ପଶୁ ଚୋରା ଚାଲାଣ ମାମଲାରେ ମମତାଙ୍କ ଏହି ନେତା ଗିରଫ; ୧୦ ଦିନିଆ ରିମାଣ୍ଡ ନେଲା CBI
Advertisement
Article Detail0/zeeodisha/odisha1298664

ପଶୁ ଚୋରା ଚାଲାଣ ମାମଲାରେ ମମତାଙ୍କ ଏହି ନେତା ଗିରଫ; ୧୦ ଦିନିଆ ରିମାଣ୍ଡ ନେଲା CBI

Cattle Smuggling Case: ପଶୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ (Anubrata Mandal) ଆଜି ସିବିଆଇ ଗିରଫ କରିଛି । ସିବିଆଇ ଟିମ୍ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ମଣ୍ଡଳଙ୍କ ବାସଭବନରେ ପହଞ୍ଚି ଯାଞ୍ଚର ଏକ ଅଂଶ ଭାବରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ।

ସାଙ୍କେତିକ ଫଟୋ

Cattle Smuggling Case: ପଶୁ ଚୋରା ଚାଲାଣ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (Central Bureau of Investigation) ଟିଏମସିର (TMC) ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କ (Anubrata Mandal) ୧୦ ଦିନିଆ ରିମାଣ୍ଡରେ ନେଇଛି । ସିବିଆଇ (CBI) ଆଜି ଆସାନସୋଲର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନୁବ୍ରତ ମଣ୍ଡଳଙ୍କୁ ହଜାର କରିଥିଲା । ସିବିଆଇ ୧୪ ଦିନ ହେପାଜତ ମାଗିଥିଲା, କିନ୍ତୁ କୋର୍ଟ ୧୦ ଦିନ ହେପାଜତକୁ ଅନୁମତି ଦେଇଛନ୍ତି । ଗୋରୁ ଚୋରା ଚାଲାଣ ମାମଲାରେ (Cattle Smuggling Case) ଟିଏମସି ନେତାଙ୍କୁ ଗିରଫ କରାଯାଇଥିଲା ।

କୋର୍ଟରେ ଅନୁବ୍ରତ ମଣ୍ଡଳ ହାଜର କରିବା ସମୟରେ ଲୋକଙ୍କ ମଧ୍ୟରେ କ୍ରୋଧ ମଧ୍ୟ ଦେଖିବାକୁ ମିଳିଥିଲା । କୋର୍ଟ ନିକଟରେ ଅନେକ ଲୋକମାନେ ତାଙ୍କୁ ଜୋତା ଦେଖାଇ 'ଚୋର, ଚୋର' ବୋଲି ସ୍ଲୋଗାନ ଦେଇଥିଲେ । କହିରଖୁଛୁ ଯେ ଆଜି ସକାଳେ ସିବିଆଇର ଏକ ଟିମ୍ ଟିଏମସିର ବୀରଭୂମ ଜିଲ୍ଲା ସଭାପତି ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ । ଏକ ଘଣ୍ଟା ଧରି ପଚରାଉଚରା ପରେ ସିବିଆଇ ମଣ୍ଡଳଙ୍କୁ ଗିରଫ କରିଥିଲା । ପାଖାପାଖି ଆଠଜଣ ଅଧିକାରୀଙ୍କ ସହ ଏକ ସିବିଆଇ ଟିମ୍ ସକାଳ ପ୍ରାୟ ୧୦ ଟା ସମୟରେ ମଣ୍ଡଳଙ୍କ ବାସଭବନରେ ପହଞ୍ଚି ଯାଞ୍ଚର ଏକ ଅଂଶ ଭାବରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ।

ଏହାପୂର୍ବରୁ ତୃଣମୂଳ କଂଗ୍ରେସ ନେତା ଅନୁବ୍ରତ ମଣ୍ଡଳ ଦୁଇଥର କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ସମନ ସତ୍ତ୍ୱେ ହାଜର ହୋଇନଥିଲେ । ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିବା ପରେ ସିବିଆଇ ଅଧିକାରୀ କହିଛନ୍ତି, "ପଶୁ ଚୋରା ଚାଲାଣ ଘଟଣାର ତଦନ୍ତରେ ସହଯୋଗ ନ କରିଥିବାରୁ ଆମେ ତାଙ୍କୁ ଗିରଫ କରିଛୁ । ଆମେ ଏହି ସ୍କାମରେ ମଣ୍ଡଳଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ପାଇଛୁ । ଆଜି ଆମେ ତାଙ୍କୁ ପଚରାଉଚରା କରିବୁ ଓ ଆଇନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

fallback

ସେ କହିଛନ୍ତି ଯେ ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିବା ପୂର୍ବରୁ ସିବିଆଇ ଏକ ନୋଟିସ ଜାରି କରିଛି । ତାଙ୍କ ଅଙ୍ଗରକ୍ଷୀ ସେହଗାଲ ହୁସେନ୍‌ଙ୍କୁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛି । ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ମଧ୍ୟ ତୃଣମୂଳ କଂଗ୍ରେସ ନେତାଙ୍କ ଅନେକ ଘନିଷ୍ଠ ସହାୟକଙ୍କ ବାସଭବନରେ ଚଢ଼ାଉ କରିଛନ୍ତି ବୋଲି ଅଧିକାରୀ କହିଛନ୍ତି । ପୂର୍ବରୁ ଦୁଇଥର ସିବିଆଇ ପକ୍ଷରୁ ପଚରାଉଚରା ପାଇଁ କରାଯାଇଥିଲା । କହିରଖୁଛୁ ଯେ ଲଗାତାର କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ଗୁଡିକ ଦେଶର ବିଭିନ୍ନ ଜାଗାରେ ଚଢ଼ାଉ କରୁଥିବାର ଦେଖିବାକୁ ମିଳୁଛି । 

ଏହା ବି ପଢ଼ନ୍ତୁ: SCO Meet: ଶୀଘ୍ର ଏକାଠି ନଜର ଆସିବେ ପିଏମ ମୋଦି-ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ

ଏହା ବି ପଢ଼ନ୍ତୁ: ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ ଲଗାଇବା, ଅବମାନନା କଲେ ଦେବାକୁ ହେବ ଜରିମାନା