ଶ୍ରାବଣ ମାସରେ ଆମିଷ ଖାଇବା ଉଚିତ୍ ନୁହେଁ, ଧାର୍ମିକ ଓ ବୈଜ୍ଞାନିକ କାରଣ ଜାଣନ୍ତୁ
Advertisement
Article Detail0/zeeodisha/odisha1255719

ଶ୍ରାବଣ ମାସରେ ଆମିଷ ଖାଇବା ଉଚିତ୍ ନୁହେଁ, ଧାର୍ମିକ ଓ ବୈଜ୍ଞାନିକ କାରଣ ଜାଣନ୍ତୁ

ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଭଗବାନ ଶିବଙ୍କ ଉପାସନା ପାଇଁ ଶ୍ରାବଣ ମାସ ସର୍ବୋଚ୍ଚ ଭାବେ ବିବେଚନା କରାଯାଏ ।ଏହି ମାସରେ ଅଧିକାଂଶ ଲୋକେ ଆମିଷ ଖାଦ୍ୟ ଠାରୁ ଦୂରରେ ରହିଥାଆନ୍ତି । ଘରର ମୁଖିଆ ମାନେ କୌଣସି ଯୁକ୍ତି ନ କରି ଧର୍ମ ଆଧାରରେ ଶ୍ରାବଣ ମାସରେ ଆମିଷ ନ ଖାଇବାକୁ ପରାମର୍ଶ ଦେଇଥାଆନ୍ତି ଆଉ ଆମେ ଏହାକୁ ପାଳନ ବି କରି

ପ୍ରତିକାତ୍ମକ ଫଟୋ

ଶ୍ରାବଣ ମାସ ୧୪ ଜୁଲାଇରୁ ଆରମ୍ଭ ହୋଇ ୧୨ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଭଗବାନ ଶିବଙ୍କ ଉପାସନା ପାଇଁ ଶ୍ରାବଣ ମାସ ସର୍ବୋଚ୍ଚ ଭାବେ ବିବେଚନା କରାଯାଏ ।ଏହି ମାସରେ ଅଧିକାଂଶ ଲୋକେ ଆମିଷ ଖାଦ୍ୟ ଠାରୁ ଦୂରରେ ରହିଥାଆନ୍ତି । ଘରର ମୁଖିଆ ମାନେ କୌଣସି ଯୁକ୍ତି ନ କରି ଧର୍ମ ଆଧାରରେ ଶ୍ରାବଣ ମାସରେ ଆମିଷ ନ ଖାଇବାକୁ ପରାମର୍ଶ ଦେଇଥାଆନ୍ତି ଆଉ ଆମେ ଏହାକୁ ପାଳନ ବି କରିଥାଉ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପରମ୍ପରା ପଛରେ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କାହିଁକି ଶ୍ରାବଣ ମାସରେ ଆମିଷ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଆମିଷ ଖାଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । 

fallback

ସାଧାରଣତଃ ବର୍ଷାଦିନେ ହଜମ ଶକ୍ତି ଦୁର୍ବଳ ହୋଇଥାଏ । ଶ୍ରାବଣ ମାସରେ ବର୍ଷା ପାଗରେ ଆର୍ଦ୍ରତା ଅଧିକ ରହିଥାଏ ଯାହା ଆମ ଶରୀର ଏବଂ ହଜମ ପ୍ରକ୍ରିୟାୟକୁ ପ୍ରଭାବିତ କରିଥାଏ । ନିରାମିଷ ତୁଳନାରେ ଆମିଷ ଅଧିକ ସମୟ ନେଇ ଥାଏ ହଜମ ହେବା ପାଇଁ ଏହି କାରଣରୁ ଆମିଷ ଖାଦ୍ୟ ଅନ୍ତନଳୀରେ ରହି ପଚିବା ଆରମ୍ଭ କରିଥାଏ । ଯାହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । 

 

Also Read ;  ପାଣିରେ ଏହାକୁ ମିଶାଇ ସ୍ନାନ କରନ୍ତୁ, ଗଣ୍ଠି ଯନ୍ତ୍ରଣା ସହ ଅନେକ ରୋଗରୁ ମିଳିବ ଉପଶମhttps://zeenews.india.com/hindi/zeeodisha/lifestyle/benefit-and-reasons-to-take-a-salt-bath/1250435

