Potato Side Effect: ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଶରୀରେ ହୋଇଥାଏ ଏହି ସବୁ କ୍ଷତି !
Advertisement
Article Detail0/zeeodisha/odisha1987629

Potato Side Effect: ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଶରୀରେ ହୋଇଥାଏ ଏହି ସବୁ କ୍ଷତି !

Potato Side Effect: ଆଳୁକୁ ପରିବାମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ବିଭିନ୍ନ ତରକାରୀ, ସାଗରେ ଆଳୁ ଟିକିଏ ପଡ଼ିଗଲେ ସତେ ଯେପରି ସ୍ୱାଦ ଦ୍ୱିଗୁଣ ହୋଇଗଲା ପରି ଲାଗେ। ଆଳୁ ଏପରି ଏକ ପରିବା ଯାହାକୁ ଆମିଷ(Nonveg) ଓ ନିରାମିଷ(Veg) ଉଭୟ ପ୍ରକାରର ବ୍ୟଞ୍ଜନରେ ବ୍ୟବହାର କରାଯାଏ। 

Potato Side Effect: ପ୍ରତିଦିନ ଆଳୁ ଖାଇବା ଦ୍ୱାରା ଶରୀରେ ହୋଇଥାଏ ଏହି ସବୁ କ୍ଷତି !

Potato Side Effect: ଆଳୁକୁ ପରିବାମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ବିଭିନ୍ନ ତରକାରୀ, ସାଗରେ ଆଳୁ ଟିକିଏ ପଡ଼ିଗଲେ ସତେ ଯେପରି ସ୍ୱାଦ ଦ୍ୱିଗୁଣ ହୋଇଗଲା ପରି ଲାଗେ। ଆଳୁ ଏପରି ଏକ ପରିବା ଯାହାକୁ ଆମିଷ(Nonveg) ଓ ନିରାମିଷ(Veg) ଉଭୟ ପ୍ରକାରର ବ୍ୟଞ୍ଜନରେ ବ୍ୟବହାର କରାଯାଏ। ଏପରିକି ଆଳୁରେ ତିଆରି ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ୍ ଯଥା ଗୁପଚୁପ୍, ବ୍ରେଡ୍ ପକୋଡ଼ା, ଆଳୁ ଚପ୍, ଫ୍ରାଏଜ୍, ଚିଲି ପଟାଟୋ, ସିଂଗଡ଼ା ଆଦି ଆମକୁ ଖାଇବାକୁ ବହୁତ୍ ଭଲ ଲାଗେ। କିନ୍ତୁ ଆପଣ ଜାଣିଛନ୍ତି ଆଳୁ ଖାଇବା ଦ୍ୱାରା ଶରୀରକୁ କେଉଁ କେଉଁ ପ୍ରକାରର କ୍ଷତି ସହିବାକୁ ପଡ଼ିଥାଏ।

-ଯେଉଁମାନେ ଅଧିକ ଆଳୁ ଖାଆନ୍ତି, ସେମାନଙ୍କର ଶରୀରରେ ଚର୍ବି ବଢ଼ିବାରେ ଲାଗେ, ଯେଉଁ କାରଣରୁ ଆପଣଙ୍କର ଓଜନ ଏବଂ ଶରୀରର ଆକୃତି ପରିବର୍ତ୍ତନ ହେବାକୁ ଲାଗିଥାଏ। ଯେଉଁମାନେ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଆଳୁ ପ୍ରତିଦିନ ଖାଇବା ଉଚିତ୍ ନୁହେଁ।

-ଆଳୁ ଖାଇବା ଦ୍ୱାରା ଏହା ଶରୀରକୁ ଶକ୍ତି ଯୋଗାଇଥାଏ, କିନ୍ତୁ ଯଦି ଆପଣ ଆଳୁକୁ ଏକ ସୀମାଠାରୁ ଅଧିକ ଖାଆନ୍ତି, ତେବେ ଆଲର୍ଜି ହେବାର ଆଶଙ୍କା ରହିଥାଏ। ତେଣୁ ଆଳୁ ଆବଶ୍ୟକ ଅନୁସାରେ ଖାଇବା ଉଚିତ୍।

-ଯଦିଓ ଆଳୁର ସ୍ୱାଦ ଆମ ସମସ୍ତଙ୍କୁ ଖୁବ୍ ପସନ୍ଦ ଆଲେ, ତଥାପି ଆପଣ ଏହାକୁ ଅଧିକ ଖାଇବା ଉଚିତ୍ ନୁହେଁ କାରଣ ଏଥିରେ ବହୁ ପରିମାଣରେ କାର୍ବୋହାଇଡ୍ରେଟ୍ ଥାଏ, ଯାହା ଆର୍ଥ୍ରାଇଟିସର ଯନ୍ତ୍ରଣାକୁ ବଢ଼ାଇଥାଏ।

-ଅତ୍ୟଧିକ ଆଳୁ(Potato) ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ଏବଂ ଯଦି ପ୍ରତିଦିନ ଏହିପରରି ଆଳୁ ଖାଆନ୍ତି ତେବେ ମଧୁମେହ ହେବାର ଆଶଙ୍କା ବୃଦ୍ଧି ପାଇଥାଏ। ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ମଧୁମେହ ରୋଗୀମାନେ ଆଳୁରୁ ଦୂରେଇ ରୁହନ୍ତି।

-ଯଦି ଆପଣ ଅଧିକ ପରିମାଣର ଆଳୁ ଖାଆନ୍ତି, ତେବେ ଧୀରେ ଧୀରେ ଉଚ୍ଚ ରକ୍ତଚାପର ସମସ୍ୟା ଉପୁଜିବ, ଯାହା ପରେ ଏହା ହୃଦଘାତର କାରଣ ମଧ୍ୟ ହୋଇପାରେ।

ସତ୍ୟାପନ: ପ୍ରିୟ ପାଠକ, ଆମର ଖବର ପଢ଼ିଥିବାରୁ ଧନ୍ୟବାଦ। ଏହି ଖବର କେବଳ ଆପଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଲେଖାଯାଇଛି। ଏହାକୁ ଲେଖିବାରେ ଆମେ ଘରୋଇ ଉପଚାର ଏବଂ ସାଧାରଣ ତଥ୍ୟର ସାହାଯ୍ୟ ନେଇଛୁ। ଯଦି ଆପଣ ଆପଣଙ୍କର ସ୍ୱାସ୍ଥ୍ୟ ସହିତ ଜଡ଼ିତ କିଛି ପଢ଼ୁଛନ୍ତି, ଏହାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ ନେବା ଉଚିତ୍।

Also Read: World Constipation Day: କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ ଉପାୟ...