Advertisement
Photo Details/zeeodisha/odisha2478908
photoDetails0hindi

November Graha Gochar: ନଭେମ୍ବରରେ ହେବ ଗ୍ରହ ଗୋଚର, ୩ ରାଶିର ଭାଗ୍ୟୋଦୟ

November Graha Gochar: ଚଳିତ ବର୍ଷର ଶେଷ ଆଡ଼କୁ ଅନେକ ବଡ଼ ଗ୍ରହ ଚଳନ କରିବେ। ଯାହାର ସିଧାସଳଖ ପ୍ରଭାବ ରାଶିଗୁଡ଼ିକ ଉପରେ ପଡିବାକୁ ଯାଉଛି। ବିଶେଷ କରି ନଭେମ୍ବର ମାସରେ ପ୍ରଭାବଶାଳୀ ଗ୍ରହ ଗୁଡ଼ିକ ରାଶି ପରିବର୍ତ୍ତନ କରିବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୭ ନଭେମ୍ବରରେ ଦେବଗୁରୁ ଶୁକ୍ର ଧନୁରାଶିକୁ ଚଳନ କରିବେ। 

1/3

ମେଷ ରାଶି ସୂର୍ଯ୍ୟ ଓ ଶୁକ୍ରଙ୍କର ରାଶି ପରିବର୍ତ୍ତନର ସକରାତ୍ମକ ପ୍ରଭାବ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବାକୁ ଯାଉଛି।  ଛାତ୍ରଛାତ୍ରୀମାନେ ପରିଶ୍ରମର ଫଳ ପାଇବେ। ପରୀକ୍ଷାରେ ସଫଳତା ହାସଲ କରିବେ। ବ୍ୟବସାୟୀମାନଙ୍କୁ ଏକ ବଡ଼ ଡିଲ ମିଳିପାରେ। ଅଟକି ଥିବା କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ। ଏହା ବ୍ୟତୀତ ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ରୋଜଗାର କରିବେ। ଚାକିରିଆମାନଙ୍କର ଦରମା ବୃଦ୍ଧି ସହିତ ପଦୋନ୍ନତିର ଯୋଗ ରହିଛି। 

2/3

କନ୍ୟା ରାଶି ସୂର୍ଯ୍ୟ ଓ ଶୁକ୍ର ଗ୍ରହଙ୍କର ରାଶି ପରିବର୍ତ୍ତନର ପ୍ରଭାବ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବାକୁ ଯାଉଛି। ସରକାରୀ ଚାକିରିଆଙ୍କର ପଦୋନ୍ନତି ଯୋଗ ରହିଛି। ବ୍ୟବସାୟୀମାନଙ୍କୁ ପରିଶ୍ରମର ଫଳ ମିଳିବ। ସମାଜରେ ନିଜର ପ୍ରତିଷ୍ଠା ବୃଦ୍ଧି ହେବ। ଲାଭ ମଧ୍ୟ ବୃଦ୍ଧି ହେବ। ଅଟକି ଥିବା ଟଙ୍କା ଫେରିପାଇବେ। ଚିନ୍ତାମୁକ୍ତ ହେବେ। 

3/3

କୁମ୍ଭ ରାଶି କୁମ୍ଭ ରାଶିର ଲୋକମାନେ ନୂତନ ବ୍ୟବସାୟରୁ ମୋଟା ଅଙ୍କର ଲାଭ ରୋଜଗାର କରିବେ। ବ୍ୟବସାୟ ବିସ୍ତାର ହେବା ସହିତ ଆର୍ଥିକ ଲାଭର ସମସ୍ତ ସମ୍ଭାବନା ଅଛି। ନିଯୁକ୍ତ ବ୍ୟକ୍ତିମାନେ ବିଦେଶ ଭ୍ରମଣ କରିବାର ସୁଯୋଗ ପାଇପାରନ୍ତି। ଏହା ବ୍ୟତୀତ ଧନ ସମ୍ପତ୍ତିରେ ହଠାତ୍ ବୃଦ୍ଧି ମଧ୍ୟ ହୋଇପାରେ। ଯୁବକମାନଙ୍କ କ୍ୟାରିୟର ଗତିଶୀଳ ହେବ, ଯାହା ମାନସିକ ଚାପକୁ ହ୍ରାସ କରିବ। ଛାତ୍ରମାନେ ପରୀକ୍ଷାରେ ଭଲ ମାର୍କ ପାଇବେ, ଯାହା ପରେ ସେମାନେ ମଧ୍ୟ ନିଜ ପିତାଙ୍କଠାରୁ ଆବଶ୍ୟକୀୟ ଉପହାର ପାଇପାରିବେ। ପାରିବାରିକ ଜୀବନ ମଧ୍ୟ ୧୬ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଖୁସି ରହିବ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।