Advertisement
Photo Details/zeeodisha/odisha2477462
photoDetails0hindi

Navapanchami yoga: ନବପଞ୍ଚମୀ ଯୋଗ ଫଳରେ ମାଲାମାଲ ହେବେ ୩ ରାଶି, ଫିଟିବ ଭାଗ୍ୟ

ଜ୍ୟୋତିଷଙ୍କ କହିବା ମୁତାବକ  ଚଳିତ ମାସରେ ୩ ରାଶିଙ୍କୁ ଅପାର ଧନଲାଭ ଯୋଗ ରହିଛି। ସଫଳତାର ଶୀର୍ଷ ଛୁଇଁବେ ଏହି ତିନି ରାଶିର ବ୍ୟକ୍ତି ବିଶେଷ। ତେବେ ଆସନ୍ତୁ ଜାଣିବା କେଉଁ ୩ଟି ରାଶିଙ୍କ ଭାଗ୍ୟରେ ରହିଛି ରାଜଯୋଗ

1/3

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଚଳିତ ମାସଟି ବେଶ ଲାଭପ୍ରଦ ହେବାକୁ ଯାଉଛି। ଚଳିତ ମାସର ଅନ୍ତିମ ଭାଗରେ ବ୍ୟବସାୟରେ ବୃଦ୍ଧି ହେବ। ନୂଆ ବ୍ୟବସାୟରେ ଯୋଡ଼ି ହେବେ। ଆୟର ନୂଆ ପନ୍ଥା ଫିଟିବ। କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ଦରମା ବୃଦ୍ଧି ଯୋଗ ରହିଛି। ପାରିବାରିକ ସୁଖ ଲାଭ କରିବେ। ପ୍ରେମ ସମ୍ପର୍କ ମଜବୁତ ହେବ। ଛାତ୍ରୀଛାତ୍ରମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଚିନ୍ତାମୁକ୍ତ ହେବେ। ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ ହେବ। 

2/3

ବିଛା ରାଶି ବ୍ୟବସାୟରେ ଲାଭ ହେବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଚାକିରିରେ ଦରମା ବୃଦ୍ଧି ସହିତ ପଦୋନ୍ନତି ଯୋଗ ରହିଛି। କର୍ମକ୍ଷେତ୍ରରେ ସ୍ଥିରତା ଆସିବ। ଆୟରେ ମଧ୍ୟ ବୃଦ୍ଧି ହେବ। ବ୍ୟବସାୟ ସହିତ ଜଡିତ ଯାତ୍ରାରୁ ଲାଭ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନ ସୁଖଦ ହେବ। ଜୀବନସାଥୀଙ୍କର ସହଯୋଗ ମିଳିବ। ଛାତ୍ରମାନଙ୍କୁ ସଫଳତା ମିଳିବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଆଧ୍ୟାତ୍ମିକ କ୍ଷେତ୍ରରେ ମନୋନିବେଶ କରିପାରନ୍ତି। 

3/3

ମକର ରାଶି ବ୍ୟବସାୟରେ ସ୍ଥିରତା ଆସିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ଧନଲାଭର ଯୋଗ ରହିଛି। ବ୍ୟବସାୟ ସହିତ ଜଡିତ ଯାତ୍ରାରୁ ଲାଭ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନ ସୁଖଦ ରହିବ। ଜୀବନସାଥୀଙ୍କର ସହଯୋଗ ମିଳିବ। ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ଯୋଗ ରହିଛି। ଶାରିରୀକ ଓ ମାନସିକ ସ୍ତରରେ ମଜବୁତ ହେବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ରାଜନୀତି ପ୍ରତି ଋଚି ବଢାଇ ପାରନ୍ତି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।