Top 10 News: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି ଓ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2616486

Top 10 News: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି ଓ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ଚେନ୍ନାବ ବ୍ରିଜରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । କଟରା-ଶ୍ରୀନଗର ଭିତରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ୍ ରନ୍ ସଫଳ ହୋଇଛି । ବିଶ୍ବର ସର୍ବୋଚ୍ଚ ରେଲୱେ ବ୍ରିଜ୍ ଚେନ୍ନାବ ଦେଇ ଟ୍ରାଏଲ୍ ରନ୍ କରାଯାଇଛି । ଦେଶର ପ୍ରଥମ କେବୁଲ ଷ୍ଟେ ବ୍ରିଜ ଅଞ୍ଜି ଖଡ୍ ଦେଇ ଏହି ଟ୍ରାଏଲ୍ ରନ୍ ସଫଳ ହୋଇଛି । କାଶ୍ମୀର ଉପତ୍ୟକାର ଥଣ୍ଡା ଜଳବାୟୁ ଅନୁସାରେ ଟ୍ରେନ ଡିଜାଇନ୍ କରାଯାଇଛି ।

Headlines 02- ଓଡ଼ିଶାରେ ପ୍ରଥମ ଥର ୧୦ଟି ଦ୍ବୀପରେ ହେବାକୁ ଯାଉଛି ଗଣତନ୍ତ୍ର ଦିବସ । ଆଇନଶୃଙ୍ଖଳା ADG ସଂଜୟ କୁମାର ସୂଚନା ଦେଇ କହିଛନ୍ତି ଯେ, ଚଳିତବର୍ଷ ପରେଡ୍‌ରେ ଆର୍ମି, ବିଏସ୍‌ଏଫ୍ ଓ ପୋଲିସ ସାମିଲ ହେବେ । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍‌ରେ ସାମିଲ ହେବେ । ତେଣୁ ସୁରକ୍ଷା ବ୍ୟବସ୍ଥା ଉପରେ ପୁରା ନଜର ରଖାଯାଇଛି ଏବଂ ସବୁ ପୋଲିସ ଅଧୀକ୍ଷକଙ୍କୁ ଆଲର୍ଟ କରାଯାଇଛି ବୋଲି ଏଡିଜି କହିଛନ୍ତି ।

Headlines 03- ରାଜ୍ୟରେ ଥମୁନି ହାତୀ ମୃତ୍ୟୁ ଘଟଣା । ପୁଣିଥରେ ଏକ ଦନ୍ତାହାତୀ ମୃତ୍ୟୁ ଖବର ପରିବେଶବିତଙ୍କୁ ଚିନ୍ତାରେ ପକାଇଛି । ନରସିଂହପୁରରେ ଆଉ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ନରସିଂହପୁର ପୂର୍ବ ରେଞ୍ଜ ରଙ୍ଗଡାବରେ ପ୍ରାୟ ୧୦ ରୁ ୧୨ ବର୍ଷ ବୟସର ହାତୀର ମୃତ୍ୟୁ ହୋଇଛି ବୋଲି ACF ସୂଚନା ଦେଇଛନ୍ତି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ସମୟରେ ଘଟଣାସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Headlines 04- ଦୁଇ ଦିନ ପରେ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡିଶା କନକ୍ଲେଭ୍। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଜାନୁଆରୀ ୨୮ ଏବଂ ୨୯ ଦୁଇ ଦିନ ଧରି ଚାଲିବ ଏହି ମେଗା ନିବେଶକ ସମ୍ମିଳନୀ। 

Headlines 05- ଟପ୍‌ ହିରୋଇନ୍‌ ତଥା ଅଭିନେତ୍ରୀ ମମତାରୁ ସ୍ୱାଧି ପାଲଟିଛନ୍ତି ମମମତାନନ୍ଦଗିରି । ପ୍ରୟାଗରାଜରେ ପହଞ୍ଚି ମହାକୁମ୍ଭରେ ଅଭିନେତ୍ରୀ ମମତା କୁଲକର୍ଣ୍ଣି ବନିଲେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର। ସଙ୍ଗମ ଘାଟରେ ପିଣ୍ଡଦାନ କରିବା ପରେ ମମତା ମହାମଣ୍ଡଳେଶ୍ୱର ହୋଇଛନ୍ତି। 

