Odisha Daily News Live: ବିଜେପିର ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2356451

Odisha Daily News Live: ବିଜେପିର ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ବିଜେପିର ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

28 July 2024
17:05 PM

Paris Olympics: ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସୁଟର ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପିଏମ ମୋଦୀ ଏହାକୁ ଏକ ଅବିଶ୍ୱସନୀୟ ସଫଳତା ବୋଲି କହିଛନ୍ତି। ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, "ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିବାରୁ ମନୁ ଭକରଙ୍କୁ ଅଭିନନ୍ଦନ। ବ୍ରୋଞ୍ଜ ପଦକ ପାଇଁ ଅଭିନନ୍ଦନ। ଏହି ସଫଳତା ଅଧିକ ସ୍ୱତନ୍ତ୍ର କାରଣ ସେ ପ୍ରଥମ ମହିଳା ହୋଇ ଭାରତ ପାଇଁ ସୁଟିଂରେ ପଦକ ଜିତିଛନ୍ତି। ଏକ ଅବିଶ୍ୱସନୀୟ ସଫଳତା। ”

 

17:03 PM

India won the first medal: ରବିବାର ଦିନ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ରେ ଭାରତ ପ୍ରଥମ ପଦକ ଜିତିଛି। ଭାରତର ତାରକା ସୁଟର ମନୁ ଭାକର ମହିଳା ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। 

13:45 PM

Man ki Baat: ୨୮ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମନ କି ବାତକୁ ସମ୍ବୋଧିତ କରିଛନ୍ତି। ୧୧୨ ତମ ଥର ପାଇଁ ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଏହା ହେଉଛି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କାର୍ଯ୍ୟକ୍ରମ। ପିଏମ ମୋଦୀ କହିଛନ୍ତି ଯେ ବର୍ତ୍ତମାନ ପ୍ୟାରିସ ଅଲିମ୍ପିକ୍ସ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଲିମ୍ପିକ୍ସ ଆମ ଖେଳାଳୀମାନଙ୍କୁ ବିଶ୍ୱ ସ୍ତରରେ ତ୍ରିରଙ୍ଗା ଉଠାଇବା ଏବଂ ଦେଶ ପାଇଁ କିଛି କରିବାର ସୁଯୋଗ ମିଳିଛି। ଆପଣମାନେ ଖେଳାଳୀଙ୍କୁ ଉତ୍ସାହିତ କରିବା ଉଚିତ୍। 

12:41 PM

Hirakud Dam to release first flood water of 2024 : ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । ଆଜି (ରବିବାର) ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି ।ଆଜି ସକାଳ ୯.୩୦ ରେ ୭ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପର୍ଯ୍ୟାୟକ୍ରମେ ଆଉ ମୋଟ ୨୦ ଟି ଗେଟ୍ ଖୋଲାଯିବ।

12:24 PM

Union Minister Odisha Visit: ଦୁଇଦିନିଆ ଓଡିଶା ଗସ୍ତରେ କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ଆଜି ଅନୁଗୁଳ ସ୍ଥିତ ନାଲକୋ ପରିଦର୍ଶନ କରିଛନ୍ତି । ନାଲକୋ ଅତିଥି ଭାବନରେ CISF ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଏହାପରେ ମନ୍ତ୍ରୀ ସ୍ମେଲ୍ଟର ପ୍ଲାଣ୍ଟ ସହ ସିପିପି ପରିଦର୍ଶନ କରିଥିଲେ। ପ୍ଲାଣ୍ଟରେ କାର୍ଯ୍ୟ ସଠିକ ଢ଼ଙ୍ଗରେ ଚାଲୁଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ନାଲକୋର ସମ୍ପ୍ରସାରଣ ନେଇ ସୂଚନା ଦେଇଥିଲେ ।