 

 

fallback

ସବୁ ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ଜାରି ରହିଛି ଏହି କାରଣରୁ ପରିବେଶରେ ସଂକ୍ରମଣ ବୃଦ୍ଧି ହେବା, ଫଙ୍ଗସ୍ ହେବା ଆଶଙ୍କା ଅଧିକ ଥାଏ ।ଏହି କାରଣରୁ ବର୍ଷା ଦିନରେ ଖାଦ୍ୟ ସାମଗ୍ରୀ ଶୀଘ୍ର ନଷ୍ଟ ହେବାକୁ ଲାଗେ ଆଉ ଏହାର ସବୁଠାରୁ ବଡ ପ୍ରଭାବ ଦେଖିବାକୁ ମିଳେ ଆମିଷ ଖାଦ୍ୟ ଉପରେ । ସୂର୍ଯ୍ୟକିରଣ ଅଭାବ ଏବଂ ଆର୍ଦ୍ରତା ଅଧିକ ହେବା କାରଣରୁ ଖାଦ୍ୟ ପଦାର୍ଥ ଶୀଘ୍ର ସଂକ୍ରମିତ ହୋଇଥାଏ । 

fallback

ବର୍ଷା ସମୟରେ ପଶୁମାନେ ଅଧିକ ଅସୁସ୍ଥ ହୋଇଯାଆନ୍ତି କାରଣ ମଶା , ଡେଙ୍ଗୁ , କୀଟଙ୍କ ସଂଖ୍ୟା ବଢିଥାଏ ଯାହା ପଶୁ ମଧ୍ୟରେ ଅନେକ ରୋଗ ସୃଷ୍ଟି କରିଥାଏ । ପଶୁମାନେ ସାଧାରଣତଃ ତୃଣଭୋଜୀ ଖାଇଥାଆନ୍ତି । ଏହି ବର୍ଷା ସମୟରେ ଅନେକ କୀଟପତଙ୍ଗକୁ ବି ଖାଇନିଅନ୍ତି ଯେଉଁ କାରଣରୁ ସେମାନେ ଅସୁସ୍ଥ ହୋଇଥାଆନ୍ତି । ଯେଉଁ ମାନେ ଆମିଷ ଖାଆନ୍ତି ତାଙ୍କ ପାଖକୁ ମଧ୍ୟ ଏହି ସଂକ୍ରମଣ ପହଞ୍ଚିବାର ଆଶଙ୍କା ମଧ୍ୟ ଥାଏ । 

fallback

ବର୍ଷା ଦିନରେ ମାଛମାନେ ଅଣ୍ଡା ଦେଇଥାଆନ୍ତି । ଏହି ସମୟରେ ଯଦି ଆପଣ ସାମୁଦ୍ରିକ ଖାଦ୍ୟ ଖାଉଛନ୍ତି ଏହା ଆପଣଙ୍କ ପାଇଁ କ୍ଷତିକାରକ କାରଣ ଏହି ସମୟରେ ମାଛ ମାନେ ଅଣ୍ଡା ଦେଇଥାଆନ୍ତି ଯେଉଁ କାରଣରୁ ମାଛଙ୍କ ମଧ୍ୟରେ ହର୍ମୋନ ପରିବର୍ତ୍ତନ ହୋଇଥାଏ । ତେଣୁ ସାମୁଦ୍ରିକ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏହା ଆମ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । 

fallback

ଏହି ସମୟରେ ଆପଣ ଶୀଘ୍ର ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ କାରଣ ବର୍ଷା ସମୟରେ ବିଳମ୍ବିତ ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ କାରଣ ଆପଣଙ୍କ ପେଟରେ ଖାଦ୍ୟ ଶୀଘ୍ର ହଜମ ନ ହେବା , ଏହା ଆପଣଙ୍କ ଅନ୍ତନଳୀରେ ପ୍ରଭାବ ପକାଇଥାଏ । ଏହା ପରେ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହେବା ଆରମ୍ଭ ହୋଇଥାଏ ।ତେଣୁ ନିରାମିଶ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।