Advertisement
Photo Details/zeeodisha/odisha2486121
photoDetails0hindi

Diwali 2024: ଦୀପାବଳିରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍!

Diwali 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଶୁକ୍ର ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଥିବା ବେଳେ ଅକ୍ଟୋବର ୩୧ ଦିନ (ଦୀପାବଳି) ସକାଳ ୧୦ ଟା ୫୦ ମିନିଟ୍ ସମୟରେ ସେହି ରାଶିକୁ ଗ୍ରହମାନଙ୍କ ରାଜକୁମାର ବୁଧ ଚଳନ କରିବେ।  ଗୋଟିଏ ରାଶିରେ ଶୁକ୍ର-ବୁଧଙ୍କ ମିଳନ  ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି କରୁଛି। ଏହି ଲକ୍ଷ୍ମୀ ନାରାୟଣ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବା ସହିତ ସେମାନଙ୍କ ଭାଗ୍ୟ ଉଦୟ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

 

1/3

ବୃଷ: ଲକ୍ଷ୍ମୀ-ନାରାୟଣର ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ। ବିଶେଷକରି, ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ବିରାଟ ପରିବର୍ତ୍ତନ ଆସିବ। ଦିର୍ଘ ଦିନଧରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବେ। ସମ୍ପର୍କୀୟଙ୍କ ସହ ଲାଗି ରହିଥିବା ବିବାଦର ସମାଧାନ ହେବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯଦି ଯୋଜନା କରିଛନ୍ତି। ତେବେ, ଏହାକୁ କାର୍ଯ୍ୟକାରୀ କରନ୍ତୁ , ଭଲ ଲାଭ ପାଇବେ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ପାଇବେ। ପରିବାରରେ ଖୁସିର ମାହୋଲ୍ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟବସ୍ଥା ରେ ଉନ୍ନତି ଆସିବ। 

ALSO READ: Dhanteras 2024: ଧନତେରାସ୍-ରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!

ALSO READ: Dhanteras 2024: ନିଜ ରାଶି ଅନୁସାରେ ଧନତେରାସ୍-ରେ କିଣନ୍ତୁ ଏହିସବୁ ଜିନିଷ, ବର୍ଷସାରା ହେବନି ଧନର ଅଭାବ!

2/3

କନ୍ୟା:  ଦୀପାବଳିରେ ପଡୁଥିବା ଏହି ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଚାକିରିଆମାନେ କର୍ମକ୍ଷେତ୍ରରୁ ବୋନସ୍ ସହ ଉପହାର ପାଇବେ। ପଦୋନ୍ନତି ସହ ଦରମା ମଧ୍ୟ ବଢିବ। କିନ୍ତୁ ସେହି ଅନୁସାରେ କାମର ଚାପ ମଧ୍ୟ ଅଧିକ ରହିବ। ପାରିବାରିକ ଜୀବନ ସୁଖମୟ ହେବ। କିନ୍ତୁ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ।

 

3/3

ବିଛା:  ଶୁକ୍ର ଓ ବୁଧଙ୍କ ମିଳନ ଏହି ରାଶିଙ୍କ ଲାଗି ବେଶ୍ ଲାଭଦାୟୀ ରହିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ,ଚାକିରି ଖୋଜୁଛନ୍ତି  ସେମାନଙ୍କୁ କୌଣସି ସଂସ୍ଥାରୁ ଅଫର୍ ଲେଟର ମିଳିପାରେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୂରି ଭୂରି ପ୍ରଂଶସା କରିବେ। ଧାର-କରଜରେ ଆଣିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ଯେଉଁମାନେ ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ ପାଇଁ ଚାହୁଁଛନ୍ତି। ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)