12:08 PM

Hirakud Gate Open: ଖୋଲିଲା ହୀରାକୁଦର ଗେଟ୍ । ହୀରାକୁଦର ୭ଟି ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି । ପର୍ୟ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି । ସକାଳ ୯ଟା ୩୦ ମିନିଟରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ୟ୍ୟାୟରେ ୭ଟି ଗେଟ ଖୋଲାଯାଇଛି । ମଧ୍ୟାହ୍ନ ୧୨ଟା ୩୦ରେ ୬ଟି ଗେଟ ଖୋଲାଯିବ ।

11:58 AM

BSF Jawan: ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ପ୍ରାୟ ୨୦୦୦ ବିଏସଏଫ୍ ଯବାନଙ୍କୁ ଜମ୍ମୁ କାଶ୍ମୀର ଅଞ୍ଚଳରେ ମୁତୟନ କରାଯିବ। ଭାରତ ପାକ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ସେନା ବାହିନୀ ନିଷ୍ପତ୍ତି ନେଇଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଅନୁପ୍ରବେଶ ଏବଂ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣକୁ ଆଖିଆଗରେ ରଖି ସମ୍ଭବତଃ ଏଭଳି ରଣନୀତି ଗ୍ରହଣ କରାଯାଇଛି। ପ୍ରାରମ୍ଭିକ ଭାବେ ଜମ୍ମୁରେ ରିଆସି, କାଠୁଆ, କିଷ୍ଟୱାର ଅଞ୍ଚଳରେ ଅତିରିକ୍ତ ଯବାନ ମୁତୟନ ହେବେ।

11:41 AM

State news: ମହିଳା ଇନ୍ସପେକ୍ଟରଙ୍କ କ୍ୱାର୍ଟର୍ସରେ ଉତ୍ପାତ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ। ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ମାରପିଟ କରିବା ସହିତ ଘରର ଆସବାବ ପତ୍ର ଭଙ୍ଗାରୁଜା କଲେ। ଏବଂ ଜିଦ୍ ଧରିଲେ, ବିବାହିତା ଇନ୍ସପେକ୍ଟରଙ୍କୁ ବାହା ହେବାକୁ । ଏମିତି ଏକ ଘଟଣା ରାଜଧାନୀ ପୁଲିସ୍ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।ଏପରି  ଘଟଣା ପହଞ୍ଚିଛି କ୍ୟାପିଟାଲ୍ ଥାନାରେ । ହେଲେ ଏହି ମାମଲାକୁ ଚପାଇ ଦେବାକୁ ବଡ଼ ସ୍ତରରେ ଆରମ୍ଭ ହୋଇଯାଇଛି ଭିତିରିଆ ଉଦ୍ୟମ।

11:32 AM

Odisha News: ନଦୀ ଗର୍ଭରୁ ଉଦ୍ଧାର ହେଲା ଅଚୁହ୍ନା ମହିଳାଙ୍କ ଗଳିତ ମୃତଦେହ। କେନ୍ଦୁଝର ଜିଲ୍ଲାର , କୁଶେଇ ନଦୀ ର ବେଲବାହାଳୀ-ଟୋଲଙ୍କପଡା ସୀମା ର ନଦୀ ଗର୍ଭ ରୁ ଜଣେ ମହିଳା ଙ୍କ ମୃତଦେହ ଉଦ୍ଧାର ହୋଇଛି। ନଦୀରେ ମୃତଦେହ ଭାସୁଥିବା ସ୍ଥାନିୟଲୋଙ୍କ ଠାରୁ ଖବର ପାଇ ଘଷିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଦାର କରିଛନ୍ତି। ମୃତଦେହଟି ପଚି ଶଢି ଯାଇ ଦୃଗନ୍ଧ ବାହାରୁଥିବାରୁ ପ୍ରାୟ ୩-୪ଦିନ ତଳର ହୋଇଥିବା ସଂନ୍ଦେହ କରାଯାଉଛି। ଖବପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିବାସହ ମୃତକଙ୍କ ପରିଚୟ ଖୋଜିବାକୁ ପ୍ରୟାସ ଚାଲିଛି।

