Lok Sabha Election 2024: ଭାଗ୍ୟ ପରଖୁଛନ୍ତି ୧୩ ରାଜ୍ୟର ୮୮ ଆସନରେ ୧୨୦୬ ଆଶାୟୀ; ମତ ଦେବେ ୧୫ କୋଟି ଭୋଟର
Advertisement
Article Detail0/zeeodisha/odisha2221821

Lok Sabha Election 2024: ଭାଗ୍ୟ ପରଖୁଛନ୍ତି ୧୩ ରାଜ୍ୟର ୮୮ ଆସନରେ ୧୨୦୬ ଆଶାୟୀ; ମତ ଦେବେ ୧୫ କୋଟି ଭୋଟର

ଗତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଏନଡିଏ ୮୯ଟି ଆସନରୁ ୫୬ ଟି ଜିତିଥିଲା। ଏହି ସମୟରେ ୟୁପିଏ ୨୪ଟି ଜିତିଥିଲା ​।

Lok Sabha Election 2024: ଭାଗ୍ୟ ପରଖୁଛନ୍ତି ୧୩ ରାଜ୍ୟର ୮୮ ଆସନରେ ୧୨୦୬ ଆଶାୟୀ; ମତ ଦେବେ ୧୫ କୋଟି ଭୋଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆଜି ଅର୍ଥାତ୍ ଶୁକ୍ରବାର ସକାଳ ୭ରୁ ଆରମ୍ଭ ହୋଇଛି। ଆଜି ଭୋଟରମାନେ ୧୩ଟି ରାଜ୍ୟରେ ମୋଟ ୮୮ଟି ଆସନ ଉପରେ ସେମାନଙ୍କର ମତ ଦେବେ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିଲା। ଯେତେବେଳେ ୧୦୨ଟି ଆସନରେ ମତଦାନ ହୋଇଥିଲା। ଏଠାରେ କହି ରଖୁ କି ସମଗ୍ର ଲୋକସଭା ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ। 

କେଉଁ ରାଜ୍ୟରେ କେତୋଟି ଆସନରେ ମତଦାନ
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ କେରଳରେ ୨୦ଟି, କର୍ଣ୍ଣାଟକରେ ୧୪ଟି, ରାଜସ୍ଥାନରେ ୧୩ଟି, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ୮ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶରେ ୬ଟି, ଆସାମ ଓ ବିହାରରେ ୫ଟି ଲେଖାଏଁ, ପଶ୍ଚିମ ବଙ୍ଗ ଓ ଛତିଶଗଡ଼ରେ ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀର, ମଣିପୁର ଓ ତ୍ରିପୁରାର ଗୋଟିଏ ଲେଖାଏଁ ଆସନରେ ମତଦାନ ହେଉଛି। ଏଠାରେ କହି ରଖୁ କି ମଧ୍ୟପ୍ରଦେଶର ୭ଟି ଆସନରେ ଭୋଟ ହେବାର ରହିଥିଲା। କିନ୍ତୁ ବୈତୁଲ ଆସନରୁ ବହୂଜନ ସମାଜ ପାର୍ଟିର ଆଶାୟୀଙ୍କ ଦେହାନ୍ତ ହେବା କାରଣରୁ ଏଠାରେ ଭୋଟ ବନ୍ଦ କରିଦିଆଯାଇଛି। ଏହି ଆସନରେ ୭ ମଇକୁ ମତଦାନ ସଂଗ୍ରହ କରାଯିବ। 

 

ଏହି ହେଭିୱେଟଙ୍କ ଉପରେ ରହିବ ନଜର
ମିରଟରୁ ଲଢୁଥିବା ବିଜେପି ଆଶାୟୀ ଅରୁଣ ଗୋଭିଲଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ସେ ବିଏସପି ଦେବବ୍ରତ କୁମାର ତ୍ୟାଗୀ ଓ ସପାର ସୁନୀତା ବର୍ମାଙ୍କ ବିରୋଧରେ ନିର୍ବାଚନ ଲଝୁଛନ୍ତି। ସେହିପରି ମଥୁରାରୁ ହେମା ମାଳିନୀ ହ୍ୟାଟ୍ରିକ ବିଜୟ ଲକ୍ଷରେ ରହିଛନ୍ତି। ରାଜସ୍ଥାରନ କୋଟାର ବୁନ୍ଦୀ ଆସନରୁ ଓମ ବିରଲା ନିର୍ବାଚନ ଲଢୁଛନ୍ତି। ଛତିଶଗଡ଼ର ରାଜନନ୍ଦାଗାଓୱରୁ କଂଗ୍ରେସର ଭୂପେଶ ବଘେଲ ନିର୍ବାଚନ ମୈଦାନରେ ପ୍ରାର୍ଥୀ ହୋଇଛନ୍ତି। ରାହୁଲ ଗାନ୍ଧୀ ଚଳିତ ଥର ମଧ୍ୟ ୱାୟନାଡ଼ରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସ ନେତା ଶଶୀ ଥରୁର କେରଳର ତିରୁୱନନ୍ତପୁରମରୁ ନିର୍ବାଚନ ଲଢୁଛନ୍ତି। 

 

କେତେ ମତଦାତା ଓ କେତେ ଆଶାୟୀ
ଭାରତର ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ଦେବା ପାଇଁ ୧.୬୭ ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ୧୫.୮୮ କୋଟି ଭୋଟର ରହିଛନ୍ତି। ଏହି ପର୍ଯ୍ୟାୟରେ ମତଦାନ କେନ୍ଦ୍ରରେ ୧୬ ଲକ୍ଷରୁ ଅଧିକ ଅଧିକାରୀ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ଆଜି ୧୨୦୨ ଜଣ ପ୍ରାର୍ଥୀ ନିର୍ବାଚନରେ ​​ଅଛନ୍ତି। ଏଥିମଧ୍ୟରୁ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୧୦୯୮ ଏବଂ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ହେଉଛି ୧୦୨। ଗତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଏନଡିଏ ୮୯ଟି ଆସନରୁ ୫୬ ଟି ଜିତିଥିଲା। ଏହି ସମୟରେ ୟୁପିଏ ୨୪ଟି ଜିତିଥିଲା ​।