Odisha Daily News Live: ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ!, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2359429

Odisha Daily News Live: ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ!, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 Odisha Daily News Live: ଖୁବଶୀଘ୍ର ହେବ ଆଳୁ ସମସ୍ୟାର ସମାଧାନ!, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

 

30 July 2024
22:50 PM

Odisha Daily News Live: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସପକ୍ଷରେ ଇଣ୍ଡି ମେଣ୍ଟ ହୋଇଛି । ଦିନକୁ ଦିନ କେଜରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଆଜି ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

21:56 PM

Odisha Daily News Live: ଅନ୍ତର୍ଜାତୀୟ ବାଘ ଦିବସରେ ଖୁସି ଖବର । ନନ୍ଦନକାନନରେ ଜନ୍ମ ନେଇଛି ଗୋଟିଏ ବାଘ ଛୁଆ । ଧଳା ବାଘୁଣୀ ମୌସୁମୀ ଔରସରୁ ଛୁଆ ଜନ୍ମ ନେଇଥିବା ସୂଚନା ମିଳିଛି । ଉଭୟ ମାଆ ଓ ଛୁଆ ସୁସ୍ଥ ଅଛନ୍ତି । ସିସିଟିଭି ଫୁଟେଜ୍ ମାଧ୍ୟମରେ ଉଭୟ ମାଆ ଏବଂ  ଛୁଆ ଉପରେ ନଜର ରଖାଯାଇଛି ।

21:44 PM

Odisha Daily News Live: ଭାରତୀୟ ସୁଟର ମନୁ ଭାକର ଆଜି ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି। ଭାରତ ପାଇଁ ଦ୍ୱିତୀୟ ପଦକ ହାସଲ କରି ଦେଶବାସୀଙ୍କୁ ଖୁସି କରିଛନ୍ତି । ୧୦ ମିଟର ଏୟାର ପିସ୍ତଲ ସୁଟିଂର ମିକ୍ସଡ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମନୁ । ତାଙ୍କ ସହ ଥିଲେ ପାର୍ଟନର ସରବଜୋତ୍ ସିଂହ । କୋରିଆ ସୁଟରଙ୍କୁ ପରାସ୍ତ କରି ମନୁ-ସରବଜୋତ୍ ଯୋଡ଼ି ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବା ପରେ ମନୁ ଭାକରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶବାସୀ ।

20:40 PM

Odisha News Live Updates: ପୁଣି ମାଇକ୍ରୋସଫ୍ଟରେ ସମସ୍ୟା, ଅଫିସ ଓ କ୍ଲାଉଡ୍ ସର୍ଭିସରେ ତ୍ରୁଟି
ମାଇକ୍ରୋସଫ୍ଟର ଅଫିସ ଓ କ୍ଲାଉଡ୍ ସେବାରେ ପୁଣି ଥରେ  ତ୍ରୁଟି ଦେଖାଦେଇଛି । ଏହା ଫଳରେ ସାରା ବିଶ୍ବର ଲକ୍ଷ ଲକ୍ଷ ୟୁଜର୍ସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମାଇକ୍ରୋସଫ୍ଟର ଆଜ୍ୟୋର ଓ ୩୬୫ ସେବାରେ ତ୍ରୁଟି ଦେଖାଦେଇଛି । ଏ ନେଇ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଏହି ତ୍ରୁଟି ସଂପର୍କରେ ତଦନ୍ତ କରାଯାଉଛି ଓ ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ । ତେବେ କମ୍ପାନି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ସମସ୍ୟା ଏବେ କେବଳ ୟୁରୋପରେ ଦେଖାଦେଇଛି । ବିଶ୍ବର ଅନ୍ୟ ସ୍ଥାନରେ ଏହି ସେବା ସ୍ବାଭାବିକ ରହିଛି । ଇଣ୍ଟରନେଟ ସମସ୍ୟା ଉପରେ ନଜର ରଖିଥିବା ଓ୍ବେବସାଇଟ ଡାଉନଡିଟେକ୍ଟର ଅନୁସାରେ ଅନେକ ୟୁଜର ଆଉଟଲୁକ କନେକ୍ସନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

 

19:28 PM

Odisha News Live Updates: ପଟିଆ ନିକଟରେ ବଡ଼ ଅଘଟଣ: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କାର
ସ୍ଥାନୀୟ ପଟିଆ ନିକଟ କୋୟଲ କ୍ୟାମ୍ପସ ପାଖରେ ଦେଖିବାକୁ ମିିଳିଛି ଅଭାବନୀୟ ଘଟଣା। ଏକ ଚଳନ୍ତା କାର ରାସ୍ତାଉପରେ ହୁତୁହୁତୁ ହୋଇ ଜଳିଯାଇଛି। କାରରେ ଥିବା ସମସ୍ତ ଲୋକ ସୁରକ୍ଷିତ ରହିଛନ୍ତି। ସ୍ଥାନୀୟ ଲୋକେ କାରଟି ହଠାତ ଜଳୁଥିବାର ଦେଖି କାର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ କାରଟିକୁ ଲିଭାଇବାକୁ ଚେଷ୍ଟା କରିଥିଲେ। ଏହାର କିଛି ସମୟ ମଧ୍ୟରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ।

