ରାଜନୀତି ପାଇଁ ଭାଙ୍ଗିଗଲା ସୁରଙ୍କ ପରିବାର ! ଭାଇ ବିରୋଧରେ ବିଷ ଓଗାଳିଲେ ମନ୍ମଥ ରାଉତରାୟ
Advertisement
Article Detail0/zeeodisha/odisha2616461

ରାଜନୀତି ପାଇଁ ଭାଙ୍ଗିଗଲା ସୁରଙ୍କ ପରିବାର ! ଭାଇ ବିରୋଧରେ ବିଷ ଓଗାଳିଲେ ମନ୍ମଥ ରାଉତରାୟ

Odisha Politics: ମୋ ଗୁରୁଙ୍କୁ କିଛି କହିଲେ ଚୁପ୍ ରହିବିନି ! ବଡ଼ ଭାଇକୁ ଫ୍ରଡ୍ କହି ମନଇଚ୍ଛା ଗାଳି କଲେ ମନ୍ମଥ !

ରାଜନୀତି ପାଇଁ ଭାଙ୍ଗିଗଲା ସୁରଙ୍କ ପରିବାର ! ଭାଇ ବିରୋଧରେ ବିଷ ଓଗାଳିଲେ ମନ୍ମଥ ରାଉତରାୟ

Political News: ପରିବାର ଭାଙ୍ଗୁଛି ରାଜନୀତି। ଦୁଇ ଭାଇଙ୍କ ସମ୍ପର୍କରେ ସୃଷ୍ଟିକଲା ଫାଟ। ରାଜନୀତିର ଚର୍ଚ୍ଚିତ ଚେହେରା କଂଗ୍ରେସ ନେତା ସୁର ରାଉତରାୟଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ନିକଟରେ ସୁରଙ୍କ ଦୁଇ ପୁଅ ଭିନ୍ନ ଭିନ୍ନ ପାର୍ଟିରେ ଯୋଗଦେଇ ନିର୍ବାଚନ ଲଢିଥିଲେ। ଏବେ ସେଇ ଦଳୀୟ ମନ୍ତବ୍ୟକୁ ନେଇ ଦୁଇ ଭାଇ ନିଜ ନିଜ ଉପରକୁ କାଦୁଅ ଫୋପାଡୁଛନ୍ତି । ଆଜ୍ଞା ପାଠକବନ୍ଧୁ ସୁରଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ମନ୍ମଥଙ୍କ ଭିତରେ ଏବେ କିଛି ଠିକ ନଥିବା ଜଣାପଡୁଛି। କାରଣ ଏବେ ତାଙ୍କର ସାନ ପୁଅ ମନ୍ମଥ ରାଉତରାୟଙ୍କ କିଛି ବୟାନ ଚର୍ଚ୍ଚାର ବିଷୟ ପାଲଟିଛି। ରାଜନୀତିକୁ ନେଇ ଦୁଇ ଭାଇ ଏବେ ଅଲଗା ହେବାକୁ ବସିଲେଣି। ମନ୍ମଥ ଗଣମାଧ୍ୟମକୁ ଏକ ବାଇଟ୍ ଦେଇ ସିଦ୍ଧାର୍ଥଙ୍କ ଉପରେ ମନ ଇଚ୍ଛା ବର୍ଷିଛନ୍ତି । ଏମିତିକି ତାଙ୍କ କ୍ୟାରିୟର ଠାରୁ ଆରମ୍ଭ କରି ପରିବାରକୁ ବି ଛାଡ଼ିନାହାଁନ୍ତି। ଏବେ ମନ୍ମଥ ବିଜେଡ଼ିରେ ଥିବାବେଳେ ସିଦ୍ଧାର୍ଥ କଂଗ୍ରେସରେ ଅଛନ୍ତି। 

ସୂଚନା ଅନୁଯାୟୀ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମ ସମ୍ମୁଖରେ ନିଜ ବଡ଼ ଭାଈଙ୍କୁ କଟାକ୍ଷ କରି ମନ୍ତବ୍ୟ ରଖିଛନ୍ତି। ତେବେ ସେ କୌଣସି ବି ସ୍ଥାନରେ ତାଙ୍କ ଭାଇଙ୍କ ନାମ ନେଇ ନାହାଁନ୍ତି, କିନ୍ତୁ ତାଙ୍କ କଥାରୁ ସ୍ପଷ୍ଟ ବାରି ହେଉଛି ସେ କାହା ବିରୋଧରେ ଏଭଳି ବିଷ ଓଗାଳୁଛନ୍ତି। ମନ୍ନଥ କହିଛନ୍ତି, ସୁର ରାଉତରାୟଙ୍କ ଘରେ ଜଣେ ବ୍ୟକ୍ତି ଅଛନ୍ତି ଯେ ବାରମ୍ବାର ନବୀନ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । ଦିନେ ସେହି ବ୍ୟକ୍ତି ବାରମ୍ବାର ଯାଇକି ନବୀନ ଓ ପାଣ୍ଡିଆନଙ୍କୁ ଦେଖା କରୁଥିଲେ। ସେତେବେଳେ ପାଣ୍ଡିଆନ ଓ ନବୀନ ବାବୁ ଭଲ ଲାଗୁଥିଲେ, ଯେତେବେଳେ ରିଜେକ୍ଟ ହୋଇଗଲେ, ଏବେ ସେ ଗାଳି କରୁଛନ୍ତି।

ମନ୍ମଥ ଆହୁରି କହିଛନ୍ତି, ସେହି ବ୍ୟକ୍ତି ଜଣଙ୍କ ସୁର ରାଉତରାୟଙ୍କୁ ନେଇ ବିଜେପିର ବଡ଼ ନେତାଙ୍କ ସହ ମଧ୍ୟ ଦିଲ୍ଲୀରେ ଦେଖା କରି ତାଙ୍କ ଦାବି ରଖିଥିଲେ। ସେଠାରେ ବି ସେ ରିଜେକ୍ଟ ହୋଇଥିଲେ । ମୁଁ ଧନ୍ୟବାଦ ଦେବି ବିଜେପି ଓ ବିଜେଡିକୁ, କାହିଁକି ନା ସେ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନି ପାରି ରିଜେକ୍ଟ କରିଦେଲେ। ୨ଟି ରିଜେକ୍ଟ ପରେ ଥାର୍ଡ ଅପ୍ସନରେ ପହଞ୍ଚିଲେ ସେହି ବ୍ୟକ୍ତି ଜଣଙ୍କ। ନବୀନ ବାବୁ ଓ ପାଣ୍ଡିଆନଙ୍କୁ ଗାଳି ଦେଲେ । ନବୀନ ବାବୁ ଓ ପାଣ୍ଡିଆନଙ୍କ ନାଁ ଧରି ଗଣମାଧ୍ୟମରେ ଆସିବାକୁ ଚେଷ୍ଟା କଲେ। କାଳେ ଏପରି କରିବା ଦ୍ୱାରା ଯେ ଯେଉଁ ପାର୍ଟିରେ ଅଛନ୍ତି, କାଳେ କେଉଁ ପଦବୀ ମିଳିଯିବ?

ଏମିତିକି ମନ୍ମଥ ତାଙ୍କ ବ୍ୟକ୍ତିଗତ ଜୀବନକୁ ବି ଆକ୍ଷେପ କରି କହିଛନ୍ତି ଯେ, ସେ ଯଦି ଓଡ଼ିଶାକୁ ଏତେ ଭଲ ପାଉଥିଲେ, ତେବେ ସେ ୧୮ ବର୍ଷ ଆମେରିକାରେ କ’ଣ କରୁଥିଲେ? ଏଠି ମାଆ ବାପାଙ୍କୁ ଛାଡ଼ି ସେଠି କ’ଣ କରୁଥିଲେ। ଏଠି ବାପା ମାଆଙ୍କ ସମ୍ପତ୍ତିକୁ ବ୍ୟବହାର କରି କି ସେଠି କ’ଣ କରୁଥିଲେ? ତାଙ୍କ ପିଲାମାନେ  ଆମେରିକାର ପାସପୋର୍ଟରେ କାହିଁକି ଅଛନ୍ତି ? ଆପଣ ଯଦି ଓଡ଼ିଶାକୁ ଭଲପାଉଛନ୍ତି, ତାହାହେଲେ କାହିଁକି ଆପଣଙ୍କ ପିଲା ଭାରତୀୟ ପାସପୋର୍ଟରେ ନାହାନ୍ତି ? ଆମେ ତ ଆମ ମାଟିକୁ ଛାଡିନୁ ? ସେ ଭାବୁଥିଲେ, ସ୍ପୋଟ୍ସକୁ ବ୍ୟବହାର କରି ଲୋକଙ୍କ ସେବା ନ କରି, କୌଣସି କାର୍ଯ୍ୟ ନ କରି କେମିତି ମୁଁ ଗୋଟିଏ ନେତା ହୋଇଯିବି ? କିପରି ସୁର ରାଉତରାୟଙ୍କ ନାଁ ନେଇ ୨ବଡ଼ ଦଳରେ ଟିକେଟ ପାଇଯିବି ? ଯେହେତୁ କିଛି ପାଇଲେନି, ସେଥିପାଇଁ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ଗାଳି କରୁଛନ୍ତି । 

ଏହା ସହ ସୁର ରାଉତରାୟଙ୍କୁ ବି ଛାଡ଼ୁନାହାନ୍ତି ବୋଲି ମନ୍ମଥ କହିଛନ୍ତି। କିଛି ଦିନ ହେବ ମୋ ଗୁରୁଙ୍କୁ ସେ ବ୍ୟକ୍ତି ଜଣଙ୍କ ଗାଳି କରୁଛନ୍ତି, ତାହାକୁ ମୁଁ ସହି ପାରିବିନି, ବାଧ୍ୟ ହୋଇ ବାହାରିବାକୁ ପଡ଼ୁଛି। ସେହି ବ୍ୟକ୍ତଜଣଙ୍କ ଫ୍ରଡ୍। ଦଳ ତାଙ୍କୁ ରିଜେକ୍ଟ କରିବାରୁ ସେ ଏପରି ଚଳାଇଛନ୍ତି। ତାଙ୍କର ରାଗ ମୋତେ ଟିକେଟ୍‌ ମିଳିଲା, ତାଙ୍କୁ ମିଳିଲା ନାହିଁ। ସେଥିପାଇଁ ଗାଳିଗୁଲଳ କରୁଛନ୍ତି। ଏଭଳି ବ୍ୟକ୍ତି ରାଜ୍ୟ ପାଇଁ ଭଲ ନୁହଁନ୍ତି, ଭଲ ବ୍ୟକ୍ତିତ୍ୱ ନୁହନ୍ତି। ନିଜ ପରିବାରକୁ ଆମେରିକାରେ ଛାଡ଼ି ଏଠି ରାଜ୍ୟ ଭକ୍ତି ଦେଖାଉଛନ୍ତି ବୋଲି ମନ୍ମଥ କହିଛନ୍ତି। ତେବେ ମନ୍ମଥଙ୍କ ଏପରି ମନ୍ତବ୍ୟ ଉପରେ ସୁର କିମ୍ବା ବଡ଼ ପୁଅ ସିଦ୍ଧାର୍ଥଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। କିନ୍ତୁ ସଧାରଣ ଲୋକେ ଏସବୁ ଶୁଣିବା ପରେ ମନ୍ମଥଙ୍କୁ ଭୁଲ୍ ବୁଝୁଥିବା ଦେଖା ଯାଇଛି। ଲୋକେ କମେଣ୍ଟରେ କହିଛନ୍ତି, ଆମେ ଭାବିଥିଲୁ ଆପଣ ଜଣେ ଭଲ ବ୍ୟକ୍ତି ହୋଇଥିବେ, ହେଲେ ଆଜି ଆପଣଙ୍କର ଅସଲ ଚେହେରା ଦେଖିଲୁ।

Also Read- Saptahik Rashifal: ନୂଆ ସପ୍ତାହରେ କେଉଁ ତାରିଖ ଆପଣଙ୍କ ପାଇଁ ଶୁଭ ? ଜାଣନ୍ତୁ ରାଶିଫଳ ପଢି

Also Read- Ollywood News: ସୁପରଷ୍ଟାର ଅନଭବଙ୍କ ସହ ଜାଗ୍ରତିଙ୍କ ୬ ଟି ଫଟୋ ଭାଇରାଲ୍, କ୍ଲିକ୍ କରି ଦେଖନ୍ତୁ