10:59 AM

Petrol Diesel Price Toda: ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୧.୦୬ ରହିଛି । ସେହିପରି ଡିଜେଲ (୧ ଲିଟର) ୯୨.୬୪ ରହିଛି।  ତେବେ, ଆଜି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ୯୬.୭୨ ରହିଥିବା ବେଳେ ଡିଜେଲ(୧ ଲିଟର) ୮୯.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୬.୩୧ ରହିଥିବା ବେଳେ ଡିଜେଲ (୧ ଲିଟର) ୯୪.୨୭ ରହିଛି। ସେପଟେ  ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୨.୬୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୪.୨୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୬.୦୩ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୭୬ ରହିଛି।

10:34 AM

6 million teenage girls give birth annually in the South East Asia Region: କମ୍ ବୟସରେ ଗର୍ଭବତୀ ହେବା ଏବଂ ଗର୍ଭ ନଷ୍ଟ କରିବା ଚିନ୍ତାର କାରଣ ପଲଟିଲାଣୀ। ବର୍ତ୍ତମାନ୍ ରାଜ୍ୟରେ କମ୍ ବୟସରେ ବହୁ କିଶୋରୀ ବାଳିକା ଗର୍ଭବତୀ ହେଉଛନ୍ତି।ଏହାର ଅନେକ କାରଣ ରହିଥିଲେ ମଧ୍ୟ ଅଭିଭାବକଙ୍କ ପିଲାପ୍ରତି ଦୃଷ୍ଟିନଥିବା ଏକ ପ୍ରମୁଖ କାରଣ। ତେବେ ପ୍ରତିବର୍ଷ ରାଜ୍ୟରେ ଯେତିକି ସଂଖ୍ୟକ ଗର୍ଭବତୀ ମହିଳା ପଞ୍ଜୀକୃତ ହେଉଛନ୍ତି ସେଥି ମଧ୍ୟରୁ କିଶୋରୀ ବାଳିକାଙ୍କ ସଂଖ୍ୟା ପ୍ରାୟ ସାଢ଼େ ୪ ପ୍ରତିଶତ। ତେବେ ବାଲ୍ୟବିବାହ ଓ ଵିଵାହ ପୂର୍ବରୁ ବୈଧ ସମ୍ପର୍କ ଏହା ପଛର ଏକ ପ୍ରମୁଖ କାରଣ କୁହାଯାଇ ପାରିବ। ବୁଦ୍ଧିଜୀବୀ ତଥା ସାମାଜିକ କର୍ମୀଙ୍କ କହିବା ମୁତାବକ ସାଢେ଼ ୪ ପ୍ରତିଶତ ରୁ ଅଧିକ ହୋଇଥିବ ବୋଲି ଅନୁମାନ କରାଯାଉଛି ହେଲେ ଏ ସଂକ୍ରାନ୍ତରେ ସବିଶେଷ ତଥ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ।

10:15 AM

Paris Olympics Update: ଆଜି ଭାରତ ପାଇଁ ବହୁତ ବଡ ଦିନ। ଦେଶର ମହିଳା ସୁଟର ମନୁ ଭକର ଆଜି ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ମନୁ ଭାକର ପଦକ ଆଣିପାରନ୍ତି। ମନୁ ଭାକର ମହିଳା ବର୍ଗରେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି, ଯେଉଁଠାରେ ଆଜି ତାଙ୍କୁ ଫାଇନାଲ ମ୍ୟାଚରେ ତାଙ୍କ ଚ୍ୟାଲେଞ୍ଜ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ମନୁ ଭକର କିଏ ଏବଂ କେବେ ଏବଂ କେଉଁଠାରେ ଭାରତୀୟ ଦର୍ଶକମାନେ ତାଙ୍କ ଅନ୍ତିମ ମ୍ୟାଚ୍ ଦେଖିପାରିବେ।

09:37 AM

Hirakud dam of Odisha to discharge first flood waters : ଆଜି (ରବିବାର) ଖୋଲାଯିବ ହୀରାକୁଦ ଡ୍ୟାମ୍ ଜଳ। ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ସକାଳ ୯ଟାରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। 

