Top 10 News: ମୋ ବସରେ ଥିଲେ ଯାତ୍ରୀ ଲାଗିଲା ନିଆଁ ଏବଂ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2656930

Top 10 News: ମୋ ବସରେ ଥିଲେ ଯାତ୍ରୀ ଲାଗିଲା ନିଆଁ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ମୋ ବସରେ ଥିଲେ ଯାତ୍ରୀ ଲାଗିଲା ନିଆଁ ଏବଂ ଅନ୍ୟାନ୍ୟ ଅପଡେଟ୍

Top 10 News Today

Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସରେ ପୁଣି ଜଣେ ଓଡ଼ିଆ ପୁଅଙ୍କୁ ନିଯୁକ୍ତି ମିଳିଛି । ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ଶଶିକାନ୍ତଙ୍କ ପୈତୃକ ଘର ଆଠଗଡରେ ଏବଂ ଭୁବନେଶ୍ୱର ଡି ଏମ୍ ସ୍କୁଲର ପୂର୍ବତନ ଛାତ୍ର ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ ଶକ୍ତିକାନ୍ତଙ୍କୁ ଦାୟିତ୍ୱ  ମିଳିଛି । ଏ ନେଇ କାର୍ମିକ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟ୍ ଆପଏଣ୍ଟସ୍ କମିଟି ସଚିବ ମନୀଷା ସାକସେନା ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

Headlines 02- ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ଅତିକ୍ରମ କରିଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାକୁମ୍ଭ ଏବଂ ଭକ୍ତଙ୍କ ଭିଡ ସମ୍ପର୍କରେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୬୦ କୋଟିରୁ ଅଧିକ ଭକ୍ତ ପ୍ରୟାଗରାଜ ମହାକୁମ୍ଭରେ ବିଶ୍ୱାସର ସହ ପବିତ୍ର ବୁଡ଼ ପକାଇ ସାରିଛନ୍ତି। ଜାନୁଆରୀ ୧୩ ରୁ ଫେବୃଆରୀ ୨୨ ମଧ୍ୟରେ ଦେଶର ଅଧା ଜନସଂଖ୍ୟା ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବିଶ୍ୱର ସବୁଠାରୁ ବଡ଼ ଘଟଣା, ଯେଉଁଠାରେ ଏତେ ସଂଖ୍ୟାରେ ଭକ୍ତ ପହଞ୍ଚି ସ୍ନାନ କରିଛନ୍ତି।

Headlines 03- ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଟ୍ ଘଟଣା ସମ୍ପର୍କରେ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଆର୍‍ଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ ଆଲୋଚନା କରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନେପାଳର ପିଲାମାନେ ମଧ୍ୟ ହେଉଛନ୍ତି ଆମ ପିଲା । ପୁରା ସମ୍ମାନର ସହ ସେମାନେ ଏଠାରେ ପଢିବେ ।

Headlines 04- ଆରମ୍ଭ ହେଲା 'ସୁଭଦ୍ରା ଶକ୍ତି ମେଳା' । ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ‘ସୁଭଦ୍ରା ଶକ୍ତି’ ମେଳାର ଆୟୋଜନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ଅର୍ଥନୈତିକ ଇତିହାସରେ ସୁଭଦ୍ରା ଯୋଜନା ହେଉଛି  ସବୁଠାରୁ ବଡ ଯୋଜନା । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Headlines 05- କଟକ ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ମୋ ବସରେ ଅଚାନକ ନିଆଁ ଲାଗିଯାଇଛି । ଆଗ୍ରାହାଟରୁ ବାହାରି କଟକ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା । ହଠାତ୍ ଗାଡ଼ିରେ ପ୍ରଚଣ୍ଡ ଶବ୍ଦ ହୋଇ ଧୂଆଁ ବାହାରିବା କାରଣରୁ ଯାତ୍ରୀମାନେ ଛାନିଆ ହୋଇଯାଇଥିଲେ । ସେନ୍‌ସର୍ ଗେଟ୍ ନ ଖୋଲିବା କାରଣରୁ ଝରକା ବାଟେ ଯାତ୍ରୀଙ୍କୁ ବାହାର କରାଯାଇଥିଲା ।

