Type-2 diabetes କଣ ଆପଣ ଖାଉଛନ୍ତି କି ଅଧିକ ଅରୁଆ ଚାଉଳ, ସାବଧାନ ହେଇପାରେ ଟାଇପ-2 ମଧୁମେହ
Advertisement
Article Detail0/zeeodisha/odisha1233938

Type-2 diabetes କଣ ଆପଣ ଖାଉଛନ୍ତି କି ଅଧିକ ଅରୁଆ ଚାଉଳ, ସାବଧାନ ହେଇପାରେ ଟାଇପ-2 ମଧୁମେହ

ଭାରତରେ ନୁହେଁ, ଭାତ ସମଗ୍ର ବିଶ୍ବରେ ଅଧିକ ଖିଆଯାଏ,କିନ୍ତୁ ଟାଇପ-2 ମଧୁମେହ ରୋଗୀଙ୍କୁ ଏହାକୁ ନ ଖାଇବାକୁ ପରାମର୍ଶ ଦିଆଯାଏ। ଏହି ରୋଗ କଣ ଓ ଓଡ଼ିଶାରେ  ଉପରେ ତଥା ରିସର୍ଚ କଣ କହୁଛି ଏହା ଜାଣିବା ନିହାତି ଜରୁରୀ। 

 

Type-2 diabetes କଣ ଆପଣ ଖାଉଛନ୍ତି କି ଅଧିକ ଅରୁଆ ଚାଉଳ, ସାବଧାନ ହେଇପାରେ ଟାଇପ-2 ମଧୁମେହ

କେବଳ ଭାରତରେ ନୁହେଁ, ଭାତ ସମଗ୍ର ବିଶ୍ବରେ ଅଧିକ ଖିଆଯାଏ,କିନ୍ତୁ ଟାଇପ-2 ମଧୁମେହ ରୋଗୀଙ୍କୁ ଏହାକୁ ନ ଖାଇବାକୁ ପରାମର୍ଶ ଦିଆଯାଏ । ଏହାର କାରଣ ହେଉଛି ଅରୁଆ ଚାଉଳରେ କାର୍ବୋହାଇଡ୍ରେଟ୍ ଏବଂ ଷ୍ଟାର୍ଚ ପରିମାଣ ବହୁତ ଅଧିକ ଥାଏ । ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ଏଥିରେ ଥିବା ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ବିପଦର କାରଣ ହୋଇଥାଏ । ତେବେ ଏମିତିରେ ସେମାନଙ୍କ ପାଇଁ ଅରୁଆ ଭାତ ଖାଇବାର ବିକଳ୍ପ କଣ ରହିଛି ଆସନ୍ତୁ ଜାଣିବା ।

୧.ଅରୁଆ ଭାତରେ ମଧୁମେହ ରୋଗୀଙ୍କ ପାଇଁ ବିପଦ ରହିଛି । ଜନସଂଖ୍ୟା ସ୍ବାସ୍ଥ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ହାମିଲଟନ ସ୍ବାସ୍ଥ୍ୟ ବିଜ୍ଞାନ ଏବଂ କାନାଡାର ମ୍ୟାକମାଷ୍ଟର ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଅରୁଆ ଭାତ ଖାଇବା ଦ୍ବାରା ଟାଇପ-2 ମଧୁମେହ ହେବାର ଆଶଙ୍କା ଅଧିକ ଥାଏ । ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୋଇଥାଏ । ୧୦ ବର୍ଷ ମଧ୍ୟରେ ୨୧ଟି ଦେଶର ୧ ଲକ୍ଷ ୩୦ହଜାର ବୟସ୍କଙ୍କ ଉପରେ ଅନୁସନ୍ଧାନ କରାଯାଇଥିଲା ଯେଉଁଥିରେ ଜଣାପଡିଛି ଯେ ଅରୁଆ ଭାତ ରକ୍ତରେ ଶର୍କରା ସ୍ତରକୁ କିପରି ପ୍ରଭାବିତ କରେ । ଆପଣ ଯେତେ ଥର ଅରୁଆ ଭାତ ଖାଉଛନ୍ତି ଆପଣଙ୍କୁ ମଧୁମେହ ହେବାର ଆଶଙ୍କା ୧୧ ପ୍ରତିଶତ ବୃଦ୍ଧି ହୋଇଥାଏ । ତଥାପି ଏହି ସ୍ତରରେ କିଛି କମ୍ ଆଶଙ୍କା ମଧ୍ୟ କରାଯାଏ । ଉଲ୍ଲେଖନୀୟ ବିଷୟ ହେଉଛି କି ଭାରତ ବ୍ୟତୀତ ଚୀନ,ବ୍ରାଜିଲ,ଉତ୍ତର ଆମେରିକା,ଦକ୍ଷିଣ ଆମେରିକା,ୟୁରୋପ ଏବଂ ଆଫ୍ରିକା ସମେତ ଅନେକ ଦେଶର ଏପରି ରିସର୍ଚ୍ଚ କରାଯାଇଛି । 

୨.ଚାଉଳକୁ ପଲିସିଂ କରିବା ଦ୍ବାରା ଅନେକ କ୍ଷତି ହୋଇଥାଏ । ଏକ ଅଧ୍ୟୟନ ମାଧ୍ୟମରେ ଏହା ପ୍ରମାଣିତ ହୋଇଛି ଯେ ପ୍ରାକୃତିକ ଭାବେ ଚାଉଳ ଅପେକ୍ଷା ଧଳା ବା ପଲିସ ହୋଇଥିବା ଅରୁଆ ଚାଉଳ ଖାଇବା ଅଧିକ ବିପଦଜନକ । ଧଳା ଚାଉଳକୁ ପଲିସ୍ କରିବା ପ୍ରକ୍ରିୟାରେ ଅନେକ ପୁଷ୍ଟିକର ଖାଦ୍ୟ ବାହାରି ଯାଇଥାଏ ଏବଂ ଗ୍ଲାଇସେମିକ୍ ଇଣ୍ଡେକ୍ସ ବୃଦ୍ଧି ହୋଇଥାଏ । ଯାହା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । 

୩. ମଧୁମେହ ରୋଗୀଙ୍କ ପାଇଁ ବ୍ରାଉନ ରାଇସ୍ ବା ଉଷୁନା ଚାଉଳ ସବୁଠାରୁ ଉତ୍ତମ ଅଟେ । ପ୍ରସିଦ୍ଧ ଡାଏଟିସିଆନ୍ ଡକ୍ଟର ଆୟୁଷୀ ଯାଦବ ଜୀ ନ୍ୟୁଜ ସହ ଆଲୋଚନା କରିଥିଲେ ଆଉ ସେ କହିଥିଲେ କି ଟାଇପ-2 ମଧୁମେହ ରୋଗୀଙ୍କ ପାଇଁ ବ୍ରାଉନ ଚାଇସ ବା ଉଷୁନା ଚାଉଳ ଖାଇବା ଏକ ଉତ୍ତମ ବିକଳ୍ପ । ଅଧା କପ୍ ଉଷୁନା ଚାଉଳରେ ମାତ୍ର ୧୫ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ । ଏହା ବ୍ୟତୀତ ଉଷୁନା ଚାଉଳରେ ଫାଇବର,ପୋଷକ ତତ୍ତ୍ବ,ଭିଟାମିନ ଏବଂ ଜିଆଇ ସ୍କୋର ବହୁତ  ଭଲ ଥାଏ ।