Most Expensive Foods: ଦୁନିଆର ୫ ଦାମୀ ଖାଦ୍ୟ, ଯାହାକୁ ଖାଇବାକୁ ହେଲେ ବିକିବାକୁ ପଡ଼ିବ ଜମି
Advertisement
Article Detail0/zeeodisha/odisha2010540

Most Expensive Foods: ଦୁନିଆର ୫ ଦାମୀ ଖାଦ୍ୟ, ଯାହାକୁ ଖାଇବାକୁ ହେଲେ ବିକିବାକୁ ପଡ଼ିବ ଜମି

Most Expensive Foods in World: ଇରାନର ବେଲୁଗା ଷ୍ଟୁର୍ଜନ୍ ମାଛରୁ ଏହା ଏହି କ୍ୟାଭିଅର୍ ମିଳିଥାଏ, ଯାହାର ବୟସ ୧୦୦ବର୍ଷରୁ ଅଧିକ । ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ କରିଛି ଯେ ଇରାନ ନିକଟ କାସପିନ୍ ସାଗରର ନିର୍ମଳ ଅଂଶରେ ବେଲୁଗା ଷ୍ଟୁରଜନ୍ ମାଛର ଏକ ବିରଳ ପ୍ରଜାତି ଦେଖିବାକୁ ମିଳେ।

 

Most Expensive Foods: ଦୁନିଆର ୫ ଦାମୀ ଖାଦ୍ୟ, ଯାହାକୁ ଖାଇବାକୁ ହେଲେ ବିକିବାକୁ ପଡ଼ିବ ଜମି

Most Expensive Foods in World: ଆପଣ ଜାଣିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ କ’ଣ? ଅଧିକାଂଶ ଲୋକଙ୍କ ପାଇଁ ଏହା କହିବା କଷ୍ଟକର ହେବ, କାରଣ ଦୁନିଆର ସବୁଠୁ ଦାମୀ ଖାଦ୍ୟ ମଧ୍ୟରେ ଅନେକ ନାମ ଅଛି ଯାହା ବିରଳ ବୋଲି ଧରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନେକ ଖାଦ୍ୟର ଏକ ଥାଳିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ଏବଂ ଏହାକୁ ଖାଇବା ସମସ୍ତଙ୍କ ପାଖରେ ସମ୍ଭବ ନୁହେଁ। ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ୫ଟି ମହଙ୍ଗା ଖାଦ୍ୟ ଏବଂ ଏହାର ମୂଲ୍ୟ କେତେ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। 

ଆଲମାସ୍ କ୍ୟାଭିଆର୍ (Almas Caviar) ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ ପଦାର୍ଥ ଭାବରେ ବିବେଚନା କରାଯାଏ । ଏକ ରିପୋର୍ଟ ଅନୁଯାୟୀ, କ୍ୟାଭିଆର ଷ୍ଟୁରଜନ୍ (Sturgeon) ମାଛର ଅଣ୍ଡାଶୟରେ ମିଳୁଥିବା ଅଣ୍ଡାକୁ ଆଲମାସ୍ କ୍ୟାଭିଆର କୁହାଯାଏ। ଭାରତୀୟ ଟଙ୍କା ରେ ଆଲମାସ୍ କ୍ୟାଭିଆରର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୨୯ଲକ୍ଷ ଟଙ୍କା ବା (୩୪ ହଜାର ୫୦୦ ଡଲାର) । ଇରାନର ବେଲୁଗା ଷ୍ଟୁର୍ଜନ୍ ମାଛରୁ ଏହା ଏହି କ୍ୟାଭିଅର୍ ମିଳିଥାଏ, ଯାହାର ବୟସ ୧୦୦ବର୍ଷରୁ ଅଧିକ । ଗିନିଜ୍ ୱାର୍ଲ୍ଡ ରେକର୍ଡ ରିପୋର୍ଟ କରିଛି ଯେ ଇରାନ ନିକଟ କାସପିନ୍ ସାଗରର ନିର୍ମଳ ଅଂଶରେ ବେଲୁଗା ଷ୍ଟୁରଜନ୍ ମାଛର ଏକ ବିରଳ ପ୍ରଜାତି ଦେଖିବାକୁ ମିଳେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେଶର (Saffron) ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ ସାମଗ୍ରୀ ମଧ୍ୟରେ ପରିଗଣିତ ହୁଏ । ସାଫ୍ରନ୍ ହେଉଛି ଏକ ପ୍ରକାର ମସଲା, ଯାହାର ଅନନ୍ୟ ସ୍ୱାଦ ଏବଂ ସୁଗନ୍ଧ ଏହାକୁ ସ୍ୱତନ୍ତ୍ର କରିଥାଏ । ଅନେକ ଭାରତୀୟ ଖାଦ୍ୟରେ ମଧ୍ୟ କେଶରର ବ୍ୟବହାର କରାଯାଏ । ଲୋକମାନେ କେଶରର ସୁଗନ୍ଧକୁ ବହୁତ ପସନ୍ଦ କରନ୍ତି । ଖବର ଅନୁଯାୟୀ, ଗୋଟିଏ ଗ୍ରାମ କେଶରର ମୂଲ୍ୟ ପ୍ରାୟ ୧୬୦୦ ଟଙ୍କା । ଯଦି ଏହିପରି ଦେଖାଯାଏ, ତେବେ ଏକ କିଲୋଗ୍ରାମ କେଶରର ମୂଲ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା । କେଶର ସାଧାରଣତଃ ଇରାନରେ ହୋଇଥାଏ ଏବଂ ସମଗ୍ର ବିଶ୍ୱରେ ବ୍ୟବହୃତ ହୁଏ । 

