Mole On Female Body: ନାରୀଙ୍କ ଏହି ଅଙ୍ଗରେ କଳାଜାଇ ଥିଲେ ଜାଣନ୍ତୁ ଏହା ଶୁଭ ନା ଅଶୁଭ
Advertisement
Article Detail0/zeeodisha/odisha1652623

Mole On Female Body: ନାରୀଙ୍କ ଏହି ଅଙ୍ଗରେ କଳାଜାଇ ଥିଲେ ଜାଣନ୍ତୁ ଏହା ଶୁଭ ନା ଅଶୁଭ

Mole On Female Body News In Odia: ଶରୀରରେ କେବଳ କଳା ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ନାଲିଯାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ନାଲିଯାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ। ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସଫଳତା ଅତି ସହଜରେ ପ୍ରାପ୍ତ କରିଥାନ୍ତି।

Mole On Female Body: ନାରୀଙ୍କ ଏହି ଅଙ୍ଗରେ କଳାଜାଇ ଥିଲେ ଜାଣନ୍ତୁ ଏହା ଶୁଭ ନା ଅଶୁଭ

Mole On Female Body News In Odia: ଜ୍ୟୋତିଷ ଶାସ୍ତ୍ରରେ ସାମୁଦ୍ରିକ୍ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ଶରୀରରେ ଥିବା କଳାଜାଇ ତାଙ୍କ ବିଷୟରେ ଅନେକ ସୂଚନା ଦେଇଥାଏ (Mole On Body)। ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇ ରହିବା ଶୁଭ ଓ ଅଶୁଭ ସଙ୍କେତ ଦର୍ଶାଇଥାଏ ।  ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଶରୀରର ଗୁଣ ଦ୍ୱାରା ଜଣେ ବ୍ୟକ୍ତି ବିଷୟରେ ଜାଣିପାରିବେ ।  ସେହିପରି ସାମୁଦ୍ରିକ ଶାସ୍ତ୍ରରେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗରେ କଳାଜାଇର ଚିହ୍ନ (Meaning Of Mole On Female Body) ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ଶରୀର ଉପରେ କଳାଜାଇ ର ମହତ୍ତ୍ୱ ବିଷୟରେ । 

କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ ବୋଲି ମାନ୍ୟତା ରହିଛି। ସେହିଭଳି ହସ୍ତରେଖା ବିଜ୍ଞାନରେ କିଛି କଳାଜାଇକୁ ଅଶୁଭ ଏବଂ କଷ୍ଟକାରୀ ବୋଲି ଧରାଯାଇଛି। କିନ୍ତୁ ଯଦି ଆପଣଙ୍କର ଏହି ଖାସ୍‌ ଅଙ୍ଗରେ କଳାଜାଇ ରହିଥାଏ ତେବେ ଆଣଙ୍କୁ ନା କେବଳ ଜୀବନରେ ଧନ ଦୌଲତ ମିଳିବ ବରଂ ଆପଣଙ୍କୁ ମାନ-ସମ୍ମାନ ଏବଂ ସୁଖମୟ ଜୀବନର ଆନନ୍ଦକୁ ମଧ୍ୟ ପ୍ରାପ୍ତ କରିପାରନ୍ତି।

ପିଠି ଉପରେ କଳାଜାଇ
ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ନାରୀ ମାନଙ୍କର ପିଠିରେ କଳାଜାଇ ଅଛି ସେମାନେ ବହୁତ ଭାଗ୍ୟବାନ ଅଟନ୍ତି। ପିଠିରେ ଏକ କଳାଜାଇ ରହିବା ଶୁଭ ବୋଲି ବିବେଚନା କରାଯାଏ, ଏହିପରି ଯୁବତୀ ମାନେ ବିବାହ ପରେ ସ୍ୱାମୀ ଏବଂ ଶାଶୂଘର ପାଇଁ ବହୁତ ଭାଗ୍ୟବାନ ବୋଲି କୁହନ୍ତି।

