Shani dev: ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ; କୋଧିତ ହୋଇଥାଆନ୍ତି ଶନି ଦେବ, ପରିବାରରେ ହୋଇଥାଏ ବଡ଼ କ୍ଷତି
Advertisement
Article Detail0/zeeodisha/odisha1643530

Shani dev: ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ; କୋଧିତ ହୋଇଥାଆନ୍ତି ଶନି ଦେବ, ପରିବାରରେ ହୋଇଥାଏ ବଡ଼ କ୍ଷତି

Shani Dosh Remedy: ଜାତକରେ ଶନି ଦଶା ଥିଲେ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଶନି ଦେବ କୋଧିତ ହୋଇଥାଆନ୍ତି ବା କେଉଁ କାମ କରିବା ଉଚିତ୍ ନୁହେଁ ।

ସୌ(ସୋସିଆଲ ମିଡିଆ)

Shani Dosh Remedy:  ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ । କୁହାଯାଏ, ଶନି ଦେବ ପ୍ରତ୍ୟେକ ଜୀବକୁ ତାର କର୍ମ ଅନୁଯାୟୀ ଉପଯୁକ୍ତ ଫଳ ଦେଇଥାଆନ୍ତି । ଧାର୍ମିକ ବିଦ୍ବାନଙ୍କ ମତ ଅନୁଯାୟୀ, ଶନି ଦେବ ଯାହା ଉପରେ ସନ୍ତୁଷ୍ଟ ହୋଇଥାଆନ୍ତି ସେ ମଣିଷର ଭାଗ୍ୟଦୋୟ ହେବାକୁ ବେଶି ସମୟ ଲାଗେ ନାହିଁ । ସେହିଫଳି ଯଦି ଶନି ଦେବ ରୋଷ କରନ୍ତି ବା ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଉକ୍ତ ବ୍ୟକ୍ତି କୌଣସି କାର୍ଯ୍ୟରେ ସଫଳ ହୋଇପାରନ୍ତି ନାହିଁ । ସେମାନଙ୍କୁ ଜୀବନରେ ନାନାଦି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼େ। ସେହିପରି ଜାତକରେ ଶନି ଦଶା ଥିଲେ ଶନିବାର ଦିନ କିଛି ପ୍ରତିକାର କରିବା ଦ୍ବାରା ଏଥିରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାମ କଲେ ଶନି ଦେବ କୋଧିତ ହୋଇଥାଆନ୍ତି ବା କେଉଁ କାମ କରିବା ଉଚିତ୍ ନୁହେଁ ।

ଏହି ସବୁ କାମ କଲେ କୋଧିତ ହୋଇଥାଆନ୍ତି ଶନିଦେବ

ଜ୍ୟୋତିଷଙ୍କ ଅନୁଯାୟୀ, ଯେଉଁମାନେ ବିଶୃଙ୍ଖଳିତ ଜୀବନଯାପନ କରନ୍ତି କିମ୍ବା ବିଶୃଙ୍ଖଳା ବିସ୍ତାର କରନ୍ତି ସେମାନେ କେବେହେଲେ ଶନି ଦେବଙ୍କ ଆଶୀର୍ବାଦ ପାଆନ୍ତି ନାହିଁ। ଏହିପରି ଲୋକଙ୍କୁ ସର୍ବଦା ଶନିଙ୍କ କ୍ରୋଧ ସହିବାକୁ ପଡ଼େ ଓ ସେମାନେ ସର୍ବଦା ଆର୍ଥିକ ସଙ୍କଟ, ଅସୁସ୍ଥତା ଓ ଯନ୍ତ୍ରଣା ଭୋଗିଥାଆନ୍ତି ।

ଯେଉଁମାନେ ଶନିବାର କିମ୍ବା ଅମାବାସ୍ୟା ଦିନ ମଦ୍ୟପାନ କରନ୍ତି କିମ୍ବା ଆମିଷ ଖାଇଥାଆନ୍ତି ଖାଇଥାଆନ୍ତି ସେମାନଙ୍କୁ ଶନିଦେବ କଦାପି କ୍ଷମା କରନ୍ତି ନାହିଁ ।  ଏହି ଲୋକଙ୍କ ଉପରେ ଶନି ମହା ଦଶା ପଡ଼ିଥାଏ । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଘରେ ଅଭାବ, ଅନଟନ, ବିଶୃଙ୍ଖଳା ବୃଦ୍ଧି ପାଇଥାଏ ।

ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନେ ନିରୀହ ତଥା ମୂକ ପ୍ରାଣୀ ବିଶେଷ କରି କୁକୁରମାନଙ୍କୁ ମାରିଥାଆନ୍ତି ସେମାନଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡି଼ଥାଏ । ଏହିପରି ଲୋକମାନେ କଦାପି ଖୁସିରେ ରହିପାରିବେ ନାହିଁ । ସେମାନଙ୍କୁ ଅନେକ ଦୁଃଖ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ ।  ସେମାନେ ସର୍ବଦା ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାଆନ୍ତି।

ସନାତନ ଧର୍ମରେ ଓସ୍ତ ଗଛକୁ ସବୁଠାରୁ ପବିତ୍ର ପୂଜାନୀୟ ବୋଲି ବିବେଚନା କରାଯାଇଛି । କୁହାଯାଏ ଯେ, ଯେଉଁମାନେ ଓସ୍ତ ଗଛ କାଟନ୍ତି କିମ୍ବା କୌଣସି ପ୍ରକାରର କ୍ଷତି କରନ୍ତି, ସେମାନଙ୍କୁ ଶନି ଦେବଙ୍କ କୋପ ରହିବାକୁ ପଡ଼ିଥାଏ । ଫଳରେ ସେମାନଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିଥାଏ ।

ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ଯେଉଁ ଘରେ ମା’ଙ୍କୁ ଦୁର୍ବ୍ୟବହାର କରାଯାଏ ଓ ବୃଦ୍ଧବୃଦ୍ଧା ମାନଙ୍କୁ ଅପମାନିତ କରାଯାଏ, ସେଠାରେ ଶନି ସାଢେ ସାତି ଲାଗିଥାଏ । ଧନ ଧିରେ ଧିରେ ଏପରି ଲୋକଙ୍କ ଘରୁ ବାହାରିବା ଆରମ୍ଭ କରେ ଓ ପରିବାର ସଦସ୍ୟଙ୍କୁ ବହୁ ବିପଦର ସାମ୍ନା କରିବାକୁ ପଡ଼ିଥାଏ ।

ଉପାୟ-

  • ଶନିବାର ଦିନ ଗାଧୋଇବା ପରେ ବିଧି ଅନୁଯାୟୀ ଶନି ଦେବଙ୍କୁ ପୂଜା କରନ୍ତୁ। ଏହି ଦିନ ଶନି ଦେବଙ୍କୁ ସୋରିଷ ତେଲ ଓ କଳା ତେଲ ମଞ୍ଜିରେ ଅଭିଷେକ କରନ୍ତୁ । ଶନି ମନ୍ଦିରକୁ ଯାଇ ଶନି ଦେବଙ୍କ ଦର୍ଶନ କରନ୍ତୁ ଏପରି କରିବା ଦ୍ବାରା ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
  • ଜାତକରେ ଶନି ଦୋଷ ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଶନି ମନ୍ଦିରକୁ ଯାଇ ଓସ୍ତ ଗଛରେ ଜଳ ଅର୍ପଣ କରନ୍ତୁ ।
  • ଗରିବଙ୍କ ସେବା କଲେ ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଦିନ ଗରିବ ଓ ଅସହାୟ ଲୋକଙ୍କୁ କଳା ତେଲ ମଞ୍ଜି, ପୋଷାକ, ଜୋତା ଓ କମ୍ବଳ ଦାନ କରନ୍ତୁ ।
  • ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଶନିବାର ଦିନ କାଉମାନଙ୍କୁ ଖାଇବାକୁ ଦେବା ମଧ୍ୟ ଶୁଭ ହୋଇଥାଏ, ଏପରି କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି।

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।