CM Yogi Adityanath: ପାକିସ୍ତାନ ସମେତ ୧୫୫ ଦେଶର ନଦୀ ଜଳ ସହିତ ରାମଲାଲାଙ୍କ ଜଳାଭିଷେକ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1643078

CM Yogi Adityanath: ପାକିସ୍ତାନ ସମେତ ୧୫୫ ଦେଶର ନଦୀ ଜଳ ସହିତ ରାମଲାଲାଙ୍କ ଜଳାଭିଷେକ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

Ayodhya Ram Mandir: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୩ ତାରିଖରେ ରାମ ମନ୍ଦିରରେ ଜଳାଭିଷେକ କରିବେ। ରାମ ମନ୍ଦିରରେ ହେବାକୁ ଯାଉଥିବା ଜଳାଭିଷେକ ପାଇଁ ବିଶ୍ୱର ୧୫୫ ଦେଶର ନଦୀରୁ ଜଳ ସଂଗ୍ରହ କରାଯାଇଛି। 

 

CM Yogi Adityanath: ପାକିସ୍ତାନ ସମେତ ୧୫୫ ଦେଶର ନଦୀ ଜଳ ସହିତ ରାମଲାଲାଙ୍କ ଜଳାଭିଷେକ କରିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

UP CM Yogi Adityanath: ଧର୍ମନଗରୀ ଅଯୋଧ୍ୟା ଠାରେ ଜୋରସୋରରେ ଜାରି ରହିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଯାହାର ସ୍ୱରୂପ ମଧ୍ୟ ଦୃଶ୍ୟମାନ ହୋଇସାରିଛି। ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଜଳାଭିଷେକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଥିବା ଜଳାଭିଷେକ କେବଳ ଦେଶର ନୁହେଁ ବରଂ ପୃଥିବୀର ନଦ ନଦୀ ଏବଂ ସମୁଦ୍ରର ଜଳ ସହିତ କରାଯିବ। ଏହାକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ଏକ ବଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଆସନ୍ତା ୨୩ ଅପ୍ରେଲରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୫୫ ଦେଶର ଆସିଥିବା ନଦୀ ଜଳ ସହିତ ରାମଲାଲାଙ୍କ ଜଳାଭିଷେକ କରିବେ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ବିଜୟ ଜୌଲିଙ୍କ ନେତୃତ୍ୱରେ ଏକ ଦଳ ୧୫୫ ଦେଶର ନଦୀ ଜଳକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତାନ୍ତର କରିବେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୩ ଅପ୍ରେଲରେ ମଣିରାମ ଦାସ କ୍ୟାଣ୍ଟନମେଣ୍ଟ ଅଡିଟୋରିୟମ ଠାରେ ଜଳ କଳଶ ପୂଜା କରିବେ।

ଗତ ୨୦୨୦ ବର୍ଷରେ ଦିଲ୍ଲୀ ଭିତ୍ତିକ ଏକ ଅଣ-ସରକାରୀ ସଙ୍ଗଠନ ଦିଲ୍ଲୀ ଷ୍ଟଡି ଗ୍ରୁପ୍ ଜଳ ସଂଗ୍ରହ ପାଇଁ ଏହି ଅଭିଯାନ ଆରମ୍ଭ କରିଥିଲା। ଏହି ସଙ୍ଗଠନର ସଭାପତି ହେଉଛନ୍ତି ଦିଲ୍ଲୀର ପୂର୍ବତନ ବିଜେପି ବିଧାୟକ ବିଜୟ ଜୌଲି। ବର୍ତ୍ତମାନ ସାରା ବିଶ୍ୱର ନଦୀର ଜଳ ଏକାଠି ହେବା ପରେ ବିଜୟ ଜୌଲି ଗୁରୁବାର ଅଯୋଧ୍ୟା ଠାରେ ପହଞ୍ଚିଛନ୍ତି। ଶ୍ରୀରାମ ଜନ୍ମଭୂମି ମନ୍ଦିରର ଜଳାଭିଷେକ କରାଯିବା ପୂର୍ବରୁ ବିଜୟ ଜୌଲି ବିଭିନ୍ନ ଦେଶରୁ ସଂଗ୍ରହ କରାଯାଇଥିବା ଜଳ ସହ ଧର୍ମନଗରୀ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି।

