Odisha Daily News Live: ଶ୍ରାବଣ ସୋମବାର, ଜଳ ଲାଗି କରୁଛନ୍ତି କାଉଡ଼ିଆ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2346904

Odisha Daily News Live: ଶ୍ରାବଣ ସୋମବାର, ଜଳ ଲାଗି କରୁଛନ୍ତି କାଉଡ଼ିଆ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଶ୍ରାବଣ ସୋମବାର, ଜଳ ଲାଗି କରୁଛନ୍ତି କାଉଡ଼ିଆ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

22 July 2024
19:03 PM

Odisha News Live Updates:  ୟୁଟ୍ୟୁବ୍ ଆପ୍ ଠପ୍: ସମସ୍ୟାରେ ୟୁଜର
କିଛି ଦିନ ପୂର୍ବରୁ ମାଇକ୍ରୋସଫ୍ଟର ସର୍ଭର ଡାଉନ୍ ହୋଇଯାଇଥିଲା। ଏହି କାରଣରୁ ଲକ୍ଷ ଲକ୍ଷ କମ୍ପ୍ୟୁଟର ଏବଂ ଲାପଟପ୍ କାମ ବନ୍ଦ କରିଦେଇଥିଲା। ମାଇକ୍ରୋସଫ୍ଟ ପରେ, ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ କାମ ବନ୍ଦ କରିଦେଇଛି। ଅନେକ ୟୁଜର ସମସ୍ୟାରେ ପଡ଼ିଛନ୍ତି। ସେମାନେ ୟୁଟ୍ୟୁବ୍ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି। ଏହି ସମସ୍ୟା ସେମାବାର ଅପରାହ୍ନ ସାଢ଼େ ଗୋଟାଏରୁ ଆରମ୍ଭ ହୋଇଛି। ୟୁଟ୍ୟୁବ୍ ବ୍ୟବହାର କରୁଥିବା ଅଧିକାଂଶ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଖବର ଅନୁଯାୟୀ, ୟୁଟ୍ୟୁବ୍ ଆପ୍ ଏବଂ ୱେବସାଇଟରେ ଭିଡିଓ ଦେଖିବାରେ ସମସ୍ୟା ଦେଖାଦେଇଛି। ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହେଉନାହିଁ। ୟୁଟ୍ୟୁବ୍ ସର୍ଭରର ଅଭିଯୋଗ ଆସିବାକୁ ଲାଗିଛି। ଅପରାହ୍ନ ୩ଟା ୧୫ ସୁଦ୍ଧା ଏହି ସମସ୍ୟା ଆହୁରି ବୃଦ୍ଧି ପାଇଛି।

 

17:05 PM

Odisha News Live Updates: ଅବସର ନେଲେ ପିଆର ଶ୍ରୀଜେଶ
ଭାରତୀୟ ହକି ଦଳର ଅଭିଜ୍ଞ ଗୋଲକିପର ତଥା ପୂର୍ବତନ ଅଧିନାୟକ ପି.ଆର ଶ୍ରୀଜେଶ ସୋମବାର ଅବସର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ତାଙ୍କର ଶେଷ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ହେବ। କ୍ୟାରିୟରରେ PR ଶ୍ରୀଜେଶ ତିନୋଟି ଅଲିମ୍ପିକ୍ସ, ଅନେକ କମନୱେଲଥ ଗେମ୍ସ, ବିଶ୍ୱକପ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ସହିତ ୩୨୮ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ଭାରତୀୟ ଦଳ ପାଇଁ ଦୃଢ ପ୍ରଦର୍ଶନ କରିଥିଲେ। ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପରେ ସେ ଅନ୍ତର୍ଜାତୀୟ ହକିରୁ ଅବସର ନେବେ ବୋଲି ଶ୍ରୀଜେଶ କହିଛନ୍ତି। ୨୦୦୬ ଦକ୍ଷିଣ ଏସିଆ ଗେମ୍ସରେ ଶ୍ରୀଜେଶ ଭାରତ ପାଇଁ ଆନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ।

