Health Tips: ପାର୍ଟନର ରହିବେ ଖୁସି, କାରଣ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ଯୌନସ୍ୱାସ୍ଥ୍ୟ ଉପରେ ପଡୁଛି ଏହି ଭଲ ପ୍ରଭାବ !
Advertisement
Article Detail0/zeeodisha/odisha1853706

Health Tips: ପାର୍ଟନର ରହିବେ ଖୁସି, କାରଣ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ଯୌନସ୍ୱାସ୍ଥ୍ୟ ଉପରେ ପଡୁଛି ଏହି ଭଲ ପ୍ରଭାବ !

Health Tips: ଯଦି ଆପଣ ଜିମ୍ ଯାଉଛନ୍ତି ତେବେ ଖୁସିର କଥା ଏହା ଯେ, ଆପଣଙ୍କ ଯୌନସ୍ୱାସ୍ଥ୍ୟ ରେ ଅନେକ ସୁଧାର ଆସିବ। ଆପଣଙ୍କ ସାଥୀ ମଧ୍ୟ ଚାହାଁନ୍ତି ଯେ ଶାରୀରିକ ସମ୍ପର୍କ ରଖିବା ସମୟରେ ତାଙ୍କ ସାଥୀଙ୍କ ଶକ୍ତି ଦ୍ୱିଗୁଣିତ ହେଉ। ଯଦି ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ଜିମ୍ ଜଏନ କରନ୍ତୁ। ଏବେ ଆସନ୍ତୁ ଜାଣିବା ଜିମ୍ ଯିବା ଦ୍ୱାରା ଆପଣଙ୍କ ଯୌନସ୍ୱାସ୍ଥ୍ୟରେ କେମିତି ଉନ୍ନତି ଆସୁଛି।

 

Health Tips: ପାର୍ଟନର ରହିବେ ଖୁସି, କାରଣ ଜିମ୍ ଯାଉଥିବା ବ୍ୟକ୍ତିଙ୍କ ଯୌନସ୍ୱାସ୍ଥ୍ୟ ଉପରେ ପଡୁଛି ଏହି ଭଲ ପ୍ରଭାବ !

Health Tips: ଆଜିର ସମୟରେ, ଲୋକମାନେ ନିଜ ଶରୀରକୁ ଫିଟ୍ ରଖିବାକୁ ଜିମ୍ ଯିବାକୁ ପସନ୍ଦ କରୁଛନ୍ତି କାରଣ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ୱାର୍କଆଉଟ କରିବାକୁ ସମୟ ପାଉନଥିବାରୁ ଜିମ୍ ଯିବାକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି ଆଜିର ଯୁବପୀଢୀ। କେବେ ଭାବିଛନ୍ତି କି ଜିମ୍ ଯିବା କେବଳ ଆମକୁ ଫିଟ୍ ରଖେ ନାହିଁ, ବରଂ ଏହା ଆମର ଯୌନସ୍ୱାସ୍ଥ୍ୟ ଜୀବନକୁ ମଧ୍ୟ ଉନ୍ନତ କରିଥାଏ । ଯଦିଓ ଆପଣ ବେଡ୍ ରେ ନିଜ ପାର୍ଟନରକୁ ଖୁସିରେ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଜିମ୍ ଯିବାକୁ ପଡିବ । ଆପଣଙ୍କର ଯୌନ ଜୀବନକୁ ସୁସ୍ଥ ରଖିବା ପାଇଁ, ଜିମ୍ ଯିବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। 

ଯୌନସ୍ୱାସ୍ଥ୍ୟ ଜୀବନକୁ ରୋମାଞ୍ଚକର କରିବା ପାଇଁ ପୁରୁଷମାନଙ୍କର ଦରକାର ଠାରୁ ଅଧିକ ଶକ୍ତି ରହିବା ଉଚିତ୍ । ଯୌନ ସମ୍ପର୍କ ରଖିବା ସମୟରେ ପୁରୁଷମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଯେଉଁଥି ପାଇଁ ପୁରୁଷ ମାନଙ୍କୁ ବହୁତ ଶକ୍ତି ଆବଶ୍ୟକ ପଡିଥାଏ। ଯେଉଁ ବ୍ୟକ୍ତିଙ୍କର ଶକ୍ତି ନାହିଁ ସେକ୍ସ କରିବା ସମୟରେ ଶୀଘ୍ର ଥକି ଯାଇପାରନ୍ତି । ଯାହାଫଳରେ ମହିଳା ପାର୍ଟନର ଅସନ୍ତୁଷ୍ଟ ରୁହନ୍ତି। କାରଣ ଆପଣଙ୍କ ସାଥୀ ମଧ୍ୟ ଚାହାଁନ୍ତି ଯେ ଶାରୀରିକ ସମ୍ପର୍କ ରଖିବା ସମୟରେ ତାଙ୍କ ସାଥୀଙ୍କ ଶକ୍ତି ଦ୍ୱିଗୁଣିତ ହେଉ। ଯଦି ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଆପଣ ଜିମ୍ ଜଏନ କରନ୍ତୁ। ଯଦି ଜିମରେ ଆପଣ କାର୍ଡିଓ ବ୍ୟାୟାମ କରନ୍ତି ତେବେ ଏହା ଏନର୍ଜି ସ୍ତରକୁ ବୃଦ୍ଧି କରିଥାଏ। 

