Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଦାରିଦ୍ରତା, କେବେବି ହେବନି ଟଙ୍କାର ଅଭାବ!
Advertisement
Article Detail0/zeeodisha/odisha1840322

Friday Remedies: ଶୁକ୍ରବାର ଦିନ କରନ୍ତୁ ଏହି ୫ଟି ଉପାୟ, ଦୂର ହେବ ଦାରିଦ୍ରତା, କେବେବି ହେବନି ଟଙ୍କାର ଅଭାବ!

Friday Remedies: ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ବିଶ୍ୱାସ କରାଯାଏ ଯେ,  ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ (maa lakshmi)ରୀତିନୀତି ସହିତ ପୂଜା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧି ମିଳିଥାଏ।  ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Friday Remedies: ଆଜି ଶ୍ରାବଣ ଶେଷ ଶୁକ୍ରବାର(sawan Friday)।  ଖାସ୍ କରି ଶୁକ୍ର ଗ୍ରହ ସହିତ ଦେବୀ ଲକ୍ଷ୍ମୀଙ୍କ (maa lakshmi)ସମ୍ପର୍କକୁ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଗୁରୁବାର ପରି ଶୁକ୍ରବାର ବି ମାଆ ଲକ୍ଷ୍ମୀଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ବିଶ୍ୱାସ କରାଯାଏ ଯେ,  ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ (maa lakshmi)ରୀତିନୀତି ସହିତ ପୂଜା କରିବା ଦ୍ୱାରା ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଏବଂ ସମସ୍ତ କାର୍ଯ୍ୟରେ ସିଦ୍ଧି ମିଳିଥାଏ।  ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ । ଜୀବନରେ ସମସ୍ତ ବାଧାବିଘ୍ନ ମଧ୍ୟ ଦୂର ହୋଇଥାଏ। ଯଦି ଆପଣ ନିଜ ଜୀବନରେ ଆର୍ଥିକ ଖରାପ ଅଛି । ଏବଂ କ୍ୟାରିୟରରେ ଅସଫତା ପ୍ରାପ୍ତ କରୁଛନ୍ତି । ତେବେ, ଶୁକ୍ରବାର ଦିନ ଆପଣ ଏହି ସବୁ ଉପାୟ କରିବା ଦ୍ବାରା ଜୀବନରୁ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ଏବଂ କ୍ୟାରିୟରରେ ଆପଣଙ୍କୁ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ। 

Also Read: Horoscope Today Aug 25 2023: ଏହି ରାଶିଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବା ସହ ହୋଇପାରେ ପଦୋନ୍ନତି, ଜାଣନ୍ତୁ କେମିତ କଟିବ ଆଜିର ଦିନ?

ଶୁକ୍ରବାର ଦିନ କରନ୍ତୁ ଏହି ସବୁ ପ୍ରତିକାର,  ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କ୍ୟାରିୟରରେ ମିଳିବ ସଫଳତା :

୧- ମାଆ ଲକ୍ଷ୍ମୀଙ୍କ ପ୍ରିୟ ରଙ୍ଗ ହେଉଛି ଧଳା ଏବଂ ଲାଲ୍ । ଯଦି ଆପଣଙ୍କ ଲକ୍ଷ୍ମୀଙ୍କ କୃପା ଲାଭ କରିବାକୁ ଚାହୁଛନ୍ତି ତେବେ, ଆପଣ ଶୁକ୍ରବାର ଦିନ ନାଲି କିମ୍ବା ଧଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍। ଏହି ଦିନ, ଶୁକ୍ରବାର ସଂନ୍ଧ୍ୟା ସମୟରେ ପୂଜା ଘରେ ବା ଠାକୁର ଘରେ ଆପଣ ସୁଦ୍ଧ ଘିଅରେ ଏକ ଦୀପ ଜଳାଇବା ଉଚିତ୍ । ଏବଂ ଖାସ୍ କରି କର୍ପୁରରେ ଆରତି କରିବା ଉଚିତ୍ । ଏହା କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି । ଏହା ସହ ଆପଣ ତୁଳସୀ ଚଉଁରା ମୂଳରେ ଏକ ଦୀପ ମଧ୍ୟ ପ୍ରଜ୍ଜଳନ କରିବା ଉଚିତ୍ ।  

୨-  ଏହି ଦିନ  ମାଆ ଲକ୍ଷ୍ମୀଙ୍କ ସହିତ ଭଗବାନ ଗଣେଶଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ମାଆ ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଗଣେଶ ଜଣେ ବ୍ୟକ୍ତିର ସମସ୍ତ ବାଧାବିଘ୍ନ ଦୂର କରନ୍ତି। ସେଥିପାଇଁ ତାଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ । ତେଣୁ ଶୁକ୍ରବାର ଦିନ ଗଣେଶଙ୍କ ସହ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଏକ କଳସରେ ନଡିଆ ରଖନ୍ତୁ । ପୂଜା ପରେ ସେହି ନଡିଆକୁ ନେଇ ଆପଣ ନିଜ ଗଡ୍ରେଜ୍ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ । ଏବଂ ରାତିରେ ସେହି ନଡିଆକୁ ନେଇ ଗଣେଶ ମନ୍ଦିରରେ ଦେଇ ଦିଅନ୍ତୁ । ଏହା କରିବା ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଯାଏ । ଏବଂ ଆପଣଙ୍କ ଘରେ ଧନ ସମୃଦ୍ଧି ମାଡି଼ ଆସେ।

୩- ସେହିପରି ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଆପଣ ଶଙ୍ଖ ସହିତ ମାଆ ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ପୂଜା କରନ୍ତୁ । ଏବଂ କ୍ଷୀରି ଭୋଗ ଲଗାନ୍ତୁ । ଶୁକ୍ରବାର ଦିନ ଏଭଳି ପୂଜା କରିବା ଦ୍ବାରା ଆପଣଙ୍କୁ କ୍ୟାରିୟରରେ ସଫଳତା ମିଳିଥାଏ । ଏବଂ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। 

୪- ଖାସ୍ କରି ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ନାଲି ଫୁଲ ଚଢାଇ ମାଆଙ୍କୁ ନିଜ ମନକଥା କୁହନ୍ତୁ । ପୂଜା ପରେ ସେହି ଫୁଲକୁ ନେଇ ଆପଣ ନିଜ ଆଲମୀରାରେ ରଖନ୍ତୁ । ଦେଖିବେ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ। କେବେବି ଆପଣଙ୍କୁ ଅର୍ଥର ଅଭାବ ରହିବ ନାହିଁ। ଏବଂ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।

୫- ସେହିପରି ଆପଣ ମାଆ ଲକ୍ଷ୍ମୀଙ୍କ ପାଇଁ ଶୁକ୍ରବାର ଦିନ ଉପବାସ ମଧ୍ୟ କରିପାରିବେ। ଯାହା ଦ୍ବାରା ଆପଣ ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)