17:03 PM

Odisha News Live Updates: ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଶିକୁଳିପଦର ପଞ୍ଚାୟତ କଳାମେରୀ ଗାଁରେ। ଗାଁରେ ମନମନ୍ ବିଷୋୟୀ ଓ ସ୍ତ୍ରୀ ସ୍ୱପ୍ନା ବିଷୋୟୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ହୋଇଥିବା ଦେଖି ବାପା ମା ସ୍ୱପ୍ନାଙ୍କୁ ନିଜ ଘରେ ଆଣି ରଖିଥିଲେ। ଝିଅ ମା ଘରେ ରହିଥିବା ହେତୁ ଅଚାନକ ଘରେ ପଶି ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ବାଇଁ ମନମନ୍ ବିଷୋୟୀ।ଶାଶୁ ଅନାହଳ ବଣସିଂଙ୍କ ପିଠି ମୁଣ୍ଡ ଓ ବେକ ରେ ଟାଙ୍ଗିଆ ରେ ଆକ୍ରମଣ କରିଥିଲା। ସଙ୍ଗେ ସଙ୍ଗେ ଘରେ ଥିବା କିଛି ସମ୍ପର୍କୀୟ ଆକ୍ରମଣ କରିଥିବା ଦେଖି ପାଟି କରିଥିଲେ ପରେ ସେଠାରୁ ସେ ଜ୍ବାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମୋହନା ମେଡ଼ିକାଲ୍ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।

 

14:02 PM

NEET: ନିଟ୍ ପ୍ରସଙ୍ଗ ନେଇ ସଂଦସରେ ହଙ୍ଗାମା । ମୁହାଁମୁହିଁ ରାହୁଲ ଗାନ୍ଧୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଲୋକସଭାରେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। କାହିଁକି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇନାହାଁନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ରାହୁଲ। ରାହୁଲ କହିଥିଲେ, ସାରା ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ତୃଟି ରହିଛି। କିନ୍ତୁ ଶିକ୍ଷାମନ୍ତ୍ରୀ ତାଙ୍କୁ ଛାଡି ସମସ୍ତଙ୍କୁ ଦୋଷ ଦେଉଛନ୍ତି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାରେ ଅଛନ୍ତି। ଏବଂ ସେମାନେ ଏକମତ ହୋଇଛନ୍ତି ଯେ, ପରୀକ୍ଷା ବ୍ୟବସ୍ଥାରେ ତୃଟି ରହିଛି। ଯଦି ତୁମେ ଧନୀ ତେବେ ପରୀକ୍ଷା ବ୍ୟବସ୍ଥାକୁ ତୁମେ କିଣିପାରିବ। 

12:53 PM

Assembly Session: ଆରମ୍ଭ ହେଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେଇଛି । ତେବେ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଆଜି ଗୃହ ଆରମ୍ଭ ହେବା ପରେ ପରେ ଗୃହରେ ବିଧାୟକମାନଙ୍କ ଜୟ ଶ୍ରୀରାମ ଏବଂ ଜୟ ଜଗନ୍ନାଥ ନାରା ଶୁଣିବାକୁ ମିଳିଥିଲା । ହେଲେ ଏହାପରେ ପରେ ଓଡିଆ ଅସ୍ମିତା କଥା ଉଠାଇ ପ୍ରତିବାଦ କରିଥିଲେ ବିଜେଡି ଓ କଂଗ୍ରେସ ବିଧାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଆସନରେ ଛିଡା ହେଇ ପ୍ରତିବାଦ କରିଥିଲେ। ତା ସହିତ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ। ଶେଷରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ସମୟରେ ବିରୋଧୀ କକ୍ଷତ୍ୟାଗ କରିଥିଲେ । 

12:46 PM

Odisha News Live Updates: ପୋଖରୀରେ ବୁଡ଼ି ଵୃଦ୍ଧାଙ୍କ ମୃତ
ନୂଆପଡା ଜିଲା ଧରମବନ୍ଧା ଥାନା କେନ୍ଦୁବାହାର ପଞ୍ଚାୟତର ସାନବାହାଳିର ଜଣେ ଵୃଦ୍ଧା ମହିଳା ସୋମବାର ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଯାଇଛି କରିଛନ୍ତି। ମୃତ ଵୃଦ୍ଧା ମହିଳା ହେଲେ ସାନବାହାଲି ଗାଁ ଭାଗବତୀ ମାଝୀ (୮୦) | ଵୃଦ୍ଧା ମହିଳା ଜଣକ ସକାଳେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରକୁ ଚାଲି ଯାଇ ବାହାରି ପାରିନଥିଲେ ।

