Dental Care: ସାମାନ୍ୟ ଥଣ୍ଡାରୁ ହେଉଛି କି ଦାନ୍ତରେ ଯନ୍ତ୍ରଣା? ତାହେଲେ ଏମିତି କରନ୍ତୁ ଉପଚାର
Advertisement
Article Detail0/zeeodisha/odisha2471233

Dental Care: ସାମାନ୍ୟ ଥଣ୍ଡାରୁ ହେଉଛି କି ଦାନ୍ତରେ ଯନ୍ତ୍ରଣା? ତାହେଲେ ଏମିତି କରନ୍ତୁ ଉପଚାର

Dental Care: ଦାନ୍ତ ଯନ୍ତ୍ରଣା କେବଳ ଅସହ୍ୟ ନୁହେଁ ବରଂ ଏହା ଆପଣଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । କିନ୍ତୁ କିଛି ଘରୋଇ ଉପଚାର ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ଦାନ୍ତ ଯନ୍ତ୍ରଣାକୁ କମ୍ କରିପାରିବ ।

Dental Care: ସାମାନ୍ୟ ଥଣ୍ଡାରୁ ହେଉଛି କି ଦାନ୍ତରେ ଯନ୍ତ୍ରଣା? ତାହେଲେ ଏମିତି କରନ୍ତୁ ଉପଚାର
Dental Care: ଦାନ୍ତ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଯାହା ଯେ କୌଣସି ସମୟରେ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ । ଦାନ୍ତ ଉପୁଡ଼ିଯିବା, ଦାନ୍ତ ସଂକ୍ରମଣ, ଦାନ୍ତ ଫାଟିବା କିମ୍ବା ମାଢ଼ି ସମସ୍ୟା ଭଳି ଅନେକ କାରଣରୁ ଏହି ଯନ୍ତ୍ରଣା ହୋଇପାରେ। ଦାନ୍ତ ଯନ୍ତ୍ରଣା କେବଳ ଅସହ୍ୟ ନୁହେଁ ବରଂ ଏହା ଆପଣଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିପାରେ । କିନ୍ତୁ କିଛି ଘରୋଇ ଉପଚାର ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଯାହା ଆପଣଙ୍କ ଦାନ୍ତ ଯନ୍ତ୍ରଣାକୁ କମ୍ କରିପାରିବ ।
 
ଲବଙ୍ଗ ତେଲ 
ଲବଙ୍ଗ ତେଲ ଏକ ପ୍ରାକୃତିକ ଯନ୍ତ୍ରଣା ଉପଶମକାରୀ ଅଟେ । ଲବଙ୍ଗ ତେଲରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ପାଟିରେ ଥିବା ବ୍ୟାକ୍ଟେରିଆକୁ ମାରିବା ସହ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ।
 
ଲୁଣ ପାଣି 
ଦାନ୍ତ ଯନ୍ତ୍ରଣା ସହିତ ଅନେକ ସମୟରେ ଫୁଲା ହୋଇଥାଏ ଏବଂ ଲୁଣ ପାଣି ଏହି ପ୍ରଦାହକୁ ହ୍ରାସ କରି ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିଥାଏ ।
 
ଛୋଟ ଛୋଟ ବରଫ ଖଣ୍ଡ
ବରଫ ଖଣ୍ଡ ରକ୍ତ ନଳୀକୁ ସଂକୁଚିତ କରି ପ୍ରଦାହକୁ ହ୍ରାସ କରିଥାଏ । ଦାନ୍ତ ଯନ୍ତ୍ରଣା ସହିତ ଅନେକ ସମୟରେ ଫୁଲା ହୋଇଥାଏ ଏବଂ ବରଫ ଏହି ଫୁଲାକୁ ହ୍ରାସ କରି ଯନ୍ତ୍ରଣା କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଯନ୍ତ୍ରଣାଦାୟକ ସ୍ଥାନରେ ବରଫ ଖଣ୍ଡ ଲଗାଇବା ଦ୍ୱାରା ଫୁଲା କମ୍ ହୋଇଥାଏ।
 
ପିଆଜ
ପିଆଜ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେବାରେ ବହୁତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ପିଆଜରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଥାଏ ଯାହା ପ୍ରଦାହ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ଯନ୍ତ୍ରଣାଦାୟକ ସ୍ଥାନରେ ପିଆଜ ଖଣ୍ଡ ରଖିପାରିବେ ।
 
ପୁଦିନା ପତ୍ର
ପୁଦିନା ପତ୍ରରେ ଆଣ୍ଟିସେପ୍ଟିକ୍ ଏବଂ ଯନ୍ତ୍ରଣା ଉପଶମକାରୀ ଗୁଣ ରହିଛି। ଆପଣ ପୁଦିନା ପତ୍ର ଚୋବାଇ ପାରିବେ କିମ୍ବା ପୁଦିନା ଚା' ପିଇପାରିବେ । ଏଥିରେ ଆପଣଙ୍କୁ ଆରାମ ମିଳିବ। 
 
ହଳଦୀ
ହଳଦୀରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ପ୍ରଦାହ କୁ କମ୍ କରିବାରେ ସାହାଯ୍ୟ କରିଥାଏ । ପାଣିରେ ହଳଦୀ ଗୁଣ୍ଡ ମିଶାଇ ଗାର୍ଗଲ କରିପାରିବେ। ପାଣି କିମ୍ବା ନଡ଼ିଆ ତେଲରେ ହଳଦୀ ଗୁଣ୍ଡ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାନ୍ତୁ। ଉପଶମ ମିଳିବ।
 
ଥଣ୍ଡା କ୍ଷୀର
ଥଣ୍ଡା କ୍ଷୀର ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଥଣ୍ଡା କ୍ଷୀର ଫୁଲିଥିବା ସ୍ଥାନରେ ଆନାସ୍ଥେଟିକ ଏଜେଣ୍ଟ ଭାବରେ କାର୍ଯ୍ୟ କରିଥାଏ, ଯାହା ଫୁଲା କୁ କମ୍ କରିବା ସହ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ଦେଇଥାଏ ।
 
 
(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।