ଜଙ୍ଘ ଉପରେ କଳାଜାଇ
ନାରୀ ମାନଙ୍କ ଜଙ୍ଘରେ ଏକ କଳାଜାଇ ରହିବା ମଧ୍ୟ ବହୁତ ଶୁଭ ଅଟେ । ସେ ଜୀବନରେ ସର୍ବଦା ଖୁସି ରୁହନ୍ତି ଏବଂ ସେ ସର୍ବଦା ପରିବାରର ସମର୍ଥନ ପାଆନ୍ତି । 

ଦୁଇ ଭ୍ରୁଲତା ମଧ୍ୟରେ କଳାଜାଇ 
ନାରୀ ମାନଙ୍କର ଆଖିର ଆଇବ୍ରୋ ବା ଭ୍ରୁଲତା ମଝିରେ କଳାଜାଇ ରହିବା ସେମାନଙ୍କୁ ଭାଗ୍ୟବାନ କରିଥାଏ । ଏହି ଯୁବତୀ ମାନେ ସବୁବେଳେ ନିଜ ସ୍ୱାମୀଙ୍କୁ ସମର୍ଥନ କରନ୍ତି । ସେମାନଙ୍କୁ କଦାପି ଦାରିଦ୍ର୍ୟର ସାମ୍ନା କରିବାକୁ ପଡ଼ିବ ନାହିଁ। 

କାନ ଉପରେ କଳାଜାଇ 
ନାରୀ ମାନଙ୍କ କାନରେ କଳାଜାଇ ରହିବା ଶୁଭ ବୋଲି ବିବେଚନା କରାଯାଏ । ଏହିପରି ନାରୀଙ୍କୁ କଦାପି ଦାରିଦ୍ର୍ୟର ସାମ୍ନା କରିବାକୁ ପଡିବ ନାହିଁ । ସେମାନେ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇଥାନ୍ତି। 

ମଥାରେ କଳାଜାଇ
ଯଦି ନାରୀଙ୍କ କପାଳ ବା ମଥାରେ କଳାଜାଇ ଥାଏ, ତେବେ ତାଙ୍କର ଭାଗ୍ୟ ବହୁତ ଶକ୍ତିଶାଳୀ । ବିବାହରେ ସେମାନଙ୍କର କୌଣସି ପ୍ରକାରର ସମସ୍ୟା ଦେଖା ଦିଏ ନାହିଁ ଏବଂ ସେମାନଙ୍କର ଜୀବନ ସାଥୀ ମଧ୍ୟ ଭଲ ହୋଇଥାନ୍ତି।

ନାଭି ତଳେ କଳାଜାଇ 
ଯେଉଁ ନାରୀ ମାନଙ୍କର ନାଭି ଅର୍ଥାତ୍ ନାହି ତଳେ କଳାଜାଇ ଥାଏ ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ । ତାଙ୍କର ଭାଗ୍ୟ ତାଙ୍କୁ ସର୍ବଦା ଅନୁଗ୍ରହ କରେ ଏବଂ ସେ ତାଙ୍କର ସମସ୍ତ କାର୍ଯ୍ୟରେ ଅଗ୍ରଗତି କରନ୍ତି । 

ସେହିପରି ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍। ମଧ୍ୟମା ଆଙ୍ଗୁଳିରେ କଳାଜାଇ ରହିଲେ ବ୍ୟକ୍ତି ବିଦ୍ୱାନ, ଧନବାନ ଏବଂ ସମ୍ମାନିତ ହୋଇଥାନ୍ତି। ଶରୀରରେ କେବଳ କଳା ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ନାଲିଯାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ନାଲିଯାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ। ଯେଉଁ ବ୍ୟକ୍ତିଙ୍କ ନାକର ଡାହାଣ ପାର୍ଶ୍ୱରେ କଳାଜାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସଫଳତା ଅତି ସହଜରେ ପ୍ରାପ୍ତ କରିଥାନ୍ତି।

Also Read: FD Benefits: ଏହି ବେସରକାରୀ ବ୍ୟାଙ୍କରେ FD ଉପରେ ମିଳୁଛି ଜବରଦସ୍ତ ରିଟର୍ଣ୍ଣ, ମାତ୍ର ୮୮୮ ଦିନରେ କୋଟିପତି !