆଉଟ ପରେ ବ୍ୟବହାରକାରୀ କାର୍ ଭିତରେ  ଆଡ୍ରଏଡ ଅଟୋ (Android Auto 7.8.6) ଚଳାଇବାରେ ବିଫଳ ହେଉଛନ୍ତି । ଏନେଇ ଗତ କିଛିଦିନ ଧରି ଗୁଗଲ ସପୋର୍ଟ ଫୋରମରେ ଅନେକ ବ୍ୟବହାରକାରୀ ଅଭିଯୋଗ କରୁଥିବା ଦେଖିବାକୁ ମିଳୁଛି । 

ଗୁଗଲର ନୂଆ ଅପଡେଟ ବଢ଼ାଇଛି ଚିନ୍ତା । ନିକଟରେ ଆଣ୍ଡ୍ରଏଡ୍ ଅଟୋ (Android Auto 7.8.6)ର ନୂଆ ଅପଡେଟ ଯୋଗୁ ବ୍ୟବହାରକାରୀଙ୍କ ସମସ୍ୟା ବଢ଼ିଛି । କାରଣ ଏହି ଅପଡେଟ ପରେ କାର୍ ଭିତରେ ବ୍ୟବହାରକାରୀଙ୍କ ମୋବାଇଲ ଫୋନ, ଆଡ୍ରଏଡ ଅଟୋ ସିଷ୍ଟମ ସହିତ ପେୟାର ହୋଇପାରୁନାହିଁ । ସମଗ୍ର ବିଶ୍ୱରେ ଅନେକ ବ୍ୟବହାରକାରୀଙ୍କ ପାଇଁ ଏହା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । 

ବ୍ୟବହାରାକାରୀଙ୍କ ଅଭିଯୋଗ ଅନୁସାରେ ସେମାନେ ନିଜ ସ୍ମାର୍ଟଫୋନକୁ କାରର ଇନଫୋଟେନ୍ମେଣ୍ଟ ସିଷ୍ଟମ ସହିତ ସଂଯୋଗ କରିବାରେ ଅସମର୍ଥ। ଉପଭୋକ୍ତାଙ୍କ ଅନୁଯାୟୀ, ନୂତନ ଅପଡେଟ୍ ପରେ ଇନଫୋଟେମେଣ୍ଟ ସିଷ୍ଟମର ସ୍କ୍ରିନରେ  'phone not compatible' ପ୍ରଦର୍ଶିତ ହେଉଛି । 

ସାମସଙ୍ଗ, ଶାଓମୀ, ଆସସ୍ ଏବଂ ୱାନପ୍ଲସ୍ ଫୋନ ସହିତ ଆଣ୍ଡ୍ରଏଡ୍ ଅଟୋ ସଂଯୋଗ ଛିନ୍ନ

ଆଣ୍ଡ୍ରଏଡ୍ ଅଟୋ ସହ ସ୍ମାର୍ଟଫୋନ ଡିସକନେକ୍ଟ ଅନେକ ଲୋକପ୍ରିୟ ସ୍ମାର୍ଟଫୋନ୍ ମଡେଲ୍କୁ ପ୍ରଭାବିତ କରିଛି । ଗୁଗୁଲ୍ ସପୋର୍ଟ ଫୋରମରେ ଅଧିକାଂଶ ସାମସଙ୍ଗ ଗାଲାକ୍ସି S9, S10, S20, S21, S22, Note 20 ଏବଂ ଗାଲାକ୍ସି Z ଫ୍ଲିପ୍-3 ବ୍ୟବହାରକାରୀ ଆଣ୍ଡ୍ରଏଡ୍ ଅଟୋ ସହିତ ସମସ୍ୟା ବିଷୟରେ ଜଣାଇଛନ୍ତି । ସାମସଙ୍ଗ ବ୍ୟତୀତ ଆଣ୍ଡ୍ରଏଡ୍ ଅଟୋ ସହିତ ଶାଓମୀ, ଆସସ୍ ଏବଂ ୱାନପ୍ଲସର ଅନେକ ଡିଭାଇସ ମଧ୍ୟ କନେକ୍ଟ ହେଉନାହିଁ । ଜଣେ ଗୁଗଲ୍ ପିକ୍ସେଲ୍ ବ୍ୟବହାରକାରୀ ମଧ୍ୟ ଫୋରମରେ ଆଣ୍ଡ୍ରଏଡ୍ ଅଟୋର ନୂତନ ଭର୍ସନ ଅପଡେଟ ଉପରେ ରିପୋର୍ଟ କରିଛନ୍ତି । 

ବିଭିନ୍ନ କାରରେ ଭିନ୍ନଭିନ୍ନ ବାର୍ତ୍ତା 

ଆଣ୍ଡ୍ରଏଡ୍ ଅଟୋ ଆପ୍ ମାଧ୍ୟମରେ ଫୋନ୍ ସଂଯୋଗ କରିବା ସମୟରେ ଭିନ୍ନଭିନ୍ନ କାର୍ ସିଷ୍ଟମର ଭିନ୍ନ ଭିନ୍ନ ମେସେଜ ଡିସପ୍ଲେ ହେଉଥିବା ଦେଖିବାକୁ ମିଳୁଛି । ଅନେକ ସିଷ୍ଟମରେ 'ଫୋନ୍ ସୁସଙ୍ଗତ ନୁହେଁ' (phone not compatible) ବାର୍ତ୍ତା ଆସୁଥିବାବେଳେ ଅନ୍ୟ ସିଷ୍ଟମରେ ଭିନ୍ନ ବାର୍ତ୍ତା ଆସୁଛି । କାରଣ ବିଭିନ୍ନ କମ୍ପାନିର କାରରେ ଏହି ବାର୍ତ୍ତା ଭିନ୍ନ ହୋଇପାରେ, କିନ୍ତୁ ଏହାର ଅର୍ଥ ହେଉଛି ଡିଭାଇସ୍ ଏବଂ କାରର ଇନଫୋଟେନମେଣ୍ଟ ସିଷ୍ଟମ ଆଣ୍ଡ୍ରଏଡ୍ ଅଟୋ ମାଧ୍ୟମରେ ସଂଯୋଗ କରିବାକୁ ସକ୍ଷମ ନୁହେଁ । 

ଏହାବି ପଢ଼ନ୍ତୁ: ଡାଟା ସେଫ୍ଟି ପାଇଁ ସବୁଠାରୁ ବଡ଼ ବିପଦ USB ଡ୍ରାଇଭ୍, ବ୍ୟବହାର ସମୟରେ ସତର୍କ ରହିବେ କିପରି ?

 

ଆଣ୍ଡ୍ରଏଡ୍ ଅଟୋ ଜାରି କରିବ ଜବାବ

ସମସ୍ୟା ବିଷୟରେ ଅବଗତ ହେବା ପରେ ଆଡ୍ରଏଡ ଅଟୋ ଖୁବଶୀଘ୍ର ଏନେଇ ଜବାବ ରଖିବାକୁ ସୂଚନା ଦେଇଛି । ଗୁଗଲର ସପୋର୍ଟ ଫୋରମରେ କମ୍ପାନିର ଜଣେ ପ୍ରତିନିଧି ଉତ୍ତର ରଖିଛନ୍ତି । ପ୍ରତିନିଧି ଆଣ୍ଡ୍ରଏଡ୍ ଅଟୋ ଭର୍ସନ୍ ନମ୍ବର ବ୍ୟତୀତ ସ୍ମାର୍ଟଫୋନ୍ ଏବଂ କାରର ମେକ୍ / ମଡେଲ୍ ଜଣାଇବାକୁ ବ୍ୟବହାରକାରୀଙ୍କୁ କହିଥିଲେ। ନୂଆ ଅପଡେଟ ପରେ ବ୍ୟବହାରକାରୀମାନେ ଗତ ତିନି ଦିନ ଧରି ଏହି ବିଷୟରେ ରିପୋର୍ଟ କରିଆସୁଥିଲେ ମଧ୍ୟ ଗୁଗଲ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଜାରି କରିନାହିଁ । ତେବେ କମ୍ପାନି ପକ୍ଷରୁ ଆଣ୍ଡ୍ରଏଡ୍ ଅଟୋ ସମସ୍ୟା ବିଷୟରେ ଆଲୋଚନା ହେଉଛି । ଖୁବଶୀଘ୍ର ଏହି ସମସ୍ୟା ସମାଧାନ ହେବା ଆଶା କରାଯାଉଛି ।