09:33 AM

Tihar Jail: ଦିଲ୍ଲୀର ତିହାର ଜେଲରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜେଲରେ ଥିବା ୧୨୫ କଏଦୀ ଏଚ୍.ଆଇ.ଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ୨୦୦ ଜଣ କଏଦୀଙ୍କଠାରେ ସିଫିଲିସ୍ ଦେଖିବାକୁ ମିଳିଛି। ତିହାର, ରୋହିଣୀ ଏବଂ ମାଣ୍ଡୋଲି ଜେଲ ମଧ୍ୟ ତିହାର ଜେଲ ଅଧୀନରେ ଆସନ୍ତି। ଏହିସବୁ ଜେଲରେ କଏଦୀମାନେ ଚିହ୍ନଟ ହୋଇଛନ୍ତି। ୧୦,୫୦୦ କଏଦୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଏହା ଜଣାପଡ଼ିଛି। 

09:15 AM

ଋଷ ପରେ ୟୁକ୍ରେନ ଗସ୍ତରେ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିଲାଗି ଭାରତର ଶୀର୍ଷ ବୈଦେଶିକ ବ୍ୟାପାର ସ୍ତରରେ ଆଲୋଚନା ଚାଲିଛି। ଅଗଷତ୍ଟ ୨୩ ଓ ୨୪ ତାରିଖ ଏ ଗସ୍ତ ପ୍ରାୟତଃ ସ୍ଥିର ହୋଇଛି। ତାଙ୍କରର ଏହି ଗସ୍ତ ପଶ୍ଚିମୀ ଦେଶମାନଙ୍କୁ କ୍ଷମତାରେ ଭାରସାମ୍ୟ ରକ୍ଷା ଲାଗି ଏକ ବାର୍ତ୍ତା ଦେବ ବୋଲି ଆଶା କରାଯାଉଛି।

09:10 AM

ଓଡ଼ିଶା ପରେ ଅଗ୍ନିବୀର ଫେରନ୍ତାଙ୍କ ଲାଗି ଚାକିରି କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେବା ଲାଗି ଘୋଷଣା କରିଛନ୍ତି ରାଜସ୍ଥାନ, ଆସାମ ଏବଂ ଅରୁଣାଚଳ ପ୍ରଦେଶ।୨୬ ତାରିଖରେ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ ସରକାର ଏହି ସୁବିଧା ଘୋଷଣା କରିଥିଲେ। ଏହା ପୂର୍ବରୁ ହରିୟାଣା ଓ ଉତ୍ତରାଖଣ୍ଡ ପକ୍ଷରୁ ଆରକ୍ଷଣ ସୁବିଧା ଘୋଷଣା କରାଯାଇଛି। 

08:41 AM

Potato Price: ଆଳୁ ଦର ବୃଦ୍ଧିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ପଟେ ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ଲାଗି ସରକାର ନେଉଥିବା ପଦକ୍ଷେପ ଫେଲ ମାରିବା ଏବଂ ଅନ୍ୟ ପକ୍ଷରେ ପଡ଼ୋଶୀ ପଶ୍ଚିମବଙ୍ଗ ସରକାର ରାଜ୍ୟରୁ ଆଳୁ ରପ୍ତାନୀ ଉପରେ କଟକଣା ଜାରି କରିବା ହେତୁ ରାଜ୍ୟରେ ଆଳୁ ଦର ବଢ଼ିବାରେ ଲାଗିଛି।  ସରକାରୀ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ସରକାର ଆଳୁ ଦର ୩୨ ଟଙ୍କା ଭିତରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଥିଲା ମଧ୍ୟ ଆଳୁ ୪୦ ଉପରେ ବିକ୍ରି ହେଉଛି ।

 

08:17 AM

ବିଜେପିର ଦୁଇ ଦିନିଆ ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ:
ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ୨ ଦିନିଆ ବିଜେପି ମୁଖ୍ୟମନ୍ତ୍ରୀ ପରିଷଦ ବୈଠକ। ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ମୋଦୀ ଦେଲେ ଗୁରୁମନ୍ତ୍ର। ଲୋକସଭା ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହ ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି।