୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଓ ମକାଲୁ ଚଢ଼ି କରିଥିଲେ ଜାତୀୟ ରେକର୍ଡ, ହିମସ୍ଖଳନରେ ହରାଇଲେ ଜୀବନ
Advertisement
Article Detail0/zeeodisha/odisha1382043

୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଓ ମକାଲୁ ଚଢ଼ି କରିଥିଲେ ଜାତୀୟ ରେକର୍ଡ, ହିମସ୍ଖଳନରେ ହରାଇଲେ ଜୀବନ

ଉତ୍ତରାଖଣ୍ଡର ୨୫ ବର୍ଷୀୟା ସବିତା କଂସୱାଲ, ମାତ୍ର ୧୬ଦିନ ମଧ୍ୟରେ ଦୁନିଆର ସବୁଠାରୁ ଉଚ୍ଚ ଏଭରେଷ୍ଟ ଓ ମକାଲୁ ପର୍ବତର ଶିଖରରେ ପହଞ୍ଚି ରଚିଥିଲେ ଇତିହାସ । ଚଳିତବର୍ଷ ପ୍ରଥମ ମହିଳା ଭାବେ ସେ ହିମାଳୟର ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲେ । 

୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଓ ମକାଲୁ ଚଢ଼ି କରିଥିଲେ ଜାତୀୟ ରେକର୍ଡ, ହିମସ୍ଖଳନରେ ହରାଇଲେ ଜୀବନ

୨୦୨୨ ବର୍ଷରେ ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭରେଷ୍ଟ ଓ ମକାଲୁ ଶିଖର ଛୁଇଁଥିଲେ ପର୍ବତାରୋହୀ ସବିତା କଂସଓ୍ଵାଲ । ମାତ୍ର ୧୬ ଦିନ ମଧ୍ୟରେ ଦୁଇ ହିମ ପର୍ବତ ଶିଖର ଛୁଇଁ ଜାତୀୟ ରେକର୍ଡ କରିଥିବା ୨୬ ବର୍ଷୀୟା ସବିତାଙ୍କ ହିମସ୍ଖଳନ ଯୋଗୁଁ ମୃତ୍ୟୁ ଘଟିଛି। ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରେ ନେହେରୁ ପର୍ବତାରୋହୀ ସଂସ୍ଥା (NIM)ରେ ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଏବଂ ପ୍ରଶିକ୍ଷକଙ୍କ ଏକ ଦଳ ହିମସ୍ଖଳନର ଶିକାର ହୋଇଥିଲେ।  ହିମସ୍ଖଳନ କାରଣରୁ ୨୮ ପର୍ବତାରୋହୀ ନିଖୋଜ ହୋଇଥିଲେ । ଗତ ୨୩ ସେପ୍ଟେମ୍ବରରେ ସେମାନେ ଉତ୍ତରକାଶୀ ଅଭିଯାନରେ ବାହାରିଥିଲେ ।

ସବିତା ଡୋକ୍ରାନି ବମାକ୍ ଗ୍ଲାସିୟରରେ ହିମସ୍ଖଳନର ଶିକାର ୪୧ ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଗ୍ରୁପର ସଦସ୍ୟ ଥିଲେ। ଏହି ଗ୍ରୁପ ମାଉଣ୍ଟ ଦ୍ରୌପଦୀର ଦଣ୍ଡା ୨ ଗିରିଶୃଙ୍ଗରୁ ଫେରୁଥିବାବେଳେ ଅଘଟଣାର ଶିକାର ହୋଇଥିଲେ । ଉତ୍ତରକାଶୀର ଭୁକୀ ନିକଟରେ ଏହି ଘଟଣା ଘଟିଥିଲା । ଅଘଟଣ ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଏପରିକି ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । 

