ଶନିବାର ଦିନ ପ୍ରୟାଗରାଜ ମହାକୁମ୍ଭ ମେଳାର ସେକ୍ଟର ୧୮ ଏବଂ ୧୯ ମଧ୍ୟରେ ଥିବା ଅନେକ ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଖବର ବ୍ୟାପିବା ପରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
Trending Photos
Mahakumbh Fire Case: ଆଜି ଶନିବାର ଦିନ ପ୍ରୟାଗରାଜ ମହାକୁମ୍ଭ ମେଳାର ସେକ୍ଟର ୧୮ ଏବଂ ୧୯ ମଧ୍ୟରେ ଥିବା ଅନେକ ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଖବର ବ୍ୟାପିବା ପରେ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ, ମହାକୁମ୍ଭର ସେକ୍ଟର ୨୩ରେ ୯ ଫେବୃଆରୀ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ କରିବାରେ ସଫଲ ହୋଇଥିଲେ । ଗ୍ୟାସ ସିଲିଣ୍ଡର ଅଗ୍ନିକାଣ୍ଡର କାରଣ ବୋଲି କୁହାଯାଇଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମହାରାଜା ଭୋଗ ନାମକ ଏକ ଖାଦ୍ୟ ଦୋକାନରେ ନିଆଁ ଲାଗିଯାଇଥିଲା ଯାହା ଅନେକ ପେଣ୍ଡାଲକୁ ବ୍ୟାପିଯାଇଥିଲା ।
ଫେବୃଆରୀ ୯ ତାରିଖ ଘଟିଥିବା ଅଗ୍ନିକାଣ୍ଡର ଦୁଇ ଦିନ ପୂର୍ବରୁ ମହାକୁମ୍ଭରେ ଆଉ ଏକ ଅଗ୍ନିକାଣ୍ଡ ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ସେକ୍ଟର-୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଏକ ଶିବିରରେ ନିଆଁ ଲାଗିଥିଲା । ଅନେକ ତମ୍ବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇନଥିଲା। କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ।
କେବଳ ସେତିକି ନୁହେଁ, ଜାନୁଆରୀ ୩୦ ତାରିଖରେ ମହାକୁମ୍ଭର ସେକ୍ଟର ୨୨ରେ ଥିବା ଅନେକ ପେଣ୍ଡାଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଉକ୍ତ ଅଗ୍ନିକାଣ୍ଡରେ ୧୫ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଜାନୁଆରୀ ୧୯ ତାରିଖରେ ମହାକୁମ୍ଭ ସେକ୍ଟର ୧୯ରେ ଅଗ୍ନିକାଣ୍ଡର ଆଉ ଏକ ଘଟଣା ସାମ୍ନାକୁ ଆସିଥିଲା । ଏକ ଶିବିରରେ ରଖାଯାଇଥିବା ଘାସରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ପ୍ରାୟ ୧୮ଟି ଶିବିର ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟବଶତଃ ସେଥିରେ ମଧ୍ୟ କୌଣସି ଜୀବନହାନି ହୋଇନଥିଲା।
Also Read- Mangal Gochar 2025: ପୁଷ୍ୟା ନକ୍ଷତ୍ରରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଆର୍ଥିକ ସୁଖ