ବିରୋଧୀ ବିଜେଡ଼ି ନେତା ବିଧାୟକ ଅରୁଣ ସାହୁ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ଗତ ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ କନ୍ଦଳ ଓ ବାରମ୍ବାର ଜିତିବାର ଅହଂକାର କାରଣରୁ ଦଳ ପରାଜିତ ହୋଇଥିଲା।
Trending Photos
Odisha Politics: ବିଜେଡି ବିଧାୟକ ଅରୁଣ ସାହୁ ସ୍ବୀକାର କଲେ ପରାଜୟର କାରଣ। ୨୦୨୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ଅହଂକାର ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱକୁ ଦାୟୀ କରିଛନ୍ତି ଅରୁଣ ସାହୁ । ଏହା ସହ ସେ ପୁଣିଥରେ ଶାସନକୁ ଫେରିବା ପାଇଁ ସମସ୍ତଙ୍କ ଦଳୀୟ କର୍ମୀଙ୍କୁ ଏକ ହେବାକୁ ଆହ୍ୱାନ କରିଛନ୍ତି । ବିରୋଧୀ ବିଜେଡ଼ି ନେତା ବିଧାୟକ ଅରୁଣ ସାହୁ ସ୍ପଷ୍ଟ ଭାବରେ ସ୍ୱୀକାର କରିଛନ୍ତି ଯେ ଓଡ଼ିଶାରେ ଗତ ୨୦୨୫ ସାଧାରଣ ନିର୍ବାଚନରେ ଦଳୀୟ କନ୍ଦଳ ଓ ବାରମ୍ବାର ଜିତିବାର ଅହଂକାର କାରଣରୁ ଦଳ ପରାଜିତ ହୋଇଥିଲା। ଗୁରୁବାର ରାୟଗଡ଼ାରେ ଦଳୀୟ କର୍ମୀଙ୍କ ସହ ଏକ ବୈଠକରେ ଅରୁଣ ତାଙ୍କର ମତ ରଖିଥିଲେ । ତାଙ୍କର ଏହି ମନ୍ତବ୍ୟଟି ଏବେଖୁବ୍ ଭାଇରାଲ୍ ହେଉଛି।
"ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ୨୪ ବର୍ଷ ଧରି କ୍ଷମତାରେ ରହିବା ପରେ ଅହଂକାର ବଢ଼ି ଯାଇଥିଲା। ଫଳସ୍ୱରୂପ, ଆମେ ନିଜକୁ ଅଧିକ ଗର୍ବ ଅନୁଭବ କରିଥିଲୁ। ଏହା ହିଁ ଗତ ସାଧାରଣ ନିର୍ବାଚନରେ ପରାଜିତ ହେବାର ଏବଂ ଶାସକ ଦଳରୁ ବିରୋଧୀ ଦଳକୁ ଖସିଯିବାର କାରଣ ହୋଇପାରେ ବୋଲି ଅରୁଣ କହିଛନ୍ତି। ଏହାପରେ ଦୃଢ଼ତାର ସହିତ ସେ କହିଥିଲେ କି ଏହି ପରାଜୟ ସତ୍ତ୍ୱେ ମଧ୍ୟ ଦଳ ଅଟଳ ରହିଛି। ତେଣୁ ଆମ ଭିତରେ ଏକତା ପାଇଁ ନିବେଦନ କରୁଛି । ହତାଶ ହେବାର କିଛି ନାହିଁ। ଯଦି ଆମେ ଆଭ୍ୟନ୍ତରୀଣ କଳି ଏବଂ ଦ୍ୱନ୍ଦ୍ୱକୁ ଛାଡ଼ି ଦେବା, ତେବେ ବିଜେଡି ନିଶ୍ଚିତ ଭାବରେ କ୍ଷମତାକୁ ଫେରିବ ବୋଲି ଅରୁଣ କହିଛନ୍ତି।
ଦୀର୍ଘ ୨୪ ବର୍ଷ ପରେ ଶାସନ କ୍ଷମତାରୁ ବିଜେଡିକୁ ବିଦା କରିବା ପରେ ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢିଛି ବିଜେପି। ଏବେ ସରକାରକୁ ୭ ମାସ ପୁରିବାକୁ ବସିଲାଣି। ଏହା ପରେ ବି ବିଜେଡ଼ି ହତାଶ ନହୋଇ ଦଳୀୟ କର୍ମକର୍ତ୍ତାଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଛି। ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ନିଜର ମନ୍ତବ୍ୟ ରଖିଥିଲେ । ସେ କହିଥିଲେ କି ବିଜେଡି ପ୍ରତି ଲୋକଙ୍କର ଭରସା ଏବଂ ଭଲପାଇବା ରହିଆସିଛି। ଏହା ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବା ଲାଗି ବିଜୁ ଜନତା ଦଳକୁ ଉତ୍ସାହିତ କରିବ। ପୂର୍ବଭଳି ଓଡ଼ିଶାର ସ୍ୱାର୍ଥ ଆମ ପାଇଁ ସର୍ବାଗ୍ରେ ରହିବ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ରାଜ୍ୟର ସ୍ୱାର୍ଥ ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୋଧରେ ବିଜେଡିର ଲଢ଼େଇ ଜାରି ରହିବ।
ନବୀନ ପଟ୍ଟନାୟକ ଆହୁରି କହିଥିଲେ ଯେ, ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି। ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛକୁ ଧରିପାରିଲୁ ନାହିଁ। ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରର ଠିକ୍ ଭାବରେ ଜବାବ ଦେଇପାରିଲୁ ନାହିଁ”, କହିଛନ୍ତି ନବୀନ ପଟ୍ଟନାୟକ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଚାଉଳଠାରୁ ଆରମ୍ଭ କରି ପନିପରିବା ଦର ଆକାଶ ଛୁଆଁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗତ ଛଅ ମାସ ଭିତରେ ବିଜେପି ସରକାର ରାଜ୍ୟବାସୀଙ୍କୁ ଏମିତି ଉପହାର ହେଉଛନ୍ତି ବୋଲି ନବୀନ କଟାକ୍ଷା କରିଥିଲେ ।
Also Read- Top 10 News: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି ଓ ଅନ୍ୟାନ୍ୟ ଅପଡେଟ୍
Also Read- Ollywood News: ସୁପରଷ୍ଟାର ଅନଭବଙ୍କ ସହ ଜାଗ୍ରତିଙ୍କ ୬ ଟି ଫଟୋ ଭାଇରାଲ୍, କ୍ଲିକ୍ କରି ଦେଖନ୍ତୁ