NIM ପ୍ରଶିକ୍ଷକ ଭାବେ କାର୍ଯ୍ୟରତ କଂସଓ୍ଵାଲ ଚଳିତବର୍ଷ ମେ ୧୨ରେ ୮୮୪୮ ମିଟର ଉଚ୍ଚ ବିଶ୍ଵର ସର୍ବୋଚ୍ଚ ପର୍ବତଶୃଙ୍ଗ ଏଭରେଷ୍ଟ ଚଢିବାରେ ସଫଳ ହୋଇଥିଲେ। ଏହାପରେ ମେ ୨୮ରେ ୮୪୮୫ ମିଟର ଉଚ୍ଚ ବିଶ୍ୱର ପଞ୍ଚମ ଉଚ୍ଚତ୍ତମ ଗିରିଶୃଙ୍ଗ ମାଉଣ୍ଟ ମକାଲୁ ଚଢି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ସବିତା । ସବିତା ଦେଶର ପ୍ରଥମ ମହିଳା ଭାବେ ଉଭୟ ଏଭରେଷ୍ଟ ଓ ମକାଲୁ ଚଢିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି । 

ସବିତା କଂସଓ୍ଵାଲ ଉତ୍ତରକାଶୀର ଲଣ୍ଠୁର ଗାଁର ବାସିନ୍ଦା। ହିମସ୍ଖଲନରେ ସବିତା କଂସଓ୍ଵାଲଙ୍କ ମୃତ୍ୟୁ ହୋଇଥିବା ଉତ୍ତରକାଶୀର ଅତିରିକ୍ତ ଜିଲ୍ଲାପାଳ ତୀର୍ଥ ପଲ୍ ସିଂହ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ହୋଇଥିବା ପର୍ବତାରୋହୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ସକାଳ ସୁଦ୍ଧା ଉଦ୍ଧାରକାରୀ ଟିମ୍ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ରେସ୍କ୍ୟୁ ଅପରେସନରେ NDRF, SDRF, ସେନା ଓ ITBP ଟିମ ସାମିଲ ହୋଇଛନ୍ତି। ବାୟୁସେନାର ଦୁଇଟି ଚିତା ହେଲିକ୍ୟାପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । 

ମଙ୍ଗଳବାର ସକାଳ ପ୍ରାୟ ୮ଟା ୪୫ରେ ପର୍ବତରେ ହିମସ୍ଖଳନ ଘଟିଥିଲା। ଟିମ୍ ରେ ଥିବା ସମସ୍ତ ୪୧ ପର୍ବତାରୋହୀ ବରଫ ଭିତରେ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରେ ୩୪ ପ୍ରଶିକ୍ଷଣପ୍ରାପ୍ତ ଏବଂ ସାତ ଜଣ ପ୍ରଶିକ୍ଷକ ମଧ୍ୟ ସାମିଲ୍ ଥିଲେ। ଚଳିତବର୍ଷ ପ୍ରଥମ ମହିଳା ଭାବେ ସେ ହିମାଳୟର ସର୍ବୋଚ୍ଚ ଶିଖରରେ ପହଞ୍ଚିଥିଲେ ।

ବରଫରେ ଫଶି ରହିଥିବା ଟ୍ରାକରଙ୍କୁ ଉଦ୍ଧାର  ପାଇଁ ଭାରତୀୟ ବାୟୁସେନାର ୨ଟି ଚିତା ହେଲିକପ୍ଟର ମୁତୟନ ହୋଇଛନ୍ତି । ୫ ହଜାର ୬୦୦ ମିଟର ଉଚ୍ଚତାରେ ଏବେ ମଧ୍ୟ ଅପରେସନ ଜାରି ରହିଛି । ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟବାଲ ଏଭଲାଞ୍ଚରେ ଫଶିଥିବା ଲୋକଙ୍କ ମଧ୍ୟରେ ଏନଆଇଏମର ଟ୍ରେନି ପର୍ବତାରୋହୀ ଓ ସେମାନଙ୍କ ପ୍ରଶିକ୍ଷକମାନେ ଥିବା କହିଛନ୍ତି।

ପୂର୍ବ ଯୋଜନା ଅନୁସାରେ ପର୍ବତାରୋହୀମାନେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସେଠାରେ କ୍ୟାମ୍ପ କରିବା କାର୍ଯ୍ୟକ୍ରମ ଥିଲା। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କେନ୍ଦ୍ରକୁ ସେନା ସହାୟତା ପାଇଁ ଅନୁରୋଧ କରିଥିଲେ । ସମସ୍ତ ପର୍ବତାରୋହୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ  ପୁଷ୍କର ସିଂହ ଧାମି ।