ଯଦି ଆପଣ ନିୟମିତ ଭାବେ ଜିମ୍ ଯାଉଛନ୍ତି ତେବେ ଏହାର ଅନେକ ଫାଇଦା ଆପଣ ପାଇବେ। ଜିମ ଯାଉଥିବା ପୁରୁଷଙ୍କ ଠାରେ ଟେଷ୍ଟୋଷ୍ଟେରନ ଲେବଲ ବୃଦ୍ଧି ପାଇଥାଏ। ତେବେ ଏହି ଟେଷ୍ଟୋଷ୍ଟେରନର କଣ ଫାଇଦା ବୋଲି ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ତେବେ ଯୌନ ସମ୍ବନ୍ଧ ରଖିବା ବେଳେ ଟେଷ୍ଟୋଷ୍ଟେରନ ହରମୋନର ଭୂମିକା ବହୁତ ଗୁରୁତ୍ୱ ବହନ କରିଥାଏ। ଯଦି ଆପଣ ନିୟମିତ ବ୍ୟାୟାମ କରନ୍ତି ତେବେ ଏହା ଆପଣଙ୍କ ଟେଷ୍ଟୋଷ୍ଟେରନ୍ ସ୍ତରକୁ ବୃଦ୍ଧି କରିବ ଏବଂ ଆପଣ ଉତ୍ତମ ଯୌନସ୍ୱାସ୍ଥ୍ୟ ଉପଭୋଗ କରିବାକୁ ସମର୍ଥ ହେବେ । ଏହି ହରମୋନ୍ ଆପଣଙ୍କ ଯୌନ ସମ୍ପର୍କ ପାଇଁ ଇଚ୍ଛାକୁ ବୃଦ୍ଧି କରାଇଥାଏ। ଏକ ଅଧ୍ୟୟନ ଅନୁଯାୟୀ, ଯେତେବେଳେ ଆମେ ଜିମ୍ କରୁ, ଆମ ଦେହରୁ ଝାଳ ବହିଥାଏ ଏବଂ ସେଥିପାଇଁ ଆମର ଟେଷ୍ଟୋଷ୍ଟେରନ୍ ସ୍ତର ମଧ୍ୟ ବଢିଥାଏ। ତେଣୁ ଯଦି ଆପଣ ନିଜ ଯୌନ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାକୁ ଚାହୁଁଛ୍ତି ତେବେ ବ୍ୟାୟାମ ଆରମ୍ଭ କରିବା ଉଚିତ୍ । 

ଯଦି ଆପଣ ନିୟମିତ ଜିମ୍ ଯାଉଛନ୍ତି ତେବେ ଏକଥା ଆପଣ ଭଲସେ ଜାଣିଥିବେ ଯେ, ଶ୍ୱାସକ୍ରିୟାକୁ କେମିତି ନିୟନ୍ତ୍ରଣ କରାଯାଇପାରିବ। 
ବ୍ୟାୟାମ କରିବା ସମୟରେ ଜିମ୍ ଟ୍ରେନର ମାନେ ମଧ୍ୟ ଆମ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିବାକୁ ଶିଖାନ୍ତି । ଯାହା ଆମ ଶରୀର ଉପରେ ବହୁତ ପ୍ରଭାବ ପକାଇଥାଏ । ବର୍ତ୍ତମାନ ଆସନ୍ତୁ ଶାରୀରିକ ସମ୍ବନ୍ଧ ବିଷୟରେ ଆଲୋଚନା କରିବା, ଯୌନ ସମ୍ପର୍କ ରଖିବା ସମୟରେ ମଧ୍ୟ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆପଣ ଯୋଗ କରନ୍ତି, ତେବେ ଆପଣଙ୍କର ନିଶ୍ୱାସ ନିୟନ୍ତ୍ରଣରେ ରହିଥାଏ । ଯଦି ଆପଣ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରିପାରିବେ ତେବେ ଯୌନସମ୍ପର୍କ ସ୍ଥାପନା କରିବାର ସମୟ ସୀମାକୁ ବଢାଇପାରିବେ। ଆପଣ ବହୁତ ସମୟ ଧରି ସେକ୍ସ କରିପାରିବେ। ଯାହା ଆପଣ ଓ ଆପଣଙ୍କ ପାର୍ଟନରଙ୍କୁ ଭଲ ଅନୁଭବ ଦେବ। 

ଆଜିର ସମୟରେ, ଲୋକମାନେ ସେମାନଙ୍କର ଜୀବନଶୈଳୀ ଯୋଗୁଁ ଅନେକ ଚାପରେ ରହୁଛନ୍ତି, ଯାହା ସେମାନଙ୍କର ଯୌନ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହି କାରଣରୁ ଲୋକମାନେ ଶଯ୍ୟାରେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ନୁହଁନ୍ତି । ଯୌନ ସମ୍ପର୍କ ରଖିବା ପାଇଁ, ଆପଣ ଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଉନ୍ନତ ହେବା ଆବଶ୍ୟକ । ଯଦି ଆପଣ ନିୟମିତ ଜିମ୍ କରନ୍ତି ତେବେ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରୁହିପାରିବେ।

Also Read: Vaginal Discharge: ହ୍ୱାଇଟ୍ ଡିସଚାର୍ଜ ର ରଙ୍ଗ କହିବ କେଉଁ ରୋଗରେ ଆପଣ ପୀଡି଼ତ, ମହିଳାମାନେ ଜାଣିବା ଜରୁରୀ