19:27 PM

Odisha News LIve Updates: ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ସମ୍ବଲପୁର ଜିଲ୍ଲାର ସରଲା ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୨୬ ସମୟରେ ମାଲବାହୀ ଟ୍ରେନ୍ ର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି। ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି।

 

19:26 PM

Odisha News Live Updates: ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ: ଜନସାଧାରଣ ଭୟଭୀତ
ପୁରୀ ଜିଲ୍ଲା ନିମାପଡ଼ାସ୍ଥିତ ଏକ ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ହୋଇଛନ୍ତି। ସେମାନେ ଦମକଳବାହିନୀଙ୍କୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସ୍ଥାନୀୟ ଇଣ୍ଡିଆନ ଅଏଲର ଏକ ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟା ୬ଟାରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡ ନେଇ ସୂଚନା ମିଳିବା ପରେ ଅଗ୍ନିଶମ ସେବା ବିଭାଗର ୨ଟି ଗାଡ଼ି ପହଞ୍ଚି ଥିଲା। ଦମକଳ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କମ୍ପାନିର ବୈଷୟିକ ଦଳ ଖୁବଶୀଘ୍ର ଘଟଣାସ୍ଥଳକୁ ପହଞ୍ଚୁଥିବା ନେଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ପକ୍ଷରୁ ପ୍ରକାଶ।

 

13:40 PM

ଟ୍ରେନ୍‌ ଟ୍ରାଜେଡି: ୨ ମୃତକ ରାଉରକେଲାର
ହାୱଡ଼ା-ମୁମ୍ବାଇ ମେଲ୍‌ ଦୁର୍ଘଟଣାରେ ୨ ମୃତକ ରାଉରକେଲାର । ଦୁଇ ଜଣଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା । ଜଣେ ମାଲଗୋଦାମ ଅଞ୍ଚଳର ଓ ଅନ୍ୟ ଜଣେ ରେଲୱେ କଲୋନୀର । 

13:33 PM

Paris Olympics: ଆଜି ଚତୁର୍ଥ ଦିନ ପାଇଁ ଭାରତ ପ୍ୟାରିସ ଅଲିମ୍ପିକ୍ସ -୨୦୨୪ ରେ ଭଲ ପ୍ରଦର୍ଶନ କରୁଛି। ଭାରତୀୟ କ୍ରୀଡ଼ାବିତମାନେ ଆଜି ଅନେକ କ୍ରୀଡା ଇଭେଣ୍ଟରେ ସେମାନଙ୍କର ଚ୍ୟାଲେଞ୍ଜ ଉପସ୍ଥାପନ କରିବେ। ଭାରତ ପାଇଁ ଏପର୍ଯ୍ୟନ୍ତ ଏକମାତ୍ର ପଦକ ଜିତିଥିବା ମନୁ ଭକରଙ୍କୁ ଆଉ ଏକ ପଦକ ଜିତି ରେକର୍ଡ ସୃଷ୍ଟି କରିବାର ସୁଯୋଗ ମିଳିବ। ଆଜି ଭାରତୀୟ ଆଥଲେଟ୍ ମାନେ ବ୍ୟାଡମିଣ୍ଟନ୍, ହକି, ତୀରନ୍ଦାଜ, ଶୁଟିଂ ଏବଂ ବକ୍ସିଂ ଭଳି କ୍ରୀଡା ଇଭେଣ୍ଟରେ ନିଜର ଶକ୍ତି ପ୍ରଦର୍ଶନ କରିବେ।

11:26 AM

Odisha News: ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ। କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସସ୍‌ପେଣ୍ଡ।ଗତ ୨୭ ତାରିଖ ରାତିର ଘଟଣା ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି।ରାଜେଶ ପଣ୍ଡିତଙ୍କ ସସ୍‌ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି।

11:10 AM

Odisha News: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।ସମସ୍ତଙ୍କୁ ଚକମା ଦେଇ ଅମାପ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର। ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା।

10:23 AM

Gold Rate: ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୩,୪୧୦ ଟଙ୍କା ରହିଛି ଯାହା ଗତ କାଲି ଅପେକ୍ଷା ୧୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୯,୧୭୦ ।
ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ଗ୍ରାମ ପିଛା ୬,୩୪୧ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬,୯୧୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୧୮୯ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୬,୩୪୧  ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬,୯୧୭ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୫,୧୮୯ ଟଙ୍କା ରହିଥିବା ଦେଖିବାକୁ ମିଳିଛି