Headlines 06- ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ବିଜେପି । ସରୋଜ ସାବତ ହେଲେ ଗଂଜାମ ଜିଲ୍ଲା ସଭାପତି । ସେହିପରି ଶ୍ରୀବତ୍ସ ବେହେରା ହେଲେ ବଲାଙ୍ଗିର ଜିଲ୍ଲା ସଭାପତି । ରାସବିହାରୀ ବେହେରା ହେଲେ ଢେଙ୍କାନାଳ ଜିଲ୍ଲା ସଭାପତି । ଶଶାଙ୍କ ଶେଖରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଏବଂ ପୁରୀରେ ଡା. ଦେବେନ୍ଦ୍ର ତରାଇ, କଟକରେ ସୁକାନ୍ତ ବିଶ୍ବାଳଙ୍କୁ ସଭାପତି କରିଛି ଦଳ ।

Headlines 07- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋରେ କାର୍ଯ୍ୟ କରି ଉଲ୍ଲେଖନୀୟ ଅବଦାନ ରକ୍ଷା କରିଥିବା ୩୧ ଜଣଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ସେବା ପଦକ ପ୍ରଦାନ କରାଯିବ। ଏଥିରୁ ୬ଜଣଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ୍‍ ପ୍ରଦାନ କରାଯିବାକୁ ଘୋଷଣା ରାଯାଇଥିବାବେଳେ  ୨୫ ଜଣଙ୍କୁ ପୁଲିସ ମେଡାଲ୍‍ ପ୍ରଦାନ କରାଯିବ। ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସିବିଆଇ ପୂର୍ବାଞ୍ଚଳ ଜୋନରେ କାର୍ଯ୍ୟରତ  ୧୯୯୯ ଓଡ଼ିଶା କ୍ୟାଡର ଆଇପିଏସ୍‍ ଘନଶ୍ୟାମ ଉପାଧ୍ୟାୟଙ୍କୁ ରାଷ୍ଟ୍ରପତି ପୁଲିସ ପଦକରେ ସମ୍ମାନୀତ କରାଯିବ। ସେହିପରି ୨୦୦୬ ବ୍ୟାଚ୍‍ ଓଡ଼ିଶା କ୍ୟାଡର ଆଇପିଏସ୍‍ ସୁଧା ସିଂହଙ୍କୁ ଉଲ୍ଲେଖନୀୟ ଅବଦାନ ଲାଗି ପୁଲିସ ପଦକ ପ୍ରଦାନ କରାଯିବ।

Headlines 08- ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ପ୍ରତାପ ଜେନାଙ୍କ ଅଡୁଆ। ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟ। ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୃତ କୁଳମଣୀଙ୍କ ପୁଅ ରଞ୍ଜିତ ବରାଳ ବାପାଙ୍କ ମୃତ୍ୟୁ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Headlines 09- ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟର ୬ ଜଣଙ୍କୁ ସାହସିକତା ପୁରସ୍କାର ମିଳିବ। ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନୀତ କରାଯିବ। ଏହାଙ୍କ ସହ ଦୁଇଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ ଏବଂ ୧୧ ଜଣଙ୍କୁ ଉତ୍କର୍ଷ ସେବା ପଦକ ମିଳିବ। ସେହିପରି ଅଗ୍ନିଶମ ବିଭାଗର ୫ ଜଣ କର୍ମୀଙ୍କୁ ଏହି ସେବା ପଦକ ପ୍ରଦାନ କରାଯିବାକୁ ଥିବାବେଳେ ହୋମଗାର୍ଡ ଓ ସିଭିଲ୍‍ ଡିଫେନ୍ସ କ୍ଷେତ୍ରରେ ୩ ଜଣଙ୍କୁ ସେବା ପଦକ ପାଇଁ ମନୋନୀତ କରାଯାଇଛି। ଜେଲ୍‍ ସଂସ୍କାର କ୍ଷେତୟରେ ଉଲ୍ଲେଖନୀୟ ସେବା ଲାଗି ରାଜ୍ୟର ଦୁଇଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରାପ୍ତ ହେବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। 

Headlines 10- ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ  ୧ ତାରିଖ ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି,  ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା,ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗୁରୁଚାପ ପାଇଁ ଗରମ ପବନ ଆସୁଥିଲା। ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଅଧିକ ଗରମ ରହୁଥିଲା।  ସେ ପାଖରୁ ଓଡି଼ଶାକୁ ଅଧିକ ଗରମ ଆସୁଥିଲା। ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା। ଶୁକ୍ରବାର ଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି। ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ।  ଏଥିପାଇଁ ଶନିବାର ଠାରୁ  ଦିନ ଓ ରାତି ତାପମାତ୍ରା କମିବ ।