ଖରାଦିନେ ଏହି ପାନୀୟ ପିଅନ୍ତୁ; ପ୍ରଚଣ୍ଡ ଗରମରୁ ଆରାମ ପାଆନ୍ତୁ !
Advertisement
Article Detail0/zeeodisha/odisha1162674

ଖରାଦିନେ ଏହି ପାନୀୟ ପିଅନ୍ତୁ; ପ୍ରଚଣ୍ଡ ଗରମରୁ ଆରାମ ପାଆନ୍ତୁ !

ଖରା ଗରମର ଏହି ଭୟଙ୍କର ପ୍ରକୋପରୁ ରକ୍ଷା ପାଇବା ଏବଂ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ।

ଖରାଦିନେ ଏହି ପାନୀୟ ପିଅନ୍ତୁ;   ପ୍ରଚଣ୍ଡ ଗରମରୁ ଆରାମ ପାଆନ୍ତୁ !

କଣ ନିଜ ଶରୀରକୁ ହାଇଡ୍ରେଟେଡ୍ ରଖିବାକୁ ଚାହୁଛନ୍ତି କି ! ତେବେ ଏହି ପାନୀୟଜଳକୁ ନିଜ ଡେଲି ରୁଟିନ୍ ରେ ସାମିଲ କରନ୍ତୁ ! ପ୍ରଚଣ୍ଡ ଗରମରୁ ଆରାମ ପାଆନ୍ତୁ !।   ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରରତାପ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ରଖିଛି।  ଖରା ଗରମର ଏହି ଭୟଙ୍କର ପ୍ରକୋପରୁ ରକ୍ଷା ପାଇବା ଏବଂ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ।  ଏମିତିରେ ଆପଣ ନିଜ ଦୈନନ୍ଦିନ ଜୀବନରେ ଏ ସବୁ ଥଣ୍ଡା ପାନୀୟକୁ ସାମିଲ କରନ୍ତୁ ଆଉ ସୁସ୍ଥ ରୁହନ୍ତୁ ।

ପାଣିରେ ଫଳକୁ ମିଶାଇଲେ ଏଥିରେ ଥିବା ସୁଗର ପରିମାଣ କମିଥାଏ ଏବଂ ଆପଣଙ୍କ ହାଇଡ୍ରେସନ୍ ଶକ୍ତିକୁ ବୃଦ୍ଧି କରାଇଥାଏ । ଫଳ ଆଉ ପାଣିର ମିଶ୍ରଣରେ ତିଆରି ଡ୍ରିଙ୍କ୍ ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । 

ଲେମ୍ବୁ ପାଣି ଅତ୍ୟଧିକ ହାଇଡ୍ରେଟେଡ୍ ପାନୀୟ ମଧ୍ୟରୁ ଅନ୍ୟତମ।  ଏକ ଗ୍ଲାସ ପାଣିରେ ଦୁଇଟି ଲେମ୍ବୁ ଏବଂ ଏକ ଚାମଚ ଲୁଣ ପକାଇ ସରବତ କରି ପିଇପାରିବେ ।  ଏଥିରେ ଭିଟାମିନ  C  ର ପରିମାଣ ଅଧିକ ରହିଥାଏ ଯାହା ଆପଣଙ୍କ ଶରୀରରେ ଜଳର ଅଭାବକୁ ଦୂର କରିଥାଏ> 

ଗ୍ରୀଷ୍ମଋତୁରେ ଆପଣଙ୍କ ହଜମ ପ୍ରକ୍ରିୟା ପାଇଁ  ଘିକୁଁଆରୀ ବହୁ ଲାଭଦାୟକ। ଏହାର ଜୁସ୍ ପ୍ରତିଦିନ ପିଇବା ଦ୍ବାରା ଆପଣଙ୍କ ତ୍ବଚା ଚମକିବା ଆରମ୍ଭ କରିଥାଏ । 

ନିଜକୁ ହାଇଡ୍ରେଟେଡ୍ ରଖିବା ପାଇଁ କଫିନ୍ ଚା ଏକ ଉତ୍ତମ ବିକଳ୍ପ।  ଆପଣ ଆପଣଙ୍କ ଡେଲି ରୁଟିନରେ ଗ୍ରୀନ ଟି, ହର୍ବାଲ ଚା ପିଇବା ଆରମ୍ଭ କରନ୍ତୁ।  ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ।  ପଇଡ ପାଣି ଆପଣଙ୍କ ରକ୍ତଚାପକୁ ହ୍ରାସ କରିବାରେ ବେଶ ପ୍ରଭାବଶାଳୀ।   ଖରା ଗରମରେ ଆପଣ କ୍ଲାନ୍ତ ଅନୁଭବ କରୁଛନ୍ତି ତେବେ ତୁରନ୍ତ ପଇଡ ପାଣି ପିଅନ୍ତୁ ଦେଖିବେ ଆପଣଙ୍କ ଥକ୍କାପଣ ଦୂର ହୋଇଥାଏ ।