12:44 PM

Budget Updates: ଅଖିଳେଶ ଯାଦବଙ୍କ ପ୍ରଶ୍ନ
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ ଧର୍ମେନ୍ଦ୍ର ଯଦି ମନ୍ତ୍ରୀ ରହିବେ ତେବେ ପିଲାଙ୍କୁ ନ୍ୟାୟ ମିଳିବ ନାହିଁ। 

12:41 PM

Budget Updates: ଜବାବ ଦେଲେ ଶିକ୍ଷା ମନ୍ତ୍ରୀ
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନକାଳରେ କେନ୍ଦ୍ରୀୟ ପରୀକ୍ଷା ଏଜେନ୍ସି ଏନଟିଏର ସୃଷ୍ଟିକୁ ପ୍ରଶଂସା କରିଛନ୍ତି। ଶିକ୍ଷା ସୁଧାର କ୍ଷେତ୍ରରେ ଏନଡିଏ ସରକାର ଅନେକ ସଂସ୍କାର ମୁଳକ ପଦକ୍ଷେପ ନେଇଛନ୍ତି। ଏବେ ଏନଟିଏ ୨୪୦ରୁ ଅଧିକ ପରୀକ୍ଷା କରିଛି। ଯେଉଁଥିରେ ୫ କୋଟିରୁ ପରୀକ୍ଷାର୍ଥୀ ପରୀକ୍ଷା ଦେବାପାଇଁ ଆବେଦନ କରିଥିବା ବେଳେ ସାଢେ ୪କୋଟିରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। କୌଣସି ସ୍ଥାନରେ ପେପର ଲିକ କଥା ଗତ ୭ ବର୍ଷ ମଧ୍ୟରେ ଆସିନାହିଁ। ଗୋଟିଏ ସ୍ଥାନରେ ବିହାରର ପାଟଣାଠାରେ ଯେଉଁ ଅଭିଯୋଗ ଆସିଛି ତାହା ଉପରେ ସିବିଆଇ ତଦନ୍ତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏବେ ସୁପ୍ରିମକୋର୍ଟରେ ଶୁଣାଣୀ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

12:40 PM

Budget Updates: ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ
ନିଟ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଲେ ଭାରତୀୟ ପରୀକ୍ଷା ବ୍ୟବସ୍ଥା ଏକ ଧୋକାରେ ପରିଣତ ହୋଇଛି। ଏଥିରେଲକ୍ଷାଧିକ ସଂଖ୍ୟରେ ଛାତ୍ର ପ୍ରଭାବିତ ହୋଇଛି। ସେମାନେ ଭାବୁଛନ୍ତି ଟଙ୍କା ଦ୍ୱାରା ପରୀକ୍ଷା କିଣାଯାଇପାରିବ। 

12:39 PM

Budget Updates: ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ
ନିଟ ପେପର ଲିକକୁ ନେଇ ପ୍ରଶ୍ନକାଳରେ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ। ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ସାଂସଦ ଭି ମାଣିକରାମ ପାୱର। 

12:15 PM

Odisha News: ଜଗତସିଂହପୁର ଜିଲ୍ଲାର କମ୍ୟୁନିଟି ରେଡ଼ିଓ ସେଣ୍ଟର ରେଡ଼ିଓ ଆଉଟରିଚ 90.8 ଏଫଏମର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଜଗତସିଂହପୁର ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ରେଡ଼ିଓ ଆଉଟରିଚର ପ୍ରତିଷ୍ଠାତା ସୁବ୍ରତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୌମ୍ୟ ରଂଜନ ପଟ୍ଟନାୟକ ,ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ରେଡ଼ିଓ ନମସ୍କାରର ପ୍ରତିଷ୍ଠାତା ଅନସାରି ଯୋଗ ଦେଇ କମ୍ୟୁନିଟି ରେଡ଼ିଓର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

