Top 10 News: ଆସନ୍ତାକାଲି ମିଳିବ 'ସୁଭଦ୍ରା' ଟଙ୍କା, ଭୁବନେଶ୍ୱର ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2636574

Top 10 News: ଆସନ୍ତାକାଲି ମିଳିବ 'ସୁଭଦ୍ରା' ଟଙ୍କା, ଭୁବନେଶ୍ୱର ପହଞ୍ଚିଲେ ଭାରତ-ଇଂଲଣ୍ଡ ଟିମ୍; ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି 'ସୁଭଦ୍ରା' ଟଙ୍କା ହିତାଧିକାରୀଙ୍କୁ ମିଳିବ ।  ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 7 February 2025

Top 10 News Headlines 7 February 2025: H1.Subhadra Yojana Installment: ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି 'ସୁଭଦ୍ରା' ଟଙ୍କା ହିତାଧିକାରୀଙ୍କୁ ମିଳିବ । ଏହି ପର୍ଯ୍ୟାୟରେ ୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଆସନ୍ତାକାଲି ଯାଜପୁରରେ ଅନୁଷ୍ଠିତ ଏକ  ପ୍ରମୁଖ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ।

H2. Mo Bus Accident in Cuttack’s Khan Nagar: କଟକର ଖାନ ନଗର ଅଞ୍ଚଳରେ ଶୁକ୍ରବାର ଦିନ 'ମୋ ବସ୍' ଏକ ଦୁର୍ଘଟଣା ଘଟାଉଛି। ଯେଉଁଠାରେ ଏହି ଦ୍ରୁତଗାମୀ ବସ୍ ଜଣେ ପରିବା ବ୍ୟବସାୟୀଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। କହିରଖୁଛୁ ଯେ 'ମୋ ବସ୍' ସହିତ ଜଡିତ ଦୁର୍ଘଟଣା ଲଗାତାର ବଢ଼ି ଚାଲିଛି। ଯାହା ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି।

H3. 7 Arrested For Black Marketing ODI Match Tickets: କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ଦିନିକିଆ (ODI) ମ୍ୟାଚ୍ ପୂର୍ବରୁ ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦରଘା ବଜାର ପୋଲିସ ବେଆଇନ ଭାବରେ ଅଧିକ ମୂଲ୍ୟରେ ଟିକେଟ୍ ପୁନଃବିକ୍ରୟ କରୁଥିବା ସାତ ଜଣଙ୍କୁ ଗିରଫ କରିଛି। ଏକ ସୂଚନା ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଅତର୍କିତ ଚଢାଉ କରିଥିଲା। ଯାହା ଫଳରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉ ସମୟରେ ୨୫ଟି ଟିକେଟ୍, ୩୦ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‌ ଓ ୨ଟି ବାଇକ ମଧ୍ୟ ଜବତ କରିଛି ପୋଲିସ।

H4. 6,390 Join Odisha Government Service: ଆଜି ରାଜ୍ୟ ସରକାରଙ୍କ ୯ଟି ବିଭାଗରେ ୬,୩୯୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।  ନିଯୁକ୍ତି କାର୍ଯ୍ୟକ୍ରମରେ କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୨,୮୭୮ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୨,୭୬୭, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୨୩୨, ଅର୍ଥ ବିଭାଗରେ ୧୩୦, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୨୩, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗରେ ୧୦୪, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୬୨, ଜଳ ସମ୍ପଦ ବିଭାଗରେ ୫୭ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୩୭ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି।

H5. Ratna Bhandar Repair Work Suspended: ଆସନ୍ତାକାଲି ଶନିବାର ପବିତ୍ର ଭୈମୀ ଏକାଦଶୀ। ଶ୍ରୀମନ୍ଦିରରେ ଏ ନେଇ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ବିଶେଷ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି କାଲି ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରଖାଯିବ। ତେବେ ରବିବାର ଠାରୁ ପୁନର୍ବାର ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ଭଣ୍ଡାର ଘର ମରାମତି କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି। 

H6. CERT-In Android Warning: ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ୍ (CERT-In) ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ଉଚ୍ଚ-ବିପଦ ସତର୍କତା ଜାରି କରିଛି। ଏହା ଅଧୀନରେ Android 15, 14, 13, 12 ଏବଂ 12L ରେ ଅନେକ ଗମ୍ଭୀର ତ୍ରୁଟି ଦେଖିବାକୁ ମିଳିଛି। ଯାହାର ସୁଯୋଗ ନେଇ ହ୍ୟାକର୍ସମାନେ ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ସୂଚନା ଚୋରି କରିପାରନ୍ତି।

H7. PM Modi will go to America on February 12: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଯାଉଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ ହେବ। ଆମେରିକାରେ ଅବୈଧ ଭାବରେ ରହୁଥିବା ଭାରତୀୟମାନଙ୍କୁ ଫେରାଇ ପଠାଇବା ନେଇ ଏହି ଗସ୍ତ ଉଭୟ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। 

H8. US Indians Deport: ଆମେରିକା ଭାରତକୁ ୨୯୫ ଜଣଙ୍କ ତାଲିକା ପଠାଇଛି। ଯେଉଁମାନଙ୍କର ନାଗରିକତା ନିଶ୍ଚିତ ହେବା ପରେ ସେମାନଙ୍କୁ ଭାରତ ଫେରାଇବ। ଏହି ଲୋକମାନେ ଆମେରିକାରୁ ନିର୍ବାସିତ ହେବାକୁ ଥିବା ୪୮୭ ଜଣଙ୍କ ମଧ୍ୟରେ ଅଛନ୍ତି। ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏହି ସୂଚନା ଦେଇଛନ୍ତି।

H9. RBI's repo rate cut: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ପାଞ୍ଚ ବର୍ଷ ପରେ ନୀତିଗତ ସୁଧ ହାର କିମ୍ବା ରେପୋ ରେଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏମପିସିର ତିନି ଦିନିଆ ବୈଠକ ପରେ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ନୂତନ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ରେପୋ ରେଟ୍କୁ ୬.୫% ରୁ ୬.୨୫% କୁ ହ୍ରାସ କରିବାକୁ ଘୋଷଣା କରିଛନ୍ତି। 

H10. India, England teams arrive in Odisha capital: ରବିବାର (୯ ଫେବୃଆରୀ) ଦିନ କଟକରେ ଭାରତ-ଇଂଲଣ୍ଡ ମଧ୍ୟରେ  ଦ୍ୱିତୀୟ ଦିନିକିଆ ହେବାକୁ ଯାଉଛି। ଏହି ମ୍ୟାଚ୍ ପାଇଁ ଆଜି  ଦୁଇ ଦେଶର ଖେଳାଳି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଇଣ୍ଡିଆ ଏବଂ ଇଂଲଣ୍ଡ ଦଳର ଖେଳାଳି ଓ ସପୋର୍ଟ ଷ୍ଟାପ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ। ଏହାପରେ ସମସ୍ତଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦୁଇ ଦେଶର ଖେଳାଳିଙ୍କୁ ଭୁବନେଶ୍ୱରର ମେ’ ଫେୟାର ହୋଟେଲକୁ ଆଣାଯାଇଥିଲା।