ବ୍ଲୁଫିନ୍ ଟୁନା ମାଛ (Bluefin Tuna) ଦୁନିଆର ସବୁଠୁ ଦାମୀ ଖାଦ୍ୟ ସାମଗ୍ରୀ ମଧ୍ୟରେ ଗଣାଯାଏ । ଏହି ପ୍ରଜାତିର ମାଛ ବିଲୁପ୍ତ ହେବାକୁ ଯାଉଛନ୍ତି, ଯେଉଁ କାରଣରୁ ଏହାର ମୂଲ୍ୟ ବହୁତ ଅଧିକ । ଜାପାନର ସୁଶି ଏବଂ ସାଶିମି ଖାଦ୍ୟର ବ୍ଲୁଫିନ୍ ଟୁନା ଏକ ପ୍ରମୁଖ ଅଂଶ । ଏକ ବ୍ଲୁଫିନ୍ ଟୁନା ର ଓଜନ ପ୍ରାୟ ୨୦୦ ରୁ ୨୫୦ କିଲୋଗ୍ରାମ । ମିଡିଆ ରିପୋର୍ଟ ଅନୁଯାୟୀ, ବ୍ଲୁଫିନ୍ ଟୁନା ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା, କିନ୍ତୁ ନିଲାମରେ ଏହାର ମୂଲ୍ୟ କୋଟି କୋଟିରେ ପହଞ୍ଚିଛି। ଚଳିତ ବର୍ଷ ଜାପାନରେ ୨୧୨ କିଲୋଗ୍ରାମର ବ୍ଲୁଫିନ୍ ମାଛକୁ ୨.୨୭ କୋଟି ଟଙ୍କାରେ ନିଲାମ କରାଯାଇଛି।

ତୁର୍କୀରେ ମିଳୁଥିବା ଏକ ନିଆରା ପ୍ରକାରର ମହୁ (Elvish Honey) ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ତୁର୍କୀର ଆର୍ଟଭିନ ସହରର ଏକ ହଜାର ୮୦୦ ମିଟର ଗଭୀର ଗୁମ୍ଫାରୁ ଏହି ମହୁ ବାହାର କରାଯାଇଛି। ଏହି ମହୁରେ କୌଣସି ମହୁମାଛିର ଛତା ନଥାଏ। ଏଲଭିସ୍ ମହୁ ପ୍ରାକୃତିକ ଭାବରେ ଜଙ୍ଗଲୀ ଫୁଲର ପରାଗରୁ ସଂଗୃହିତ ହୁଏ ଏବଂ ପରେ ଗୁମ୍ଫାରେ ଏକ ତରଳ ପଦାର୍ଥରେ ପ୍ରକ୍ରିୟାକରଣ ହୁଏ । ଏହାର ସ୍ୱାଦ ହେତୁ ଏଲଭିସ୍ ମହୁର ମୂଲ୍ୟ କିଲୋଗ୍ରାମ ପିଛା ୪.୪୪ ଲକ୍ଷ ଟଙ୍କା । 

(Iberico Ham) ଆଇବେରିକୋ ହାମ ଏକ କଳା ଘୁଷୁରୀର ପଛ ଗୋଡର ଏକ ଅଂଶ, ଯାହା ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ ମଧ୍ୟରେ ପରିଗଣିତ ହୁଏ। ଏହା ୨୪ ରୁ ୩୬ ମାସ ପର୍ଯ୍ୟନ୍ତ ପରିପକ୍ୱ ହୁଏ ଏବଂ ପର୍ତ୍ତୁଗାଲ ଏବଂ ସ୍ପେନରେ ଉତ୍ପାଦିତ ହୁଏ । ଏହି ମାଂସ ପ୍ରକ୍ରିୟାକରଣ ପରେ ଲୁଣରେ ଶୁଖାଯାଏ ଏବଂ ତିନି ବର୍ଷ ପାଇଁ ଗଚ୍ଛିତ ହୁଏ । ଆଇବେରିକୋ ହାମର ମୂଲ୍ୟ ପ୍ରାୟ ୩.୭୫ ଲକ୍ଷ ଟଙ୍କା। ଗୁଣବତ୍ତା ଅନୁଯାୟୀ ଏହାର ମୂଲ୍ୟ ଅଧିକ କିମ୍ବା କମ ହୋଇପାରେ। ଏହାକୁ ପତଳା ଖଣ୍ଡରେ କାଟି କାଟି ପରଷା ଯାଏ।