Headlines 06- ଚାଷଜମିକୁ ଉର୍ବର କରିବ ପୁରୀ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁ । ଚାଷୀଙ୍କ କାମରେ ଲାଗିବ ଶ୍ରୀମନ୍ଦିରର ବାସି ପୂଜାଫୁଲ, ତୁଳସୀପତ୍ର, ରୋଷଘରରୁ ବାହାରୁଥିବା ପେଜ ଓ ପରିବାଚୋପା । ଏସବୁ ବର୍ଜ୍ୟରୁ ଜୈବିକ ସାର ପ୍ରସ୍ତୁତ କରିବାକୁ ପୁରୀ ମାଳତୀପାଟପୁର ଠାରେ ପ୍ରତିଷ୍ଠା ହୋଇଛି ବାୟୋଫିକ୍ସ ପ୍ଲାଣ୍ଟ । ତିନି ଟନ୍ କ୍ଷମତା ବିଶିଷ୍ଟ ଏହି ପ୍ଲାଣ୍ଟରେ ଶ୍ରୀମନ୍ଦିରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ପ୍ରଥମେ ଗ୍ୟାସ ଓ ପରେ ବିଦ୍ୟୁତ୍ ଉତ୍ପାଦନ ହେବାର ଯୋଜନା ରହିଛି ! 

Headlines 07- ମହାକୁମ୍ଭରେ ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କାଲିଠୁ ୩ ଦିନିଆ ଉତ୍ତର ପ୍ରଦେଶ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ବୁଡ଼ ପକାଇବା ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ବୋଲି ସୂଚନା ମିଳିଛି ।

Headlines 08- ଚିରଦିନ ପାଇଁ ବିଦାୟ ନେଇଛନ୍ତି ଓଡ଼ିଶାର ମହାନ କଳାକାର ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ମାୟାଧର ପ୍ରଧାନ । ଶନିବାର ସକାଳେ ୯୫ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସୂଚନା ମିଳିଛି । ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅହେତୁକ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ମାୟାଧର ପ୍ରଧାନ । କେବଳ ସେତିକି ନୁହେଁ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି । ମାୟାଧରଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। 

Headlines 09- ପାକିସ୍ତାନ ମାଟିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଖେଳାଯିବା ସମୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଖେଳ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବାଜିବାର ଥିଲା କିନ୍ତୁ ଭୁଲରେ ବାଜିଗଲା ଭାରତୀୟ ଜାତୀୟ ସଙ୍ଗୀତ । ଗୀତ ବାଜୁ ବାଜୁ ଏହାକୁ ତୁରନ୍ତ ବନ୍ଦ କରିଦେଇଥିଲେ କର୍ତ୍ତୁପକ୍ଷ ଏବଂ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବଜାଯାଇଥିଲା ।

Headlines 10- ତେଲେଙ୍ଗାନାରେ ଟନେଲ୍‌ ଛାତ ଭୁଶୁଡ଼ିବା କାରଣରୁ ୬ ଶ୍ରମିକ ଫସିଛନ୍ତି । ନଗରକର୍ନୁଲ ଜିଲ୍ଲା ଶ୍ରୀସୈଲମ ଲେଫ୍ଟ ବ୍ୟାଙ୍କ ଟନେଲ୍‌ରେ ଅଘଟଣ ଘଟିଛି । ଟନେଲର ୧୨ରୁ ୧୩ କିମି ଦୂରରେ ଛାତ ଉୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି ।

Also Read- Liver Donated: ସାନଯାଆଙ୍କୁ ଲିଭର ଦେଇଥିଲେ ବଡ଼ ଯାଆ, ଏବେ ଆରପାରିରେ ସାନଯାଆ

Also Read- Grah Gochar 2025: ଚନ୍ଦ୍ରଙ୍କ ସହ ଶନି ଏବଂ ସୂର୍ଯ୍ୟଙ୍କ ପ୍ରଭାବ, ମାର୍ଚ୍ଚ ୧ରୁ ୩ ରାଶିକୁ ଲାଭ