11:53 AM

PM Modi News: ନୂତନ ସରକାର ଗଠନ ପରେ ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଭାଷଣ ରଖିଛନ୍ତି। ଆଜି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗଣମାଧ୍ୟମ ସମ୍ମୁଖକୁ ଆସି ପ୍ରଧାନମନ୍ତ୍ରୀ କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳକୁ ଟାର୍ଗେଟ୍ ଛନ୍ତି। ପ୍ରଧାନମନ୍ତ୍ରୀ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହା ପ୍ରଥମ ଅଧିବେଶନ, ସରକାରଙ୍କ ସ୍ୱରକୁ ଦମନ କରିବା ପାଇଁ ଏକ ଅଗଣତାନ୍ତ୍ରିକ ପ୍ରୟାସ କରାଯାଇଥିଲା ଯେଉଁଥିରେ ୧୪୦ କୋଟି ଦେଶବାସୀ ବହୁମତ ସହ ସେବା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି ଯେ, ବିରୋଧୀ ତାଙ୍କ ସ୍ୱର ବନ୍ଦ କରିବାକୁ, ସ୍ୱରକୁ ଦମନ କରିବାକୁ ବହୁ ଚେଷ୍ଟା କରିଛନ୍ତି।

11:16 AM

ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ଶ୍ରୀକ୍ଷେତ୍ରର ଲୋକନାଥଙ୍କ ପିଠିରେ ଲାଗିଲାଣି ଶହଶହ କାଉଡିଆ ଭକ୍ତଙ୍କ  ଗହଳି ଚହଳି। କିଏ କଟକ ଗଡଗଡିଆ ଘାଟରୁ ତ ଆଉ କିଏ ଭାର୍ଗବୀ ନଦୀରୁ ପାଣି ଉଠାଇ ମହାପ୍ରଭୁ ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି।   ଶ୍ରାବଣମାସର ପ୍ରଥମ ସୋମବାରରେ ଲୋକନାଥଙ୍କ  ନିକଟରେ ଜଳଲାଗି କରି ଆତ୍ମବିଭୋର ହୋଇପଡିଛନ୍ତି ଭକ୍ତ। କାଉଡିଆ ଭକ୍ତଙ୍କ ଆଗମନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି। ତେବେ ଶ୍ରାବଣମାସର ପ୍ରଥମ ସୋମବାରରେ ମହିଳା କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ଅତି ନିଷ୍ଠା ଓ ସମର୍ପଣ ଭାବ ନେଇ ତୁହାକୁ ତୁହା ବର୍ଷା ସତ୍ତ୍ୱେ ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି।

10:37 AM

Gold Rate: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୭୭୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୮୫ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୩୯ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୭୭୯ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୩୯୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୫୪୭ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୬,୮୩୪ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୪୫୬ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୯୮ ଟଙ୍କା ରହିଛି। ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୬,୭୯୪ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୭,୪୧ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୫,୫୫୯ ଟଙ୍କା ରହିଛି।

10:08 AM

ଆଜିଠାରୁ ଆରମ୍ଭ ହେଉଛି ସଂସଦର ଅଧିବେଶନ। ମୌସୁମୀ ଅଧିବେଶନରେ ବଜେଟ୍‍ ଉପସ୍ଥାପନ ସହ ଅନ୍ୟ କାର୍ଯ୍ୟକମ ମଧ୍ୟ ରହିଛି। ଆଜି ପ୍ରଥମ ଦିନରେ ସଂସଦରେ ଉପସ୍ଥାପନ ହେବ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ। ଦେଶର ଅର୍ଥନୀତିକ ବ୍ୟବସ୍ଥା ଉପରେ ଏହାର ଯଥେଷ୍ଟ ପ୍ରଭାବ ରହିଥାଏ। ଗୃହ ଆରମ୍ଭରୁ ପ୍ରଥମରେ ଆସାନସୋଲ ଲୋକସଭା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ସାଂସଦ ଶତ୍ରୁଘ୍ନ ପ୍ରସାଦ ସିହ୍ନାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବ।

09:53 AM

Weather Report: ରାଜ୍ୟରେ ଆଉ ଦୁଇଦିନ ବର୍ଷା ଲାଗି ରହିବ। ଲଗାତାର ଲଘୁଚାପ ଯୋଗୁ ସକ୍ରିୟ ମୌସୁମୀ ବାୟୁ ପ୍ରଭାବରେ ଅନୁଗୁଳ, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁରଓ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କିନ୍ତୁ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି।