ପୂର୍ବତନ ବିଧାୟକ ବିଜୟ ଜୌଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ସହ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ସ୍ୱର୍ଗତ ଅଶୋକ ସିଘଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ପାଇବା ପରେ ମୁଁ ଏକ ଶପଥ ନେଇଥିଲି ଯେ ଆମେ ଦେଶର ବିଭିନ୍ନ ସ୍ଥାନରୁ ନଦୀ ଏବଂ ସମୁଦ୍ରର ଜଳ ସଂଗ୍ରହ କରିବୁ। ସେହି ଜଳ ସହିତ ଆମେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଜଳାଭିଷେକ କରିବୁ। 

ପୂର୍ବତନ ବିଧାୟକ ବିଜୟ ଜୌଲି କହିଛନ୍ତି ଯେ ଯେତେବେଳେ ମୁଁ ମୋର ପାକିସ୍ତାନୀ ବନ୍ଧୁଙ୍କ ସହ କଥାବାର୍ତ୍ତା ହୋଇଥିଲି, ସେତେବେଳେ ସେମାନେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେମାନେ ଜଳ ପଠାଇବାକୁ ଅକ୍ଷମତା ପ୍ରଦର୍ଶନ କରିଥିଲେ। ହେଲେ ସେମାନେ ପାଣି ପଠାଇଥିଲେ। ମୁଁ ମୋର ସେହି ପାକିସ୍ତାନୀ ହିନ୍ଦୁ ବନ୍ଧୁଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନଙ୍କର ଅର୍ଥପୂର୍ଣ୍ଣତା, ସତର୍କତା ଏବଂ ସକ୍ରିୟତା ସହିତ ପାକିସ୍ତାନର ରାବି ନଦୀର ଜଳକୁ ସଂଗ୍ରହ କରି ଏହାକୁ ଦୁବାଇ ପଠାଇଥିଲେ। ଯାହାକୁ ଦୁବାଇରୁ ମୁଁ ଏହାକୁ ଭାରତ ଆଣିବାରେ ସଫଳ ହୋଇଥିଲି। ପାକିସ୍ତାନର ରାବି ନଦୀ ସମେତ ସମଗ୍ର ବିଶ୍ୱରେ ପ୍ରବାହିତ ନଦୀରେ ପ୍ରବାହିତ ଜଳ ବହୁ ଉତ୍ସାହରେ ସଂଗ୍ରହ କରାଯାଇଛି। ଯୁଦ୍ଧ ସମୟରେ ମଧ୍ୟ ଋଷିଆ ଏବଂ ୟୁକ୍ରେନ ନଦୀର ଜଳ ମଧ୍ୟ ସଂଗ୍ରହ କରାଯାଇଛି। ଏହି ସଂଗୃହୀତ ଜଳ ସହିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଅଭିଷେକ କାର୍ଯ୍ୟକ୍ରମକୁ ଏକ ଭବ୍ୟ ରୂପ ଦେବା ପାଇଁ ପ୍ରସ୍ତୁତି ଚାଲିଛି।

ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଥିବା ଜଳାଭିଷେକ କାର୍ଯ୍ୟକ୍ରମ ଜୋରସୋରେରେ ଆୟୋଜନ ଚାଲିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ବିଭିନ୍ନ ଦେଶର କୂଟନୀତିଜ୍ଞ, ଧାର୍ମିକ ତଥା ଆଧ୍ୟାତ୍ମିକ ନେତାଙ୍କ ସହିତ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରଣ କରାଯାଇଛି। ଶ୍ରୀରାମ ମନ୍ଦିରର ଭୂମି ପୂଜନ ସମୟରେ ମଧ୍ୟ ଦେଶର ପବିତ୍ର ନଦୀର ଜଳ ଏବଂ ପବିତ୍ର ସ୍ଥାନର ମାଟି ଭିତ୍ତିପ୍ରସ୍ତରରେ ରଖାଯାଇଥିଲା। ବର୍ତ୍ତମାନ ପୁଣି ଥରେ ନିର୍ମାଣାଧୀନ ଶ୍ରୀରାମ ମନ୍ଦିରକୁ ପବିତ୍ର ନଦୀର ଜଳ ସହିତ ଅଭିଷେକ କରିବାକୁ ପ୍ରସ୍ତୁତି କରାଯାଉଛି।