Astrology Prediction Shani Shukra Yuti 2024: ଶନିଦେବ (Shani )ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଶୁକ୍ର ଆସନ୍ତା ବର୍ଷ ଚଳନ କରିବେ। ଶନି-ଶୁକ୍ରଙ୍କ ଗୋଟିଏ ରାଶିରେ ମିଳନ ଦୁର୍ଲଭ ସଂଯୋଗ (Shani Shukra Yuti 2024 ) ସୃଷ୍ଟି କରୁଛି। ଯାହା ଦିର୍ଘ ୩୦ ବର୍ଷ ପରେ ପଡି଼ବାକୁ ଯାଉଛି। ତେବେ, ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ।
Trending Photos
Astrology Prediction Shani Shukra Yuti 2024: ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ(Shukra) ସୁଖ, ଧନ ଓ ସମୃଦ୍ଧିର କାରକ ବୋଲି କୁହାଯାଉଥିବା ବେଳେ ଶନିଦେବଙ୍କୁ ଚାକିରି ଓ ବ୍ୟବସାୟ ପ୍ରଗତିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଆସନ୍ତା ବର୍ଷ (୨୦୨୪)ରେ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନିଦେବ (Shani )ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ଶୁକ୍ର ଆସନ୍ତା ବର୍ଷ ଚଳନ କରିବେ। ଶନି-ଶୁକ୍ରଙ୍କ ଗୋଟିଏ ରାଶିରେ ମିଳନ ଦୁର୍ଲଭ ସଂଯୋଗ (Shani Shukra Yuti 2024 ) ସୃଷ୍ଟି କରୁଛି। ଯାହା ଦିର୍ଘ ୩୦ ବର୍ଷ ପରେ ପଡି଼ବାକୁ ଯାଉଛି। ତେବେ, ଏହି ଦୁର୍ଲଭ ସଂଯୋଗ କାରଣରୁ ତିନି ରାଶିଙ୍କୁ ଶୁଭଫଳ ମିଳିବ।
Also Read: Guru Gochar 2023: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ବ୍ୟବସାୟରୁ ମିଳିବ ପ୍ରଚୁର ଲାଭ
ଧନବାନ୍ ହେବେ ଏହି ତିନି ରାଶି:
ମେଷ: ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ କାରଣରୁ ଏହି ରାଶିର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଆସନ୍ତାବର୍ଷ ଏହି ରାଶିର ଲୋକେ ରାଜସୁଖ ଭୋଗ କରିବେ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପାଇବେ। ଚାକିରିରେ ପଦୋନ୍ନତି ପାଇବା ସାଙ୍ଗକୁ ନୂତନ ନିଯୁକ୍ତି ଅଫର ବି ଆପଣଙ୍କୁ ମିଳିପାରେ। ଆୟ ବଢିବ। ରୋଜଗାର ପାଇଁ ନୂଆ ବାଟ ଖୋଲିବ। ଶନି ଏବଂ ଶୁକ୍ରର ମିଳନ ହେତୁ ଆର୍ଥିକ ସ୍ଥିତି ମଜବୁତ୍ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି।
ବୃଷ: ସେହିପରି ଏହି ରାଶିର ବ୍ୟକ୍ତି ମଧ୍ୟ ୨୦୨୪ରେ ଶନି ଓ ଶୁକ୍ରଙ୍କ କୃପାରୁ ଶୁଭଫଳ ପାଇବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର କର୍ମ ଘରେ ଶୁକ୍ର-ଶନି ଦୁର୍ଲଭ ସଂଯୋଗ ସୃଷ୍ଟି ହେବ। ଏପରି ପରିସ୍ଥିତିରେ, ଆପଣ ନୂଆ ବର୍ଷରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି । ସେଥିରେ ସଫଳତା ପାଇବେ। ଧାର ଦେଇଥିବା ଟଙ୍କା ଫେରସ୍ତ ପାଇପାରନ୍ତି । ଆର୍ଥିକ ସ୍ଥିତି ମଜବୁତ୍ ହେବ। ବ୍ୟବସାୟରେ ଲାଭ ହେବ। ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି଼ - ଜମି କିଣିବାର ସ୍ୱପ୍ନ ପୂରଣ ହେବ । ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ।
ମକର: ଶନି-ଶୁକ୍ରଙ୍କ ଏହି ଦୁର୍ଲଭ ସଂଯୋଗ ଦିର୍ଘ ୩୦ ପରେ ପଡୁଥିବାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ମଧ୍ୟ ଚମକିବ। ଆୟ ବଢିବା ସହ ଆର୍ଥିକ ଦାରିଦ୍ରତା ଆପଣଙ୍କ ପାଖ ମାଡିବ ନାହିଁ। କ୍ୟାରିୟରରେ ସଫଳତା ପାଇବେ। ଚାକିରି ବଦଳାଇବା ପାଇଁ ଏହା ଏକ ଭଲ ସମୟ । ଆପଣ ନିଜ ପସନ୍ଦର ଚାକିରି ପାଇପାରିବେ । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ବୈବାହିକ ଜୀବନ ସୁଖମୟ ହେବ। ଏବଂ ବ୍ୟବସାୟରେ ବହୁତ ଅଗ୍ରଗତି ହେବ । ନିଜ ସନ୍ତାନ ମାନଙ୍କ ଠାରୁ ଖୁସି ଖବର ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ବେଶ୍ ଅନୁକୂଳ ରହିଛି। କିନ୍ତୁ ସ୍ବାସ୍ଥ୍ୟକୁ ନେଇ ଆପଣ ଯତ୍ନବାନ୍ ରୁହନ୍ତୁ। ଚନେତ୍ ସ୍ବାସ୍ଥ୍ୟ ବିଗିଡିପାରେ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)