09:22 AM

Petrol-Disele Price: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୦.୯୨ ରହିଛି । ସେହିପରି ଡିଜେଲ (୧ ଲିଟର) ୯୨.୫୦ ରହିଛି। ଯାହା ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଗତକିଛି ଦିନ ହେବ ରାଜ୍ୟରେ ତୈଳ ଦରର ବୃଦ୍ଧି ଗ୍ରାହକଙ୍କୁ ଟେନସନରେ ପକାଇଛି। ପେଟ୍ରୋଲ-ଡିଜେଲ ଦର କମାଇବା ପାଇଁ ଦିର୍ଘ ଦିନ ହେବ ଦାବି ହୋଇଥିଲେ ମଧ୍ୟ ସରକାର ଏପ୍ରତି ଧ୍ୟାନ ହେଉ ନାହାଁନ୍ତି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ (୧ ଲିଟର) ୯୪.୨୭ ରହିଛି। ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

08:57 AM

Sawan Somwar: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଶିବ ଭକ୍ତମାନେ ଆଜି ମହାଦେବଙ୍କ ଉପରେ ଜଳ ଲାଗି କରିବେ। ତେଣୁ ରାତି ନପାହୁଣୁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି।  କାଉଡ଼ିଆଙ୍କ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ(Police Commissionerate)। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା, କ୍ରାଉଡ଼(Crowd) ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଲିଙ୍ଗରାଜ ମନ୍ଦିର(Lingaraj Temple) ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ।

08:52 AM

Odisha Assembly: ବିଧାନସଭାରେ ଆଜି ଉପ ବାଚସ୍ପତିଙ୍କ ନିର୍ବାଚନ ରହିଛି। ଆଲୋଚନା ସମୟରେ ରାଜ୍ୟ ସରକାରଙ୍କୁ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ କ୍ରମେ ବିଜେଡି ଓ କଂଗ୍ରେସ ଘେରିବେ। ମୁଖ୍ୟତଃ ବିଭିନ୍ନ ଯୋଜନାର ନାମ ପରିବର୍ତ୍ତନ, ରଙ୍ଗ ଓ ଲୋଗୋ ପରିବର୍ତ୍ତନ ପ୍ରସଙ୍‍ଗ ହୋଇପାରେ। ଏଥିଲାଗି କଂଗ୍ରସ ଓ ବିଜେଡି ପ୍ରସ୍ତୁତ ରହିଛନ୍ତି।

08:42 AM

Assembly Session: ଆଜି ବିଧାନସଭାର ପ୍ରଥମ ଅଧିବେଶନ। ଆଜିଠୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ବିଧାନସଭାର ପ୍ରଥମ ଅଧିବେଶନ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ। ଆଜିଠାରୁ ୩୦ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟ ଏବଂ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୧୩ ଯାଏ ଏହି ଅଧିବେଶନ ଚାଲିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଅଭିଭାଷଣ, ବଜେଟ ଉପସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ରହିଛି। ଏହାସହ ସରକାର କିଛି ନୂଆ ବିଧେୟକ ଆଣି ନୂଆ ନୀତି ବା ସଂଶୋଧନ ଘୋଷଣା କରିପାରନ୍ତି।

08:05 AM

Sawan Somwar: ଆଜିଠାରୁ ଶ୍ରାବଣ ସୋମବାର ବ୍ରତ ଆରମ୍ଭ ହେଉଛି। ହିନ୍ଦୁ ଉପାସକଙ୍କ ପାଇଁ ଏହି ମାସର ସୋମବାରଗୁଡ଼ିକ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ସୋମବାର ଦିନ ଭଗବାନ ଶିବଙ୍କୁ ଜଳାଭିଶେକ କରାଯାଏ। ପବିତ୍ର ନଦୀ ଓ ପୁଷ୍କରିଣୀରୁ ଜଳ ନେଇ ଶିବ ମନ୍ଦିରରେ ଲାଗି କରିବାର ପରମ୍ପରା ରହିଛି। ଏଥିଲାଗି କାଉଡ଼ିଆ ଯାତ୍ରା ଅନୁଷ୍ଠିତ ହୁଏ।