10:06 AM

News: ପାକିସ୍ତାନରେ ଜମି ବିବାଦକୁ କେନ୍ଦ୍ର କରି ୪୩ ଜଣ ପ୍ରାଣ ହରାଇଛନ୍ତି। ପାକିସ୍ତାନ(Pakistan)ର ଖାଇବର ପଖ୍ତୁନଖୱାର କୁରମ ଜିଲ୍ଲାରେ ଜମି ବିବାଦରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି କୁରାମର ପାରା ଚିନାର୍ ର ଉପାନ୍ତ ଅଞ୍ଚଳ ବୁସେହରାରେ।  ସୋମବାର ସକାଳେ ଏଠାରେ ହୋଇଥିବା ସଂଘର୍ଷରେ ଅତି କମରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

09:45 AM

Himachal Weather: ହିମାଚଳ ପ୍ରଦେଶର କୁଲୁର ମଣିକର୍ଣ୍ଣିକା ଉପତ୍ୟକାରେ ବାଦଲ ଫଟା ବର୍ଷା ଘଟିଛି। ଆସନ୍ତାକାଲି ଏବଂ ପରଦିନ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ପାଞ୍ଚଟି ଜିଲ୍ଲାରେ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି। ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ହିମାଚଳରେ ୧୧୭ ରାସ୍ତା ଏବଂ ୨୧୫ ପାୱାର ଟ୍ରାନ୍ସଫର୍ମର ଠପ୍ ପଡ଼ିଯାଇଛି।

09:33 AM

Chakradharpur derailment helpline number at Sambalpur-06632400360 (BSNL)

08:49 AM

Srimandir: ବାହୁଡା ଯାତ୍ରା ଦିନ ମା ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ଯକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।  ଆଗାମୀ 7 ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିଲେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଏଥି ସହ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ଯ ପାଉଣା ସ୍ଥଗିତ ରଖିବାକୁ ମଧ୍ଯ ଦଇତା ନିଯୋଗ ସମ୍ପାଦକଙ୍କୁ ଜଣାଇଦିଆଯାଇଛି। ସୂଚନାଯୋଗ୍ଯ ଯେ, ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ ହୋଇଥିଲା। ପରେ ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡିଥିଲା।

08:44 AM

Train Accident: ମୁମ୍ବାଇରୁ ହାଓ୍ୱଡ଼ା  ଯାଉଥିବା ୧୨୮୧୦ ଝାଡ଼ଖଣ୍ଡର ଚକ୍ରଧରପୁର ନିକଟସ୍ଥ ରାଜଖରସ୍ଆଁଠାରେ ଲାଇନ୍‍ ଚ୍ୟୁତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଲୋକ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ସକାଳ ୩ଟା ୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି। ଘଟଣାରେ ୧୮ଟି ଡିବା ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳକୁ ମେଡିକାଲ୍‍ ଟିମ୍‍ ସହ ଉଦ୍ଧାରକାରୀ ଦଳ ପଠାଯାଇଥିବାବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ଗାଡ଼ି ଯେଉଥିବା ରାସ୍ତାରେ ଏକ ମାଲଗାଡ଼ି ପୂର୍ବରୁ ଅଟକି ରହିଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପ୍ରାଥମିକ ସୂଚନା ମିଳିଛି।

08:37 AM

Kerala Landslide News:  ଜୁଲାଇ ୩୦ ମଙ୍ଗଳବାର ଦିନ ସକାଳେ କେରଳର ୱାୟାନାଡ ଜିଲ୍ଲାର ମେପ୍ପାଡି ନିକଟ ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଯୋଗୁ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଶହ ଶହ ଲୋକ ଫଶି ରହିଥିବା ସୂଚନା ମିଳିଛି।

08:26 AM

Rahul Gandhi: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍‍-୨୦୨୪ରେ ନିଜ ମତ ରଖିବେ। ମଧ୍ୟାହ୍ନ ୧୨ଟାରେ ସେ ନିଜର ମନ୍ତବ୍ୟ ରଖିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ୱାରା ଆଜି ବଜେଟ୍‍ ଭାଷଣରେ ସରକାରଙ୍କ ଅନେକ ରାଜନୀତିକ ଏବଂ ରଣନୀତିକ କୌଶଳ ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି। ଏହାବାଦ ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯେଉଁଭଳି ଭାବେ ଧାର୍ମିକ ଭାବନାକୁ ନେଇ ସରକାରଙ୍କ ସମାଲୋଚନା କରିଥିଲେ ତାହାର ଜବାବ ରଖିବେ ବୋଲି ଆଶା କରାଯାଇଛି।
ପ୍ରଶ୍ନୋତ୍ତର କାଳ ପରେ ପରେ ଆଜି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିବେ। 

08:17 AM

Odisha News: ପୋଲାଭରମ ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(Mohan Majhi)ଙ୍କ ପ୍ରତିକ୍ରିୟା । କହିଲେ, ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ମୁଖ୍ୟ ଶାସନ ସଚିବ ଏହି ଆଲୋଚନାରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆଉଥରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଓ ଅଧିକାରୀ ସ୍ତରୀୟ ବୈଠକ ହେବ। ଖୁବଶୀଘ୍ର ଏହି ବିବାଦର ସମାଧାନ ହେବ। ପ୍ରାଥମିକ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।