Road Accident: ମହାକୁମ୍ଭରୁ ସ୍ନାନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା...ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ
Advertisement
Article Detail0/zeeodisha/odisha2625843

Road Accident: ମହାକୁମ୍ଭରୁ ସ୍ନାନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା...ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ

Road Accident: ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହରିଦ୍ୱାର ଓ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବସରେ ଥିବା ତୀର୍ଥଯାତ୍ରୀମାନେ ଆସ୍ଥା ସ୍ନାନ କରି ଫେରୁଥିଲେ। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଏତେ ଭୟଙ୍କର ଥିଲା ଯେ ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ସାହାଯ୍ୟ କରିବା ସହ ବସ୍ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ।

 

Road Accident: ମହାକୁମ୍ଭରୁ ସ୍ନାନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା...ଏବେ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ

Road Accident: ଉତ୍ତରପ୍ରଦେଶର ଗାଜିପୁରରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ୍ ଭ୍ୟାନ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୮ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ଡର୍ଜନରୁ ଅଧିକ ଆହତ ହୋଇଛନ୍ତି। ଏହି ସଡ଼କ ଦୁର୍ଘଟଣା ନନ୍ଦଗଞ୍ଜ ଥାନା ଅନ୍ତର୍ଗତ ସାହିଦି ଅଞ୍ଚଳରେ ଘଟିଛି, ଯେଉଁଠାରେ ମହାକୁମ୍ଭରୁ ଫେରୁଥିବା ତୀର୍ଥଯାତ୍ରୀଙ୍କୁ ନେଇ ଭର୍ତ୍ତି ଏକ ପିକ୍ଅପ୍ ଭ୍ୟାନ୍ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ବାରାଣାସୀ-ଗୋରଖପୁର ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଖବର ପାଇବା ମାତ୍ରେ ଜିଲ୍ଲାପାଳ ଆର୍ଯ୍ୟକା ଆଖୌରୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ଞାନେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହା ପୂର୍ବରୁ ଗୋରଖପୁରର ଗାଘାସ୍ଥିତ ସରାଇ ଛକ ନିକଟରେ ଦୁଇଟି ରୋଡୱେଜ୍ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୨୭ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀମାନେ ମହାକୁମ୍ଭରେ ସ୍ନାନ କରି ଫେରୁଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହରିଦ୍ୱାର ଓ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ବସରେ ଥିବା ତୀର୍ଥଯାତ୍ରୀମାନେ ଆସ୍ଥା ସ୍ନାନ କରି ଫେରୁଥିଲେ। ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଏତେ ଭୟଙ୍କର ଥିଲା ଯେ ଯାତ୍ରୀ ମାନେ ଭୟଭୀତ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ ତୁରନ୍ତ ଆହତମାନଙ୍କୁ ସାହାଯ୍ୟ କରିବା ସହ ବସ୍ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ।

 

ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ୨ ଜଣ ପୁରୁଷ ଓ ଜଣେ ୫ ବର୍ଷର ନାବାଳିକା ଅଛନ୍ତି। ଆହତମାନଙ୍କୁ ଗାଜିପୁର ମେଡ଼ିକାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଆହତଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିବା ବେଳେ ମୃତକଙ୍କ ମୃତଦେହକୁ ଶବଗୃହକୁ ନିଆଯାଇଛି। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକମାନେ ହେଲେ ଗୋରଖପୁରର ସୁଧା ଚୌରାସିଆ, ଶ୍ୟାମ ସୁନ୍ଦର, ନିତ୍ୟା ସିଂହ, ସୁରେନ୍ଦ୍ର ଗୁପ୍ତା, ଲୀଲାବତୀ, ପୁଷ୍ପା ଦେବୀ ଓ ଗୁଲାବି ଦେବୀ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ଗୁରୁତ୍ୱ ଦେଇ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Also Read: February 2025 Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି ରହିବ ଫେବୃଆରୀ ମାସ, ଜାଣନ୍ତୁ ମାସିକ ରାଶିଫଳ

Also Read: Coffee Side Effects: ଏହିରୋଗୀଙ୍କ ଅବସ୍ଥାକୁ ଆହୁରି ସାଂଘାତିକ କରିଦିଏ କଫି, ପିଇବା ଆଗରୁ ସାବଧାନ !